ମେ ୩୧ ଅର୍ଥାତ୍ ଆଜି ବିଶ୍ୱ ପାଳନ ହେଉଛି ତମାଖୁ ବର୍ଜନ ଦିବସ । ତମାଖୁ ବିରୋଧରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତମାଖୁ ନିରୋଧୀ ସଚେତନତା ଲାଗି ଆଗେଇ ଆସିଛନ୍ତି ।
ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ତମାଖୁ ସେବନରୁ ଦୂରେଇ ରହିଲେ କ୍ୟାନସର ଭଳି ଦୂରାରୋଗରୁ ରକ୍ଷା ମିଳିପାରିବ ବୋଲି ନିଜ କଳା ମଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଉଭୟ ବାଲୁକାଶିଳ୍ପୀ, ଦେଖନ୍ତୁ କିଛି ଚିତ୍ର...
ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ ।