ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା, ଘରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ। କର୍ପୂର ଜଳାଇ […]
ଇଣ୍ଟରନେଟ୍ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ। ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା। ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ ଏଠି କହୁଛୁ ଦୁଇ ବନ୍ଧୁ ମୋରିସ୍ ଏବଂ ଚାମ୍ପିଙ୍କ କାହାଣୀ। ଏମାନେ ମଣିଷ ନୁହଁନ୍ତି ସତ, ମଣିଷଠାରୁ ବନ୍ଧୁତ୍ୱର ମୂଲ୍ୟକୁ ଯେମିତି ଅଧିକ ବୁଝି ପାରିଛନ୍ତି। ଫଟୋରେ […]
ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଭଗବାନ ଗଣେଶଙ୍କର ପୂଜା କରିଥାନ୍ତି। ଭାରତ ଛଡ଼ା ଏହି ପର୍ବକୁ ଅନ୍ୟ କିଛି […]
ମସ୍କୋ: ଆର୍ଟିକ୍ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍ସ୍କ ସହର ଦେଇ ବହି ଯାଇଥିବା ଡାଲ୍ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍ […]
ଦିନକ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବ ଦିନ ଧନ୍ତେରସ୍। ବିଶ୍ୱାସ ରହିଛି, ଧନ୍ତେରସ୍ରେ(Dhanteras 2020) ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ। ଖାଲି ସୁନା, ରୂପା ନୁହେଁ ଧନ୍ତେରସ୍ ଦିନ ଘରକୁ ଯେକୌଣସି ଜିନିଷ କିଣିକି ଆଣିଲେ ଏହା ଶୁଭ। ହେଲେ ଏମିତି କିଛି ଜିନିଷ ଅଛି, ଯାହାକୁ ଏହି ଦିନରେ ଆଦୌ […]
ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍ରେ। ୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ […]
#SpecialStory #India #LIC #JeevanAkshay #NewPolicy #Pension
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍ ବା କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍ରେ କଡ଼କନାଥ ଚିକେନ୍ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା […]
ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର […]
ଆସନ୍ତାକାଲି ପାଳନ ହେବ ଆଲୋକର ପର୍ବ ଦୀପାବଳି। ହେଲେ ପ୍ରତିବର୍ଷ ପରି ଏଥର ଲୋକମାନେ ବାଣ ଫୁଟାଇ ପାରିବେ ନାହିଁ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡ଼ାକଡ଼ି କରିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ। ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ। ଦ୍ୱିତୀୟ ଦିନକୁ ଛୋଟି ଦୀୱାଲି ଭାବେ ପାଳନ କରାଯାଇଥାଏ। ହେଲେ ଏହାର […]
ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୂନା ମାଛ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ଲାଗୁ କରିବାକୁ ସରକାରଙ୍କୁ ଆନ୍ତରିକତାର ସହ କାମ କରିବାକୁ ପଡିବ । ନଚେତ ଏହା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯିବ । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆଗରେ ଯେଉଁ ଚାଲେଞ୍ଜ ରହିଛି ତାହାକୁ ସାମ୍ନା କରିପାରିବେ ତ ? ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ରର ୩ ରୁ ୬ ବର୍ଷ ବୟସର […]
ତୁର୍କମେନିସ୍ଥାନ: ସାଧାରଣତଃ ଦେଶର ଲୋକପ୍ରିୟ ବ୍ୟକ୍ତି, ବିଶିଷ୍ଟ ନେତାଙ୍କ ପ୍ରତିମୂର୍ତ୍ତି ରାସ୍ତାର ପ୍ରମୁଖ ଛକ ଉପରେ ଦେଖିବାକୁ ମିଳିଥାଏ । ହେଲେ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ଛକରେ କୌଣସି ପଶୁର ପ୍ରତିମୂର୍ତ୍ତି କେବେ ଦେଖିଛନ୍ତି ? ତାହା ପୁଣି ସୁନାରେ ତିଆରି ହୋଇଥିବ ? ବିଶ୍ୱାସ ଯୋଗ୍ୟ ତ ମନେ ହେଉନି। କିନ୍ତୁ କଥାରେ ସତ୍ୟତା ରହିଛି। ଏମିତି ଘଟଣା ଘଟିଛି ତୁର୍କମେନିସ୍ଥାନରେ। ତୁର୍କମେନିସ୍ଥାନର ରାଜଧାନୀରେ କୁକୁରର ଏକ ବିରାଟ ସୂର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ତୁର୍କମେନିସ୍ଥାନରେ […]
ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି […]
ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ, ଯଦି ରାଜକୁମାରୀ ମାକୋ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କୁ ରାଜକୀୟ ସୁବିଧା, ସୁଯୋଗ ଓ ମର୍ଯ୍ୟାଦା ହରାଇବାକୁ ପଡ଼ିବ। ଏହାସହ ତାଙ୍କୁ ଜଣେ […]
ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପାହାଡି ଇଲାକାରେ ଏକ ଦାମୀ ମସଲା ପ୍ରସ୍ତୁତ ହେଉଛି। ଶରତ ଋତୁ ଆଗମନରେ ଫୁଟୁଥିବା ଏକ ଫୁଲରୁ ପ୍ରସ୍ତତ ହୁଏ ଏହି ମସଲା। ଏହାର ଦାମ ଶୁଣିଲେ ହୋସ ଉଡ଼ିଯିବ। ଶରତ ଋତୁରେ କାଶ୍ମୀରର ପାହାଡିଆ ଅଞ୍ଚଳରେ ଫୁଟେ ଏକ ସୁବାସିତ ତଥା ମୂଲ୍ୟବାନ ଫୁଲ। ଏହି ଫୁଲରେ ପାହାଡି ଇଲାକା ଖାଲି ମହକି ଯାଏନି, ଏହାର ବାଇଗଣି ରଙ୍ଗ କାଶ୍ମୀରର ପରିବେଶକୁ ସଜେଇ ଦିଏ ଠିକ୍ ପରିଟିଏ ପରି। ଏହି ଫୁଲରୁ ବାହାର କରାଯାଏ […]
ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା। ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି […]
ନିଜର ସ୍ୱତନ୍ତ୍ର ମଡେଲ୍ ଏବଂ ଫିଚର୍ ପାଇଁ ଆଦୃତ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ୍ ଏବେ ସ୍ମାର୍ଟଫୋନ୍ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଆପଲ୍ କମ୍ପାନୀ ଏହି ସ୍ମାର୍ଟଫୋନ୍ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ […]
ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ। ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ […]
ଗତ ଅକ୍ଟୋବର ମାସରେ ଆପଲ୍ କମ୍ପାନି ତାର ଆଇଫୋନ୍ ସିରିଜ୍ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍ନୀ ବିକି ଆଇଫୋନ୍ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ ବ୍ୟକ୍ତି ୯ ବର୍ଷ ତଳେ ଏମିତି ଏକ କାରନାମା କରିଥିଲେ। ଯାହା ପାଇଁ ଆଜି ସେ ପସ୍ତାଉଛନ୍ତି। ତେଣୁ ଆପଣ ଏହିଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ, […]
ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ। ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ। ଅବ୍ଦୁଲ୍ ରଜ୍ଜାକ ନାମକ ଏହି ବ୍ୟକ୍ତି ଆଗରୁ ୪ଥର ବିବାହ କରିଥିଲେ। ଏହା ତାଙ୍କର ୫ମ ବିବାହ। ସେ ପେସାରେ ଜଣେ କୃଷକ। କମ୍ ବୟସର ଝିଅକୁ […]
ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍ର କାନ୍ଥ କୌଣସି ମ୍ୟୁଜିୟମ୍ଠାରୁ ମଧ୍ୟ କମ୍ ଲାଗୁନାହିଁ। ଏହି ଜେଲ୍ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍ଡିପିଏସ୍ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ। ସାଧୁରାମଙ୍କ ଚିତ୍ର କରିବାର ସୌକ୍ ତାଙ୍କ ସାଥିରେ ଜେଲ୍ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶ ବେଶ୍ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା ପାଇଁ ନିଜ ବୃତ୍ତି ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରିଛି। ଏଇ ଯେମିତି ଅସ୍ତ୍ରଚାଳନାରେ ଅଲମ୍ପିକ୍ରେ ଗୋଲ୍ଡ ମେଡାଲ୍ ହାତେଇଥିବା ଖେଳାଳି ରୁବେନ୍ ଲିମାର୍ଡୋ। ରୁବେନ୍ […]
ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ। ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ […]
ଲଣ୍ଡନ: କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ମାଉଥ୍ୱାଶ୍ ହେବ ଅମୋଘ ଅସ୍ତ୍ର। ମାତ୍ର ୩୦ ସେକେଣ୍ଡରେ କରୋନାକୁ ମାରିବ ମାଉଥ୍ୱାଶ୍। ବ୍ରିଟେନ୍ର କାର୍ଡିଫ୍ ୟୁନିଭର୍ସିଟିର ଏକ ଲ୍ୟାବ୍ରେ ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍ୱାଶ୍ କରୋନା ଭାଇରସ୍କୁ କାଉଣ୍ଟର କରିବାର ଏକ ସରଳ ଉପାୟ ବୋଲି ଜଣାପଡ଼ିଛି। ଯଦିଓ ଏହି ନୂଆ ଗବେଷଣାକୁ ସମୀକ୍ଷା କରାଯାଇ ନାହିଁ, ତେବେ ଏହା ଅନ୍ୟ ଏକ […]