ସରିଲା ମହାବାହୁଙ୍କ ଜନ୍ମବେଦୀ ଲୀଳାଖେଳା। ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାବାହୁ। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ଠାକୁର। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ରଥରେ ସୁନାବେଶ ଓ ଅଧରପଣା ନୀତି ପରେ ଠାକୁରଙ୍କ ଶ୍ରୀମନ୍ଦିରରେ ଲୀଳା ଆରମ୍ଭ ହେବ। ବର୍ଷକଯାକ ଭକ୍ତମାନେ ଏଇଠାରେ ମହାବାହୁଙ୍କ ଦର୍ଶନ କରିବେ ଆଉ ନିଜକୁ ଧନ୍ୟ କରିବେ।
ପୁରାଣରେ ପୁରୀଧାମକୁ ପୃଥିବୀର ବୈକୁଣ୍ଠ ବୋଲି କୁହାଯାଏ। ଏହା ଭଗବାନ ବିଷ୍ଣୁଙ୍କର ଚାରୋଟି ବାସସ୍ଥାନ ମଧ୍ୟରୁ ଗୋଟିଏ। ବ୍ରହ୍ମ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏଠାରେ ପୁରୁଷୋତ୍ତମ ନୀଳମାଧବ ଭାବରେ ଅବତାରିତ ହୋଇ ଶବର ଜନଜାତିର ସର୍ବୋଚ୍ଚ ଦେବତା ହୋଇଯାଇଥିଲେ। ଏନେଇ ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଆଷାଢ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶବର ଜାତିର ଦଇତାପତି ଜଗନ୍ନାଥଙ୍କ ସମସ୍ତ ରୀତିନୀତି ପାଳନ କରନ୍ତି।
Live Updates: ଶ୍ରୀମନ୍ଦିରକୁ ଫେରୁଛନ୍ତି କଳିଆ ସାଆନ୍ତ, ବଡ଼ଦାଣ୍ଡେ ଲାଗିଛି ଗହଳି
Also Read
ଶ୍ରୀକ୍ଷେତ୍ରକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶାକ କ୍ଷେତ୍ର, ନିଳାଚଳ ଧାମ, ନୀଳଗିରି ଏବଂ ଶ୍ରୀ ଜଗନ୍ନାଥ ପୁରୀ ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ରହିଛି ଅନେକ ଚମତ୍କାର। ଏହି ଚମତ୍କାର ହିଁ ବିଶ୍ୱବାସୀଙ୍କୁ ଏହି କ୍ଷେତ୍ରକୁ ଆକର୍ଷଣ କରିଥାଏ। ତେବେ ଆସନ୍ତୁ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ପବନର ବିପରୀତରେ ଉଡେ ପତାକା:
କୁହାଯାଏ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଥିବା ପତିତପାବନ ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡୁଥାଏ। ତେବେ ଏପରି କାହିଁକି ହୁଏ ତାହା କେବଳ ବୈଜ୍ଞାନିକମାନେ ହିଁ କହିପାରିବେ, କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ। ଏହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ଯେ ପ୍ରତ୍ୟେକ ସନ୍ଧ୍ୟାରେ ପତିତପାବନ ବାନାକୁ ଓଲଟା ଚଢି ପରିବର୍ତ୍ତନ କରାଯାଇଥାଏ।
ମନ୍ଦିର ଗମ୍ବୁଜର ଛାଇ ପଡେନି:
ଶ୍ରୀମନ୍ଦିର ହେଉଛି ଦୁନିଆର ସବୁଠାରୁ ବଡ ଏବଂ ଉଚ୍ଚତମ ମନ୍ଦିର। ଏହି ମନ୍ଦିର ୪ ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ବେଳେ ଏହାର ଉଚ୍ଚତା ପ୍ରାୟ ୨୧୪ ଫୁଟ। ମନ୍ଦିର ନିକଟରେ ଠିଆ ହୋଇ ଏହାର ଗମ୍ବୁଜ ଦେଖିବା ଅସମ୍ଭବ। ମନ୍ଦିର ଗମ୍ବୁଜର ଛାଇ ମଧ୍ୟ ତଳେ ପଡେ ନାହିଁ।
ସୁଦର୍ଶନ ଚକ୍ରର ଚମତ୍କାର:
ପୁରୀର ଯେକୌଣସି ସ୍ଥାନରେ ଠିଆହୋଇ ଯଦି ମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ରକୁ ଦେଖାଯାଏ ତେବେ ଏହା ସବୁବେଳେ ସାମ୍ନାରେ ଥିବା ପରି ଲାଗେ। ଏହାକୁ ନୀଳଚକ୍ର କୁହାଯାଉଥିବା ବେଳେ ଏହା ଅଷ୍ଟଧାଉତୁରେ ନିର୍ମିତ ଏବଂ ଏହା ଅତ୍ୟନ୍ତ ଶୁଭ ଓ ପବିତ୍ର ବୋଲି ବିବେଚନା କରାଯାଏ।
ପବନର ଦିଗ:
ସାଧାରଣତଃ ଅଧିକାଂଶ ଉପକୂଳ ଅଞ୍ଚଳରେ ଦିନରେ ପବନ ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହୁଏ ଏବଂ ସନ୍ଧ୍ୟା ସମୟରେ ବିପରୀତ ହୋଇଥାଏ। ପୁରୀରେ ଏହା କିନ୍ତୁ ଓଲଟା। ଏଠାରେ ପବନ ସ୍ଥଳଭାଗରୁ ସମୁଦ୍ରକୁ ଯାଇଥାଏ।
ପଢନ୍ତୁ ଏହି ଖବର: Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି
ପକ୍ଷୀମାନେ ଗମ୍ବୁଜ ଉପରେ ଉଡ଼ନ୍ତି ନାହିଁ:
କୁହାଯାଏ ଯେ ଏପର୍ଯ୍ୟନ୍ତ କୌଣସି ପକ୍ଷୀ ମନ୍ଦିର ଉପରେ ଥିବା ଗମ୍ବୁଜ ଉପରେ ଉଡ଼ି ନାହାନ୍ତି। ଏହା ଉପରେ ବିମାନ ଉଡ଼ାଣ ମଧ୍ୟ ନିଷେଦ୍ଧ। ଭାରତର ଅଧିକାଂଶ ମନ୍ଦିରର ଗମ୍ବୁଜ ଉପରେ ପକ୍ଷୀମାନେ ବସିଥିବାର କିମ୍ବା ବୁଲୁଥିବାର ଦେଖାଯାଏ, କିନ୍ତୁ ଏଠାରେ ଏହା ହୁଏ ନାହିଁ। ଏହା ଯଦି ସତ ତେବେ ଏହା କ’ଣ ଏକ ଚମତ୍କାର ନୁହେଁ କି?
ରୋଷେଇର ଚମତ୍କାର:
ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ତିଆରିରେ ପାଖାପାଖି ଏକ ହଜାର ଲୋକ କାମ କରନ୍ତି। ଲକ୍ଷାଧିକ ଭକ୍ତ ଏଠାରେ ପ୍ରସାଦ ଖାଆନ୍ତି। କୁହାଯାଏ ଯେ ମନ୍ଦିରରେ ପ୍ରସାଦ କିଛି ହଜାର ଲୋକଙ୍କ ପାଇଁ ତିଆରି ହୋଇଥାଏ କିନ୍ତୁ ଏହାକୁ ଲକ୍ଷ ଲକ୍ଷ ଲୋକ ପେଟ ପୂରା ଖାଇ ପାରନ୍ତି। ମନ୍ଦିର ଭିତରେ ରାନ୍ଧିବା ପାଇଁ ଖାଦ୍ୟର ପରିମାଣ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହା ସତ୍ତ୍ୱେ କିଛି ବି ଏଥିରୁ ନଷ୍ଟ ହୁଏ ନାହିଁ।
କୁହାଯାଏ ଯେ ମନ୍ଦିର ରୋଷେଇରେ ପ୍ରସାଦ ରାନ୍ଧିବା ପାଇଁ ୭ଟି ବାସନ ପରସ୍ପର ଉପରେ ରଖାଯାଇଥାଏ ଏବଂ କେବଳ କାଠ ଜାଳି ରନ୍ଧାଯାଏ। କୁହାଯାଏ ଏହି ପ୍ରକ୍ରିୟାରେ, ଉପର ବାସନରେ ଥିବା ଖାଦ୍ୟ ପ୍ରଥମେ ସିଝେ, ତାପରେ ଗୋଟିଏ ପରେ ଗୋଟିଏ ତଳ ବାସନର ଖାଦ୍ୟ ସିଝିଥାଏ। ଏହା ଏକ ବଡ ଚମତ୍କାର।
ମହାସାଗରର ଶବ୍ଦ:
ମନ୍ଦିରର ସିଂହଦ୍ୱାରରେ ମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ଆପଣ ସମୁଦ୍ରରୁ ଉତ୍ପନ୍ନ କୌଣସି ବି ଶବ୍ଦ ଶୁଣିପାରିବେ ନାହିଁ। କିନ୍ତୁ ମନ୍ଦିର ବାହାରକୁ ଗୋଟିଏ ପାଦ ପକଉ ପକଉ ସମୁଦ୍ର ଶବ୍ଦ ଶୁଣିପାରିବେ। ସନ୍ଧ୍ୟାରେ ଏହା ସ୍ପଷ୍ଟ ଅନୁଭବ କରାଯାଇପାରେ।
ମୂର୍ତ୍ତି ପରିବର୍ତ୍ତନ:
ଏଠାରେ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ କୁହାଯାଏ। ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର (ବଳରାମ) ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଅଛନ୍ତି। ଏହି ତିନୋଟି ମୂର୍ତ୍ତି କାଠରେ ନିର୍ମିତ। ଏଠାରେ, ସାଧାରଣତଃ ପ୍ରତି ୧୨ ବର୍ଷରେ ଥରେ, ମୂର୍ତ୍ତିମାନଙ୍କର ନବକଳେବର ହୋଇଥାଏ। ପ୍ରତିମାଗୁଡ଼ିକ ନୂଆକରି ତିଆରି ହେଉଥିଲେ ବି ଆକୃତି ଏବଂ ରୂପ ସମାନ ରହିଥାଏ।
ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...
ଦୁନିଆର ସବୁଠୁ ବଡ ରଥଯାତ୍ରା:
ଆଷାଢ ମାସରେ ପ୍ରଭୁ ଜଗନ୍ନାଥ ରଥରେ ଚଢି ମାଉସୀ ମା’ ଓ ରାଣୀ ଗୁଣ୍ଡିଚାଙ୍କ ଘରକୁ ଯାଆନ୍ତି। ଏହି ରଥଯାତ୍ରା କେବଳ ୫ କିଲୋମିଟର ବ୍ୟାପିଥିବା ପୁରୁଷୋତ୍ତମ କ୍ଷେତ୍ରରେ ହୋଇଥାଏ। ଗୁଣ୍ଡିଚା ନଅରରେ ୭ ଦିନ ରହିବା ପରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରିଥାନ୍ତି। ମହାବାହୁଙ୍କ ଏହି ନବଦିନାତ୍ମକ ଯାତ୍ରାକୁ ରଥଯାତ୍ରା ବା ଘୋଷଯାତ୍ରା କୁହାଯାଏ। ଏହା ପୃଥିବୀର ସବୁଠାରୁ ବଡ ଯାତ୍ରା।
ଜଗନ୍ନାଥଙ୍କୁ ସମୁଦ୍ରରୁ ରକ୍ଷା କରନ୍ତି ହନୁମାନ:
ବିଶ୍ୱାସ କରାଯାଏ ଯେ ସମୁଦ୍ର ତିନିଥର ଜଗନ୍ନାଥଙ୍କ ମନ୍ଦିରକୁ ଭାଙ୍ଗି ଦେଇଥିଲା। କୁହାଯାଏ ଯେ ମହାପ୍ରଭୁ ଜଗନ୍ନାଥ ଏଠାରେ ସମୁଦ୍ରକୁ ନିୟନ୍ତ୍ରଣ କରିବା ପାଇଁ ବୀର ହନୁମାନଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ହନୁମାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଦେଖିବାର ଲୋଭକୁ ସମ୍ଭାଳି ପାରିଲେ ନାହିଁ।
ସେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନଗରରେ ପ୍ରବେଶ କରୁଥିଲେ। ଏହି ସମୟରେ ସମୁଦ୍ର ମଧ୍ୟ ତାଙ୍କ ପଛରେ ନଗରକୁ ପ୍ରବେଶ କରିଥିଲେ। କେଶରିନନ୍ଦନ ହନୁମାନଙ୍କ ଏହି ଆଚରଣରେ ଜଗନ୍ନାଥ ମହାପ୍ରଭୁ କ୍ଷୁବ୍ଧ ହୋଇ ହନୁମାନଙ୍କୁ ଏଠାରେ ସୁବର୍ଣ୍ଣ ଶିକୁଳିରେ ବାନ୍ଧିଦେଲେ। ଏନେଇ ସମୁଦ୍ର କୂଳରେ ବେଡି(ଶିକୁଳି) ହନୁମାନଙ୍କ ଏକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର ଅଛି। ଶ୍ରଦ୍ଧାଳୁମାନେ ଶିକୁଳିରେ ବନ୍ଧା ହନୁମାନଙ୍କୁ ଦର୍ଶନ କରିବାକୁ ଏଠାକୁ ଆସନ୍ତି।