ମ୍ୟାଲେରିଆ ହେଉଛି ଏମିତି ଏକ ସଂକ୍ରମଣ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ମ୍ୟାଲେରିଆର ଶିକାର ହୁଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆ ଯୋଗୁଁ ପ୍ରାଣ ମଧ୍ୟ ହରାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ କିଛି ଯୋଗ ଶିଖିବା।
ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ସର୍ବ ପୁରାତନ ଶାସକ ସଂଗଠନ ମଧ୍ୟରୁ ଅନ୍ୟତମ। ଏହି ଦିନର ନିଜସ୍ୱ ଗୁରୁତ୍ୱ ଏବଂ ନିଜର ଇତିହାସ ମଧ୍ୟ ଅଛି। ତେବେ ଆସନ୍ତୁ ଏହି ବିଶେଷ ଦିନ ବିଷୟ ଜାଣିନେବା।
ଓଡ଼ିଆଙ୍କ ପାଇଁ ଚୈତ୍ର ପୂର୍ଣ୍ଣିମା ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାକୁ ସାଧାରଣ ଭାଷାରେ ଚଇତିପୁନେଇଁ ବା ଚଇତ ପୁନେଇଁ ମଧ୍ୟ କୁହାଯାଏ। ଏହା କୈବର୍ତ୍ତମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବକୁ ସେମାନେ ବହୁତ ଯାକଜମକରେ ପାଳନ କରନ୍ତି। ଏହା ସେମାନଙ୍କ ପାଇଁ ମନୋରଂଜନର ଢେର୍ ଖୋରାକ ଯୋଗାଏ।
ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି। ଆପଣ ଯଦି ପୃଥିବୀକୁ ରକ୍ଷାକରିବାକୁ ଚାହାଁନ୍ତି, ତେବେ ଆଜିଠାରୁ ନିଜେ ଏହିପରି ପାଞ୍ଚଟି ସହଜ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ।
ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି ।
ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।
ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର ।
ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି।
ଉତ୍କଳୀୟ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଆସନ୍ତୁ ଏହାର ବିଧି-ବିଧାନ ଜାଣିନେବା।
ଶ୍ରୀମନ୍ଦିରରୁ ଅଜ୍ଞାମାଳ ଆସିବ ପରେ ହେଲା ରଥକାଠ ଚିରଟ । ପ୍ରଥମ ପର୍ଯ୍ୟାୟରେ 450 ଖଣ୍ଡ କାଠର ହେବ ଚିରଟ ।
ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା ବୋଲି କହିଲେ ମୋଦି ।
ବାଳକ ରାମଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ ।
ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି ।
ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ।
ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଳକ । ଆଜିର ସେହି ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ ଭକ୍ତ କରିଛି ଅପେକ୍ଷା । ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି ।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ।
ଭଗବାନ ଶ୍ରୀରାମଙ୍କର ଅନେକ ଗୁଣ ଥିଲା ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମମ୍ ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ ସର୍ବୋତ୍ତମ କରିଦେଇଥିଲା। ଏହି ଗୁଣକୁ ଶାସ୍ତ୍ରୀୟ ଭାଷାରେ ‘କଳା’ ବୋଲି କୁହାଯାଇଛି। ବିଶ୍ୱାସ କରାଯାଏ ଯେ ଶ୍ରୀରାମଙ୍କ ୧୨ କଳା ବା ଗୁଣ ଥିଲା। ତେବେ ଆସନ୍ତୁ ଶ୍ରୀରାମଙ୍କ ଠାରୁ ଏହି ଗୁଣସବୁ ଶିଖିନେବା।
ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ଯଦି ‘ରାମ’ ଶବ୍ଦକୁ ନେଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରାମ’ ଉଚ୍ଚାରଣ ଏକ ପ୍ରାଣାୟାମ। ତେବେ ଆସନ୍ତୁ ଏହାର ଗୂଢ ତତ୍ତ୍ୱ କ’ଣ ଜାଣିନେବା।
ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଆଜି ପବିତ୍ର ଅଶୋକାଷ୍ଟମୀରେ ନୀତିକାନ୍ତି ସାରି ଅପରାହ୍ନରେ ଗଡ଼ିଥିଲା ରୁକୁଣା ରଥ । ଆଉ ସନ୍ଧ୍ୟା ହେବାରୁ ଅଟକିଥିଳା ବଢ଼େଇବାଙ୍କରେ । ଆସନ୍ତାକାଲି ମାଉସୀମା ମନ୍ଦିରରେ ପହଞ୍ଚିବ ମହାପ୍ରଭୁଙ୍କ ରୁକୁଣା ରଥ ।
ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ୱାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ।
ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଜାଣନ୍ତୁ କେମିତି...
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଛି।
ମେ ୧୦ତାରିଖ, ପବିତ୍ର ଅକ୍ଷୟତୃତୀୟା ଦିନ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମ କୃଷ୍ଣ ବେନୀଭାଇ ଓ ପଞ୍ଚୁପାଣ୍ଡବ ।
ଏ ମୁଣ୍ଡରୁ ସେ ମୁଣ୍ଡ ବନ୍ଧା ହୋଇଛି ରସି। ଆଉ ସେଇ ଗୋଟିଏ ରସିରେ ଭାରସାମ୍ୟ ରକ୍ଷା କରି ନିଆଁ ହୁଳାରେ ଝୁଣା ମାଡ ଚାଲିଛି। ଗୋଟେପଟେ ବିଶାଳକାୟ ଲିମ୍ବ ଗଛରେ ଦଉଡି ବନ୍ଧା ହୋଇଛି। ଏମିତି ଟିପଟାଣରେ ବନ୍ଧା ହୋଇଛି ଯେ, ରବର ଭଳି ଦଉଡି ଡେଉଁଛି। ଆଉ ଏ ମାନସିକ ଧାରୀ ଦଣ୍ଡୁଆ ଜଣକ ହନୁମାନଭଲି ଡିଆଁଡେଇଁ କରି ଦଣ୍ଡପ୍ରଦର୍ଶନ କରୁଛନ୍ତି।
ଚଳିତବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ।