Advertisment

Bolbam 2024: ଆଜିକାଲି ବଢୁଛି କାଉଡିଆଙ୍କ ସଂଖ୍ୟା; ଆପଣ ଯଦି ପ୍ରଥମ ଥର ପାଇଁ ବୋଲ୍‌ବମ୍‌ ଯାଉଛନ୍ତି ଜାଣନ୍ତୁ ଏହାର ନିୟମ

ଆଜିକାଲି ବୋଲ୍‌ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ବର୍ଷକୁ ବର୍ଷ କାଉଡିଆମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ବୋଲ୍‌ବମ୍‌ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି ଜାଣି ନାହାନ୍ତି ତେବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Bolbam 2024 Know some rules of bolbum yatra

Bolbam 2024 Know some rules of bolbum yatra

ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉ ହେଉ ରାସ୍ତାରେ ଲାଗେ କାଉଡିଆଙ୍କ ଭିଡ। ଭଗବାନ ଶିବଙ୍କ ପାଇଁ ଶ୍ରାବଣ ମାସ ପ୍ରିୟ ହୋଇଥିବାରୁ ଶିବଭକ୍ତମାନେ ମଧ୍ୟ ଏହି ମାସ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ବିଶେଷକରି କାଉଡି ବା ବୋମ୍‌ବଲ୍‌ ଯାତ୍ରାକୁ ନେଇ କାଉଡିଆମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ। ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଶିବଭକ୍ତମାନେ ବୋମ୍‌ବଲ୍‌ ଯାତ୍ରା ପାଇଁ ପ୍ରସ୍ତୁତି ହୋଇଯାଆନ୍ତି।

Advertisment

ଏହି ମାସରେ ଶିବ ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ଉପବାସ ରଖନ୍ତି। ଅନ୍ୟପଟେ, ଯେଉଁମାନେ ବୋଲ୍‌ବମ୍‌ ଯାତ୍ରା କରନ୍ତି, ସେମାନେ ପବିତ୍ର ନଦୀର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ସାଧାରଣତଃ ଦେଖାଯାଏ ଯେ କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍‌ବମ୍‌’ ନାରା ଦେଇଥାନ୍ତି।

ଅଧିକ ପଢ଼ନ୍ତୁ: ଶିବଙ୍କୁ ପ୍ରସନ୍ନ କରିବା ପାଇଁ କାଉଡିଆମାନେ କାହିଁକି ଦିଅନ୍ତି 'ବୋଲବମ୍' ନାରା

Advertisment

ବିଶ୍ୱାସ କରାଯାଏ ଯେ ଶ୍ରାବଣ ମାସରେ ପବିତ୍ର ନଦୀର ଜଳକୁ ନେଇ ଜଳାଭିଷେକ କରିବା ଦ୍ୱାରା ମହାଦେବ ବହୁତ ଖୁସି ହୋଇ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି। ତେବେ ଏହି କାଉଡି ଯାତ୍ରା ସମୟରେ କାଉଡିଆମାନେ କିଛି ବିଶେଷ ନିୟମ ପାଳନ କରିବା ଆବଶ୍ୟକ। ଆପଣ ଯଦି ପ୍ରଥମ କରି ଏହି ଯାତ୍ରା କରୁଛନ୍ତି ଆଉ ଏ ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଏହି କାଉଡି ଯାତ୍ରାର ନିୟମଗୁଡିକୁ ଜାଣିନେବା।

କାଉଡି ଯାତ୍ରାର ନିୟମ:

  • କାଉଡି ଯାତ୍ରା ସର୍ବଦା ଖାଲି ପାଦରେ ହେବା ଉଚିତ। ଯାତ୍ରା ସମୟରେ ଜୋତା କି ଚପଲ ବ୍ୟବହାର କରାଯାଏ ନାହିଁ।
  • କାଉଡି ଯାତ୍ରା ସମୟରେ ମନରେ କୌଣସି ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ କି କାହାକୁ ଖରାପ ଶବ୍ଦ କୁହନ୍ତୁ ନାହିଁ। ଯାତ୍ରା ସମୟରେ, ଭୋଳାନାଥଙ୍କ ଭକ୍ତିରେ ଅଧିକରୁ ଅଧିକ ଲୀନ ହୁଅନ୍ତୁ।
  • କାଉଡି ଯାତ୍ରା ସମୟରେ କାଉଡିଆମାନେ ଚମଡ଼ା ପର୍ସ, ବେଲ୍ଟ, ଆଦି ଜିନିଷ ସାଙ୍ଗରେ ନେବା ଉଚିତ ନୁହେଁ।
  • କାଉଡି ଯାତ୍ରା ସମୟରେ କାଉଡିଆମାନଙ୍କୁ ବହୁ ଦୂର ଯାତ୍ରା କରିବା ପଡିଥାଏ। ଏହି ସମୟରେ, ସେମାନଙ୍କୁ ମଧ୍ୟ ବିଶ୍ରାମ ନେବାକୁ ପଡେ। ଏପରି ପରିସ୍ଥିତିରେ ବାହୁଙ୍ଗିକୁ ଭୂମିରେ କିମ୍ବା କୌଣସି ମଇଳା ସ୍ଥାନରେ ରଖନ୍ତୁ ନାହିଁ। ଏହାକୁ ସର୍ବଦା ଏକ ଉଚ୍ଚା ଜାଗା ଏବଂ ପରିଷ୍କାର ସ୍ଥାନରେ ରଖନ୍ତୁ।
  • ପୂରା ଶ୍ରାବଣ ମାସ ନିୟମ ନିଷ୍ଠାରେ ରହିବା ଉଚିତ। ଏହି ମାସ ପାଇଁ ମଦ୍ୟପାନ, ସିଗାରେଟ୍, ପାନ ମସଲା ଆଦି ବିଭିନ୍ନ ନିଶା ପଦାର୍ଥ ଖାଇବା ଅନୁଚିତ।
  • କାଉଡିଆମାନେ କଦାପି ମାଂସାହାର କରିବା ଉଚିତ ନୁହେଁ। ଏହା ସହିତ ଏହି ସମୟରେ ବିନା ରସୁଣ ଏବଂ ପିଆଜ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଯାତ୍ରା ସମୟରେ କେବଳ ଶୁଦ୍ଧ ଏବଂ ଶାକାହାରୀ ଖାଦ୍ୟ ଖାଇବା ଜରୁରୀ।
  • କାଉଡି ଯାତ୍ରା ସମୟରେ ଏହି ନିୟମ ମାନିବା ଦ୍ୱାରା ଭଗବାନ ଶଙ୍କର ପ୍ରସନ୍ନ ହୁଅନ୍ତି ଓ ଜଳାଭିଷେକକୁ ଗ୍ରହଣ କରନ୍ତି ଏବଂ କାଉଡି ଯାତ୍ରା ସଫଳ ବୋଲି ବିଶ୍ୱାସ କରାଯାଏ।

ଅଧିକ ପଢ଼ନ୍ତୁ: ଭଗବାନ ଶିବକୁ କାହିଁକି ଘୃଣା କରନ୍ତି ରାଜା ଦକ୍ଷ; ଜାଣନ୍ତୁ ଏହା ପଛର ତିନି କାରଣ

Bolbam Bolbam Yatra Bolbam Devotee Bolbom
Advertisment
Advertisment