Advertisment

Viral Video: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

ଉଭୟ ବଲିଉଡ୍ ଓ ଟଲିଉଡ୍ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ଉଭୟ ପାର୍ଶ୍ୱର ଲୋକମାନେ ପରସ୍ପର ଉପରେ ବିରୋଧାତ୍ମକ ମତ ଦେଉଛନ୍ତି ଏବଂ ନିଜ ନିଜ ଶିଳ୍ପ ଏବଂ କଳାକାରମାନଙ୍କୁ ଭଲ ବୋଲି କହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Throwback video viral when rajamouli compared hrithik roshan with prabhas

Throwback video viral when rajamouli compared hrithik roshan with prabhas

ଗତ ବର୍ଷ ବଲିଉଡ୍-ଟଲିଉଡ୍ ମଧ୍ୟରେ ଦମଦାର ଲଢେଇ ଚାଲିଥିଲେ ବି ସାଉଥ୍ ଇଣ୍ଡିଆନ୍ ଫିଲ୍ମ ବଲିଉଡ୍ ଉପରେ ଭାରି ପଡିଥିଲା। ବର୍ତ୍ତମାନ ୨୦୨୫ ଆରମ୍ଭରୁ ପୁଣି ଥରେ ବଲିଉଡ୍‌ ଏବଂ ଟଲିଉଡ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।

Advertisment

ତେବେ ପ୍ରଭାସଙ୍କ ଅଭିନୀତ ‘ବାହୁବଲୀ’ ପରେ ସାଉଥ୍‌ରୁ ଅଧିକରୁ ଅଧିକ ଫିଲ୍ମ ଆସୁଛି ଏବଂ ବିଶେଷ କରି ହିନ୍ଦୀ ଦର୍ଶକମାନେ ମଧ୍ୟ ଏସବୁକୁ ବହୁତ ପସନ୍ଦ କରୁଛନ୍ତି।

Advertisment

‘ବାହୁବଲୀ’ ପରେ RRR, ପୁଷ୍ପା, KGF ଭଳି ସାଉଥ୍ ଫିଲ୍ମ ଲୋକଙ୍କୁ ପାଗଳ କରିଦେଇଛି। ତେବେ ଏଭଳି ପରିସ୍ଥିତିରେ ଉଭୟ ବଲିଉଡ୍ ଓ ଟଲିଉଡ୍ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି। ଉଭୟ ପାର୍ଶ୍ୱର ଲୋକମାନେ ମଧ୍ୟ ପରସ୍ପର ଉପରେ ବିରୋଧାତ୍ମକ ମତ ଦେଉଛନ୍ତି ଏବଂ ନିଜ ନିଜ ଶିଳ୍ପ ଏବଂ କଳାକାରମାନଙ୍କୁ ଭଲ ବୋଲି କହୁଛନ୍ତି।

ଅଧିକ ପଢ଼ନ୍ତୁ: Saif Ali Khan Stabbed: ‘ଜାଣି ନ ଥିଲି ମୋ ଗାଡ଼ିରେ ସୈଫ ଅଛନ୍ତି’

ପୁରୁଣା ଭିଡିଓ ଭାଇରାଲ୍‌:

ଏହାରି ଭିତରେ ସାଉଥ୍‌ର ଷ୍ଟାର୍‌ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କର ଏକ ୧୭ ବର୍ଷ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ହ୍ରିତିକ ରୋଶନଙ୍କୁପ୍ରଭାସଙ୍କ ସହ ତୁଳନା କରୁଛନ୍ତି ଆଉ ହ୍ରିତିକଙ୍କ ଉପରେ କମେଣ୍ଟ୍ କରୁଛନ୍ତି।


ପ୍ରଭାସଙ୍କ ସହିତ ହ୍ରିତିକଙ୍କ ତୁଳନା:

୨୦୦୭ରେ, ଯେତେବେଳେ ସାଉଥ୍ ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ବିଲ୍ଲା’ ମୁକ୍ତିଲାଭ କରିଥିଲା, ରାଜାମୌଲି ଏକ ଇଭେଣ୍ଟରେ କହିଥିଲେ ଯେ “କିଛି ଦିନ ପୂର୍ବରୁ ହିନ୍ଦୀରେ ‘ଧୁମ୍ ୨’ ମୁକ୍ତିଲାଭ କରିଥିଲା, ତେଣୁ ଏହା ଭାବି ମୋ ମନରେ ଦୁଃଖ ଆସିଥିଲା ଯେ ଆମ ପାଖରେ ହ୍ରିତିକ୍ ରୋଶନଙ୍କ ପରି ଷ୍ଟାର୍ କାହିଁକି ନାହାନ୍ତି।”

ଏହି ଭାଇରାଲ୍ ଭିଡିଓରେ ସେ କହୁଛନ୍ତି ଯେ “ବର୍ତ୍ତମାନ ‘ବିଲ୍ଲା’ର ପୋଷ୍ଟର ଏବଂ ଗୀତ ରିଲିଜ୍ ହେବା ପରେ ଏବଂ ଏହାର ଟ୍ରେଲର୍‌ ରିଲିଜ୍ ହେବାକୁ ନେଇ ମୁଁ କହିବାକୁ ଚାହେଁ ଯେ ହ୍ରିତିକ୍ ରୋଶନ ପ୍ରଭାସଙ୍କ ତୁଳନାରେ କିଛି ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ତେଲୁଗୁ ସିନେମା ବଲିଉଡ୍‌ଠାରୁ ବହୁତ ଆଗରେ ଏବଂ ବର୍ତ୍ତମାନ ଏହା ହଲିଉଡ୍‌ ସହିତ ସମାନ ହେଲାଣି।”

ଏ କଥା କହିବାର କିଛି ବର୍ଷ ପରେ ରାଜାମୌଲି ପ୍ରଭାସଙ୍କୁ ‘ବାହୁବଲୀ’ରେ କାଷ୍ଟ୍‌ କରିଥିଲେ ଏବଂ ‘ବାହୁବଲୀ’ ମଧ୍ୟ ରେକର୍ଡ କରିଥିଲା। କିନ୍ତୁ ‘ବାହୁବଲୀ’ ଏବଂ ଏହାର ସିକ୍ୱେଲ ପରେ ଆସିଥିବା ପ୍ରଭାସଙ୍କ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ କାମ ଦେଇନି। ସବୁ ଫିଲ୍ମ ବିଫଳ ହୋଇଛି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ଏହା ପରେ କିନ୍ତୁ ରାଜାମୌଲି କହିଥିଲେ ଯେ ଏଭଳି କହିବା ପଛରେ ତାଙ୍କର ଉଦ୍ଦେଶ୍ୟ ନୁହେଁ ଯେ ହ୍ରିତିକ ରୋଶନଙ୍କୁ ଅସମ୍ମାନ କରିବା। ସେ ହ୍ରିତିକଙ୍କୁ ଜଣେ ଭଲ ଅଭିନେତା ଭାବନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି।


ପ୍ରଭାସଙ୍କୁ ଜୋକର କହିଲେ ଅର୍ଶଦ:

ନିକଟରେ ବଲିଉଡ୍‌ ଅଭିନେତା ଅର୍ଶଦ ୱାର୍ସି ମଧ୍ୟ ପ୍ରଭାସଙ୍କୁ ନେଇ ଏକ ମତ ଦେଇଛନ୍ତି। ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ରେ ଅଭିନୟ ପାଇଁ ସେ ପ୍ରଭାସଙ୍କୁ ଜୋକର ବୋଲି କହିଛନ୍ତି। ଏହା ପରେ ଯେତେବେଳେ ପ୍ରଭାସଙ୍କ ପ୍ରଶଂସକମାନେ ଏହାକୁ ବିରୋଧ କରିଥିଲେ ସେତେବେଳେ ହ୍ରିତିକଙ୍କ ପ୍ରଶଂସକମାନେ ରାଜାମୌଲିଙ୍କର ଏହି ପୁରୁଣା ଭିଡିଓକୁ ଭାଇରାଲ୍‌ କରିଛନ୍ତି।

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

Pravas Hritik Roshan Bollywood South Indian Films SS Rajamouli
Advertisment
Advertisment