Advertisment

Ratha Jatra 2024: ଆଜି ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତ୍ତି; ଜାଣନ୍ତୁ କେଉଁ ଶିଖ୍ ସମ୍ରାଟ ମନ୍ଦିରକୁ ଦେଇଥିଲେ ପ୍ରଚୁର ସୁନା

ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Suna Besa Unknown Facts

Suna Besa 2024

ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ମହାବାହୁ। ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି ଆଦି ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବେ।

Advertisment

ମହାବାହୁଙ୍କ ସୁନାବେଶ ଦେଖିବା ନେଇ ପୁରୀ ବଡଦାଣ୍ଡରେ ଲ‍କ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ। ପ୍ରବଳ ଭିଡ ଭିତରେ ପ୍ରିୟ ଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ ସମସ୍ତେ ହେଉଥାନ୍ତି ବ୍ୟାକୁଳ। ଭିଡ ଓ ଠେଲାପେଲାକୁ ନଥାଏ ଭୟ। ସେ ଯାହା ହେଇଯାଉ ପଛେ କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି...

Advertisment
  • ମହାନ ଶିଖ ସମ୍ରାଟ ମହାରାଜା ରଣଜିତ ସିଂହ ପୁରୀ ମନ୍ଦିରକୁ ପ୍ରଚୁର ସୁନା ଦାନ କରିଥିଲେ। ଏହା ସେ ଅମୃତସରର ସୁବର୍ଣ୍ଣ ମନ୍ଦିରକୁ ଦେଇଥିବା ସୁନାଠାରୁ ମଧ୍ୟ ବହୁତ ଅଧିକ ଥିଲା।
  • ପଞ୍ଚୁ ପାଣ୍ଡବ ଯେତେବେଳେ ଅଜ୍ଞାତବାସରେ ଥିଲେ ସେତେବେଳେ ସେମାନେ ପ୍ରଭୁ ଜଗନ୍ନାଥଙ୍କୁ ଦେଖାକରିବାକୁ ଆସିଥିଲେ। ଶ୍ରୀମନ୍ଦିର ଭିତରେ ଏବେ ବି ପାଣ୍ଡବଙ୍କ ସ୍ଥାନ ରହିଛି। ଯେତେବେଳେ ଭଗବାନ ଜଗନ୍ନାଥ ଚନ୍ଦନ ଯାତ୍ରା କରନ୍ତି, ସେତେବେଳେ ପଞ୍ଚୁ ପାଣ୍ଡବ ମଧ୍ୟ ତାଙ୍କ ସହ ନରେନ୍ଦ୍ର ପୋଖରୀକୁ ଯାଇଥାନ୍ତି।
  • କୁହାଯାଏ ଯେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ସିଲ୍କ ମାର୍ଗ ଦେଇ କାଶ୍ମୀରକୁ ଆସିଥିଲେ, ସେତେବେଳେ ସେ ପୁନର୍ବାର ବେଥଲେହମ୍‌କୁ ଗଲେ ସେତେବେଳେ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।
  • ୯ମ ଶତାବ୍ଦୀରେ ଆଦିଶଙ୍କରାଚାର୍ଯ୍ୟ ଏଠାକୁ ଯାତ୍ରା କରିଥିଲେ ଏବଂ ଚାରୋଟି ମଠ ମଧ୍ୟରୁ ଏଠାରେ ସେ ଏକ ମଠ କରିଥିଲେ, ଯାହାକୁ ଗୋବର୍ଦ୍ଧନ ମଠ କୁହାଯାଏ।
  • ଏହି ମନ୍ଦିରକୁ ଅଣ-ଭାରତୀୟ ଧର୍ମର ଲୋକଙ୍କ ପ୍ରବେଶ ନିଷେଧ। ଅନେକ ବିଦେଶୀଙ୍କ ଦ୍ୱାରା ମନ୍ଦିର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ତଥା ଆକ୍ରମଣ ହେତୁ ଏହି ପ୍ରତିବନ୍ଧକ ଲଗାଯାଇଥିବା କୁହାଯାଏ। ଅତୀତରେ ମନ୍ଦିରକୁ ନଷ୍ଟ କରିବାକୁ ଅନେକ ଥର ମଧ୍ୟ ଚେଷ୍ଟା କରାଯାଇଛି।

ଅଧିକ ପଢ଼ନ୍ତୁ: Ratha Jatra 2024: କିଏ ଆରମ୍ଭ କରିଥିଲେ ଶ୍ରୀଜଗନ୍ନାଥଙ୍କ ସୁନାବେଶ: ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଅଳଙ୍କାର

Puri Jagannath Temple Lord Jagannath Puri Srimandir Suna Besha Ratha Jatra Ratha Yatra
Advertisment
Advertisment