ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ତମାଖୁ ସେବନରୁ ଦୂରେଇ ରହିଲେ କ୍ୟାନସର ଭଳି ଦୂରାରୋଗରୁ ରକ୍ଷା ମିଳିପାରିବ ବୋଲି ନିଜ କଳା ମଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଉଭୟ ବାଲୁକାଶିଳ୍ପୀ, ଦେଖନ୍ତୁ କିଛି ଚିତ୍ର...
Published By: Otv Khabar Bureau
Last updated: 31 May 2022, 12:56 PM IST
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର ବାଲୁକା କଳା...
ନିଜ ବାଲୁକା କଳାରେ ‘World No Tobacco Day’ ଲେଖି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ...
ତମାଖୁ ସେବନ ଦ୍ୱାରା ଲୋକେ କିପରି ନିଜ ମୃତ୍ୟୁକୁ ସ୍ୱାଗତ କରିଥାନ୍ତି, ତାହା କଳା ମାଧ୍ୟମରେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ...
ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ...
ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଶନ ଓଡ଼ିଶା ଏବଂ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ମିଳିତ ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି...
ତମାଖୁ ବର୍ଜନ ଦିବସ ଅବସରରେ ଲୋକଙ୍କୁ ସଚେତନ କରୁଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଶନ ଓଡ଼ିଶାର କର୍ମୀମାନେ...