ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷର ଥିମ୍ ରହିଛି ‘ଟବାକୋ ଥ୍ରିଏଟ୍ ଆୱାର ଏନଭରମେଣ୍ଟ’ ବା ତମାଖୁ ଆମ ପରିବେଶ ପ୍ରତି ବିପଜଜନକ ।
ନିୟମିତ ତମାଖୁ ସେବନ ଦ୍ୱାରା ଶରୀରରେ ବିଭିନ୍ନ ଅଙ୍ଗରେ କ୍ୟାନସର ସୃଷ୍ଟି ହୋଇଥାଏ । ଏମିତିକି ହୃଦଘାତ ଏବଂ ମସ୍ତିସ୍କାଘାତ ମଧ୍ୟ ହୋଇଥାଏ । କେବଳ ଏତିକି ନୁହେଁ ତମାଖୁ ଖାଇଲେ ନିଦ୍ରା ନହେବା ସହ ମାନସିକ ଅବସାଦ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି । ତେଣୁ ତମାଖୁର କୁପ୍ରଭାବ ବିଷୟରେ ଆଜିର ଦିନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥାଏ ।
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଅନ୍ୟପକ୍ଷେ, ସ୍ୟାଣ୍ଡ ଆନିମେଟର ମାନସ ସାହୁ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ଜନତାଙ୍କୁ ସଚେତନର ବାର୍ତ୍ତା ଦେଇଛନ୍ତି । । ମିଶନ ଓଡିଶା ତରଫରୁ ଲାଇଟ ହାଉସ ବେଳାଭୂମିରେ ସେ ଏହି ସ୍ୟାଣ୍ଡ ଆର୍ଟ କରିଛନ୍ତି । ତମାଖୁ ସେବନରୁ ଦୂରେଇ ରହିଲେ କ୍ୟାନସର ଭଳି ଦୂରାରୋଗରୁ ରକ୍ଷା ମିଳିପାରିବ ବୋଲି ଲୋକଙ୍କୁ ସଚେତନ କରାଯାଇଛି ।
