Advertisment

World Youth Skills Day 2024: ଯୁବକମାନଙ୍କ ଦକ୍ଷତା ବଢାଇବା ପାଇଁ ୧୦ଟି ସହଜ ଉପାୟ

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ତେବେ ଆସନ୍ତୁ ଏମିତି ୧୦ଟି ଉପାୟ ବିଷୟରେ ଜାଣିବା ଯାହା ଯୁବକଙ୍କ ଦକ୍ଷତାକୁ ବଢାଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
World youth skills day 2024 how to increase youth skills

World youth skills day 2024 how to increase youth skills

ଯୁବକମାନେ ହେଉଛନ୍ତି ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ। ଦୁନିଆର ଭବିଷ୍ୟତ ଗଠନ କରିବାରେ ସେମାନଙ୍କର ସାମର୍ଥ୍ୟ ଅଛି। ସଠିକ୍ ଦକ୍ଷତା ସହିତ ଯୁବକମାନେ ଅର୍ଥନୀତିରେ ସହଯୋଗ କରିପାରିବେ, ସାମାଜିକ ପରିବର୍ତ୍ତନ ଆଣିପାରିବେ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ବିଶ୍ୱ ଗଠନ କରିପାରିବେ।

Advertisment

ତେଣୁ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ଏ ଦିଗରେ ସରକାର ଠାରୁ ଆରମ୍ଭ କରି ସମାଜ ଓ ପରିବାରର ମଧ୍ୟ ଏକ ବଡ ଭୂମିକା ରହିଛି। ସେମାନଙ୍କୁ ଏକ ଲକ୍ଷସ୍ଥଳରେ ପହଞ୍ଚେଇବା ନେଇ ସମସ୍ତେ ସହଯୋଗର ହାତ ବଢାଇବା ଉଚିତ।

ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୧୫ ଜୁଲାଇରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳନ କରାଯାଏ। ଏହି ଦିନ ଯୁବକମାନଙ୍କୁ ରୋଜଗାର, ଉଦ୍ୟୋଗୀତା ଏବଂ ନିରନ୍ତର ବିକାଶ ପାଇଁ ଆବଶ୍ୟକ କୌଶଳ ଜ୍ଞାନ ଦିଆଯାଏ। ଏହି ଦିନ ଆମକୁ ଯୁବପିଢିଙ୍କ ସାମର୍ଥ୍ୟକୁ ଚିହ୍ନିବା ପାଇଁ ପ୍ରେରଣା ଦିଏ ଏବଂ ସେମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟରେ ପହଞ୍ଚିବାରେ ସାହାଯ୍ୟ କରେ।

Advertisment

ଇତିହାସ:

୨୦୧୪ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ୧୫ ଜୁଲାଇକୁ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ଭାବରେ ଘୋଷଣା କରିଥିଲା । ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଏକବିଂଶ ଶତାବ୍ଦୀର କର୍ମଜୀବୀ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଦକ୍ଷତା ବିକାଶର ଗୁରୁତ୍ୱକୁ ସ୍ୱୀକାର କରିବାକୁ ଏହି ଘୋଷଣା କରାଯାଇଥିଲା।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳନ କରାଯାଏ। ସେହି କ୍ରମରେ ଚଳିତ ବର୍ଷର ଥିମ୍ ହେଉଛି “ଶାନ୍ତି ଏବଂ ବିକାଶ ପାଇଁ ଯୁବ ଦକ୍ଷତା”।

ଭାରତରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’:

ଭାରତ ସରକାର ପ୍ରତିବର୍ଷ ‘ବିଶ୍ୱ ଯୁବ ଦକ୍ଷତା ଦିବସ’କୁ ବଡ ଧୂମଧାମରେ ପାଳନ କରନ୍ତି। ଚଳିତ ବର୍ଷ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (MSDE) ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମଗୁଡିକର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଦକ୍ଷତା ବିକାଶ ଯୋଜନା ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୁଯୋଗ ବିଷୟରେ ସୂଚନା ପ୍ରଦାନ କରିବା।

ନିଜର ବିକାଶ ପାଇଁ ପ୍ରତ୍ୟେକ ଛାତ୍ର ଏହି ୧୦ଟି କୌଶଳ ଜାଣିବା ଜରୁରୀ:

  • ଜୀବନ ପାଇଁ ଏକ ଦୃଷ୍ଟିକୋଣର ବିକାଶ ଏବଂ ଏହାର ଅନୁସରଣ 
  • ଆତ୍ମ-ସଚେତନତାର ଅର୍ଥ ବୁଝିବାକୁ ଚେଷ୍ଟା କରିବା
  • ସମୟର ପରିଚାଳନା ଏବଂ ସଂଗଠିତ କରିବାକୁ ଶିଖିବା
  • ଯୋଗାଯୋଗ ଦକ୍ଷତାକୁ ଶିଖିବା ଓ ବୃଦ୍ଧି କରିବା ଜଣେ ଛାତ୍ର ପାଇଁ ସବୁଠାରୁ ପ୍ରାଥମିକ କୌଶଳ ମଧ୍ୟରୁ ଗୋଟିଏ ହେବା ଉଚିତ
  • ଅନ୍ୟମାନଙ୍କୁ ଅନୁଭବ କରିବା ଏବଂ ବୁଝିବାବାର କ୍ଷମତା
  • ଅର୍ଥ ସହିତ ଜଡିତ ଜିନିଷକୁ ବୁଝିବା
  • ସଫଳତା ହାସଲ କରିବା ପାଇଁ ପ୍ରେରଣା କୌଶଳ
  • ବଢୁଥିବା ଚାପକୁ ପରିଚାଳନା କରିବାର ଦକ୍ଷତା
  • ବିଫଳତାରୁ ମୁକ୍ତି ପାଇବାର ବାଟ ଜାଣିବା
  • ବ୍ୟକ୍ତିଗତ କାର୍ଯ୍ୟର କୌଶଳ ଜାଣିବା
Special Story
Advertisment
Advertisment