Advertisment

ଏଥର ଦୁଇ ଦିନିଆ ରଥ ଟଣା; ବାଟରେ ଅଟକିଲେ ତିନି ଠାକୁର

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।

author-image
Manoranjan Behera
ଅଦ୍ୟତନ ହୋଇଛି
Rath Yatra: Chariot pulling halted for the day

Ratha Jatra

ବାଟରେ ଅଟକିଲେ ତିନି ଠାକୁର। ଏଥର ଦୁଇ ଦିନିଆ ରଥ ଟଣା। ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ। ସିଂହଦ୍ୱାର ଠାରୁ ମାତ୍ର ସ୍ୱଳ୍ପ ଦୂର ଯାଇ ଅଟକିଲେ କାଳିଆ ସାଆନ୍ତ। ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। କାଲି ଶରଧାବାଲିରେ ପହଞ୍ଚିବ ତିନି ରଥ।

Advertisment

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ। ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା। ତେଣୁ ପ୍ରଥମ ଦିନରେ ଆଜି ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ହୋଇଛି।

 Live Updates: ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

Advertisment

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ। ସେପଟେ ଭକ୍ତସାଗରରେ ମିଶିବାକୁ ଯେମିତି ଉଚ୍ଛନ୍ନ ହେଉଥିଲେ ଭାବଗ୍ରାହୀ। ବୋଧେ ସେଇଥିପାଇଁ ନବଯୌବନ, ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହେଉଥିଲେ ତ ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର।

ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟା ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର, ଭକ୍ତିର ଜୁଆର।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ପଢନ୍ତୁ ଏହି ଖବର: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସବୁଠି ସୀମାହୀନ ଉତ୍ସାହ; ଅହମ୍ମଦାବାଦ ରଥଯାତ୍ରାରେ ସାମିଲ ହେଲେ ଗୃହମନ୍ତ୍ରୀ ଶାହ

ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଥିଲା ରଥ।

ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଥିବାରୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ବାହାରିଥିବା ତିନି ରଥ ଯିଏ ଯେଉଁଠି ଅଛନ୍ତି କାଲି ପୁଣି ସେଇଠୁ ଆରମ୍ଭ ହେବ ଜନ୍ମବେଦୀକୁ ଯାତ୍ରା।

Lord Jagannath Rath Yatra Ratha Jatra
Advertisment
Advertisment