Advertisment

Chandrayaan 2 Launch date: ଭାରତ ପାଇଁ ଗୌରବ: ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ

ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା।

author-image
Pramod Behera
ଅଦ୍ୟତନ ହୋଇଛି
Chandrayaan 3 will receive the world space award

Chandrayaan 3 will receive the world space award

ଚନ୍ଦ୍ରର ଦକ୍ଷିଣ-ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା। ଅକ୍ଟୋବର ୧୪ରେ ଇଟାଲୀର ମିଲାନରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ସମ୍ମିଳନୀରେ ଚନ୍ଦ୍ରୟାନ-୩ କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଚନ୍ଦ୍ରୟାନ-୩ ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରରେ ସଫଳ ଅବତରଣ କରିଥିଲା।

Advertisment

ତେବେ ଦେଶର ଇତିହାସରେ ଏହା ଏକ ଗର୍ବର ମୁହୂର୍ତ୍ତ ଥିଲା। ଚନ୍ଦ୍ରୟାନ ମିଶନର ସଫଳତା ପଛରେ ISRO ରେ ଏହାର ପ୍ରକଳ୍ପ ନିର୍ଦ୍ଦେଶକ ପି ବିରାମୁଥୁଭାଲ ଏବଂ ତାଙ୍କ ଟିମ୍ ଦିନରାତି ଏକ କରିଦେଇଥିଲେ। ଏହାପୂର୍ବରୁ ଭାରତ ଚନ୍ଦ୍ରୟାନ-୧ ଏବଂ ଚନ୍ଦ୍ରୟାନ-୨ ଲଞ୍ଚ୍‌ କରିଥିଲା। କିନ୍ତୁ ସେସବୁ ସଫଳ ହୋଇପାରି ନ ଥିଲା। ତେବେ ଆସନ୍ତୁ ଚନ୍ଦ୍ରୟାନ-୨ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: ଚନ୍ଦ୍ରାୟନ-୩କୁ ପୂରିଲା ବର୍ଷେ; ଜାଣନ୍ତୁ କିପରି ଥିଲା ସଂପୂର୍ଣ୍ଣ ଯାତ୍ରା..

Advertisment

ଚନ୍ଦ୍ରୟାନ-୨ କେବେ ପହଞ୍ଚିଥିଲା:

ଚନ୍ଦ୍ରୟାନ-୨ ଅଗଷ୍ଟ ୨୦ରେ ସକାଳ ୯:୦୨ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା। କକ୍ଷପଥରେ ସମ୍ପୂର୍ଣ୍ଣ ସ୍ଥାପିତ ହେବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥିଲା। ISRO କହିଥିଲା ଯେ ୨୩ ଦିନ ପୃଥିବୀ ଚାରିପଟେ ବୁଲିବା ପରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ୬ ଦିନ ସମୟ ଲାଗିଥିଲା। ଏହା ପରେ ଚନ୍ଦ୍ରୟାନ-୨ ଚନ୍ଦ୍ରକୁ ୧୩ ଦିନ ପରିକ୍ରମା କରିଥିଲା।

କେବେ ହେଲା ଲାଣ୍ଡିଂ:

୨୨ ଜୁଲାଇ ୨୦୧୯ ରେ ISRO ଦ୍ୱାରା ଚନ୍ଦ୍ରୟାନ-୨ ଲଞ୍ଚ କରାଯାଇଥିଲା। ୬-୭ ସେପ୍ଟେମ୍ବର ମଧ୍ୟରାତ୍ରିରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର୍‌ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଥିଲା। ଏପରିକି ମଧ୍ୟରାତ୍ରିରେ ସାରା ଦେଶର ଆଖି ISROର ମିଶନ ଚନ୍ଦ୍ରାୟନ ୨ ଉପରେ ଥିଲା। ଲକ୍ଷ ଲକ୍ଷ ଲୋକ ଟିଭି ପରଦାକୁ ଚାହିଁ ରହିଥିଲେ। ତେବେ ଚନ୍ଦ୍ରୟାନ-୨ ସଫଳତାର ସହ ଅବତରଣ କରିପାରି ନ ଥିବାରୁ ଲୋକମାନେ ନିରାଶ ହୋଇଥିଲେ।

ଅଧିକ ପଢ଼ନ୍ତୁ: ତାଜୁବ୍‌ କଲା ନାସାର ରିପୋର୍ଟ; ମହାକାଶରେ ଅଛି ଆଉ ଏକ ଜହ୍ନ.. ଦେଖନ୍ତୁ ଭିଡିଓ

ପରେ, ISRO ସୂଚନା ଦେଇଥିଲା ଯେ, କକ୍ଷପଥରୁ ପ୍ରାପ୍ତ ଫଟୋ ଦର୍ଶାଉଛି ଯେ ବିକ୍ରମ ଲାଣ୍ଡର୍‌ର ଚନ୍ଦ୍ର ପୃଷ୍ଠରେ ହାର୍ଡ ଲାଣ୍ଡିଂ ହୋଇଥିଲା। ଚନ୍ଦ୍ରୟାନ-୨ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତି ଚିହ୍ନଟ କରି ଭାରତକୁ ବିଶ୍ୱରେ ଗର୍ବିତ କରିଥିଲା।

Chandrayaan-3 Chandrayaan Chandrayaan-2
Advertisment
Advertisment