Advertisment

ମହାତ୍ମା ଗାନ୍ଧୀ କେବେ ଓ କାହିଁକି ଧୋତି ପିନ୍ଧିବା ଆରମ୍ଭ କଲେ

ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
18 unknown facts about mahatma Gandhi

18 unknown facts about mahatma Gandhi

ଭାରତରେ ପ୍ରତିବର୍ଷ ଅକ୍ଟୋବର ୨କୁ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ନାମରେ ଉତ୍ସର୍ଗ କରାଯାଇଥାଏ। କାରଣ ୧୮୬୯ ଏହି ଦିନରେ ମହାତ୍ମା ଗାନ୍ଧୀ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଗାନ୍ଧୀଙ୍କ ବାପା କରମଚାନ୍ଦ ଗାନ୍ଧୀ ରାଜକୋଟ୍‌ର ଦେୱାନ୍ ଥିଲେ ଓ ତାଙ୍କ ମା’ ପୁତଲିବାଇ ଗୃହିଣୀ ଥିଲେ। ଜାନୁଆରୀ ୩୦ ରେ ଦିଲ୍ଲୀର ନାଥୁରାମ ଗୋଡ୍‌ସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେଉଁଥିପାଇଁ ସମଗ୍ର ବିଶ୍ୱ ଶୋକରେ ବୁଡି ଗଲା। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଦୀର୍ଘ ୮ କିଲୋମିଟରର ଲମ୍ବା ଶବ ଶୋଭାଯାତ୍ରା କରାଯାଇଥିଲା।

Advertisment

୧୯୪୮ ମସିହାରେ ତାଙ୍କ ମୃତ୍ୟୁ ପରଠାରୁ, ପ୍ରତିବର୍ଷ ଅକ୍ଟୋବର ୨କୁ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର କଥା କହୁଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ଗାନ୍ଧୀଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା ଯାହା ତାଙ୍କୁ ଆଜି ସ୍ୱତନ୍ତ୍ର କରିଦେଇଛି।

  • ଗାନ୍ଧିଜୀଙ୍କ ଦାନ୍ତ ନକଲି ଥିଲା। ତାଙ୍କ ପାଖରେ ଦାନ୍ତର ଏକ ସେଟ୍ ଥିଲା। ସେ ସବୁବେଳେ ତାଙ୍କ ନକଲି ଦାନ୍ତକୁ ତାଙ୍କ ଧୋତିରେ ବାନ୍ଧି ରଖୁଥିଲେ। ସେ କେବଳ ଖାଇବା ସମୟରେ ଏହାକୁ ଲଗଉଥିଲେ।
  • ମହାତ୍ମା ଗାନ୍ଧୀଙ୍କ ବଡ ପୁଅ ହିରାଲାଲ ଗାନ୍ଧୀ ମଦ୍ୟପାନ କରୁଥିଲେ। ସେ ଗାନ୍ଧିଜୀଙ୍କ ବିଚାରକୁ ବିରୋଧ କରୁଥିଲେ। ସେ ବିଦେଶରେ ପଢିବାକୁ ଚାହୁଁଥିଲେ, କିନ୍ତୁ ଗାନ୍ଧିଜୀ ଏହା ପାଇଁ ପ୍ରସ୍ତୁତ ନଥିଲେ। ପରେ ହିରାଲାଲ୍ ଇସଲାମ ଧର୍ମ ଗ୍ରହଣ କରିଥିଲେ। ପୁଅର ଏଭଳି ପଦକ୍ଷେପ ଗାନ୍ଧିଜୀଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା।
  • ତାମିଲନାଡୁର ମଦୁରାଇ ସହରରୁ ଫେରିବା ପରେ ଗାନ୍ଧିଜୀ ଧୋତି ପିନ୍ଧିବା ଆରମ୍ଭ କରିଥିଲେ। ୧୯୨୧ ପୂର୍ବରୁ ଗାନ୍ଧିଜୀ ପ୍ୟାଣ୍ଟ-ସାର୍ଟ ପିନ୍ଧୁଥିଲେ, କିନ୍ତୁ ମଦୁରାଇରେ ଦାରିଦ୍ରତା ଏବଂ ସେଠାରେ ଥିବା ଗରିବ ଲୋକଙ୍କ ପୋଷାକ ଦେଖିବା ପରେ ସେ ବଦଳି ଗଲେ ଆଉ ସର୍ବଦା ଧୋତି ପିନ୍ଧିଲେ।
  • ନୋଟରେ ଗାନ୍ଧିଜୀଙ୍କ ମୁହଁ ଦେଖି ଲାଗୁଛି ଯେ ତାଙ୍କର ଏହି ପଟୋ ତିଆରି ହୋଇଛି, କିନ୍ତୁ ତାହା ନୁହେଁ। ୧୯୪୬ରେ ଜଣେ ଫଟୋଗ୍ରାଫର ତାଙ୍କର ଏହି ଫଟୋ ଉଠେଇଥିଲେ। ଏହି ଫଟୋ ନୋଟ୍‌ରେ ଛାପିବାକୁ ନିଷ୍ପତ୍ତି ନିଆଯାଇଥିଲା।
  • ଗାନ୍ଧିଜୀ ଦୁଇଟି ଜିନିଷ ପାଇଁ ବହୁତ ଚିନ୍ତିତ ଥିଲେ। ପ୍ରଥମେ ତାଙ୍କର ହସ୍ତଲିଖନ ଏବଂ ଦ୍ୱିତୀୟରେ ମୋଡାଘଷା। ସେ ଅନ୍ୟମାନଙ୍କଠାରୁ ମୋଡାଘଷା ପାଇବାକୁ ଚାହୁଁଥିଲେ।
  • ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ଗାନ୍ଧୀ ୧୮୯୯ ର ଆଙ୍ଗ୍ଲୋ ବୋଇର୍ ଯୁଦ୍ଧରେ ଲୋକଙ୍କୁ ସ୍ୱାସ୍ଥ୍ୟ କର୍ମୀ ଭାବରେ ସାହାଯ୍ୟ କରିଥିଲେ। ଏଠାରେ ସେ ଯୁଦ୍ଧର ଭୟାବହତା ଦେଖି ଅହିଂସା ରାସ୍ତାରେ ଯିବାକୁ ସ୍ଥିର କରିଥିଲେ।
  • ଗାନ୍ଧୀଙ୍କ ନାଗରିକ ଅଧିକାର ଆନ୍ଦୋଳନ ସମୁଦାୟ ୪ ମହାଦେଶ ଏବଂ ୧୨ଟି ଦେଶକୁ ବ୍ୟାପିଯାଇଥିଲା।
  • ଦୁନିଆର ସବୁଠୁ ବଡ ଉଦ୍ଭାବକ ଷ୍ଟିଭ୍‌ ଜବ୍ସ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ତେଣୁ, ତାଙ୍କୁ ସମ୍ମାନ ଦେବା ପାଇଁ ସେ ଗୋଲ୍‌ ଚଷମା ପିନ୍ଧୁଥିଲେ।
  • କ୍ୱଚିତ୍ ଆପଣ ଜାଣନ୍ତି ଯେ ଗାନ୍ଧିଜୀ ୭୦ ବର୍ଷ ବୟସରେ ବି ମାତ୍ର ୪୬ କିଲୋଗ୍ରାମ ଥିଲେ। ସେହି ସମୟରେ ସେ ପ୍ରତିଦିନ ଦଶ କିଲୋମିଟର ଚାଲୁଥିଲେ ଏବଂ ୫ ଘଣ୍ଟା ଶୋଉଥିଲେ।
  • ତାଙ୍କର ଉଚ୍ଚତା ୫ ଫୁଟ ୫ଇଞ୍ଚ ଥିଲା। ସେ ତାଙ୍କ ଜୀବନର ୬ ବର୍ଷ ୫ ମାସ ଜେଲରେ କଟିଛନ୍ତି।
  • ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଆନ୍ଦୋଳନ ବେଳେ ୧୩ ଥର ଗିରଫ କରାଯାଇଥିଲା। ଏହି ସମୟରେ ସେ ୧୭ ଟି ବଡ ଅନସନ କରିଥିଲେ। ଗାନ୍ଧିଜୀ କ୍ରମାଗତ ଭାବରେ ୧୧୪ ଦିନ ଉପବାସ ଥିଲେ।
  • ମହାତ୍ମା ଗାନ୍ଧୀଙ୍କ ଯେଉଁ ଦେଶରୁ ଭାରତକୁ ସ୍ୱାଧୀନତା ଦେବା ପାଇଁ ଲଢିଥିଲେ ସେଇ ଦେଶ ତାଙ୍କ ସମ୍ମାନାର୍ଥେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲେ। ଗାନ୍ଧୀଙ୍କ ମୃତ୍ୟୁର ୨୧ ବର୍ଷ ପରେ ବ୍ରିଟେନ ପ୍ରଥମ ଥର ପାଇଁ ତାଙ୍କ ନାମରେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲା।
  • ଭାରତରେ ଛୋଟ ରାସ୍ତାଗୁଡିକୁ ଛାଡିଦେଲେ ଗାନ୍ଧିଜୀଙ୍କ ନାମରେ ସମୁଦାୟ ୫୩ ଟି ବଡ ରାସ୍ତା ଅଛି। ସେହିପରି ଯେତେବେଳେ ବିଦେଶରେ ସମୁଦାୟ ୪୮ଟି ରାସ୍ତା ତାଙ୍କ ନାମରେ ନାମିତ ହୋଇଛି।
  • ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଡର୍ବାନ୍, ପ୍ରିଟୋରିଆ ଏବଂ ଜୋହାନ୍ସବର୍ଗରେ ମୋଟ ତିନିଟି ଫୁଟବଲ୍ କ୍ଲବ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ।
  • ଗାନ୍ଧିଜୀ ୧୩ ବର୍ଷ ବୟସରେ ତାଙ୍କଠାରୁ ଏକ ବର୍ଷ ବଡ କସ୍ତୁରବା ଗାନ୍ଧୀଙ୍କୁ ବିବାହ କରିଥିଲେ। ସେତେବେଳେ ହୋଇଥିବା ବିବାହ ରୀତିନୀତି ସମାପ୍ତ କରିବାକୁ ଏକ ବର୍ଷ ଲାଗିଗଲା ଏବଂ ଏହି କାରଣରୁ ସେ ଏକ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍‌କୁ ଯାଇ ପାରିଲେ ନାହିଁ।
  • ଗାନ୍ଧିଜୀଙ୍କ ବିଷୟରେ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ଗାନ୍ଧିଜୀ ଏପର୍ଯ୍ୟନ୍ତ ନୋବେଲ ଶାନ୍ତି ପୁରସ୍କାର ପାଇ ନାହାଁନ୍ତି। ସେ କିନ୍ତୁ ଏଥିପାଇଁ ମୋଟ ୫ ଥର ମନୋନୀତ ହୋଇଛନ୍ତି।
  • ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ସଂଗ୍ରାମ ସମୟରେ ଗାନ୍ଧିଜୀ ଜୋହାନ୍ସବର୍ଗଠାରୁ ୨୧ ମାଇଲ ଦୂରରେ ୧୧୦୦ ଏକରର ଏକ ଛୋଟ କଲୋନୀ ଟଲଷ୍ଟୟ ଫାର୍ମ ପ୍ରତିଷ୍ଠା କରିଥିଲେ।
  • ଗାନ୍ଧିଜୀ ଶୁକ୍ରବାର ଦିନ ଜନ୍ମ ହୋଇଥିଲେ, ଶୁକ୍ରବାର ଦିନ ଭାରତ ସ୍ୱାଧୀନତା ଲାଭ କରିଥିଲା ​​ଏବଂ ଶୁକ୍ରବାର ଦିନ ଗାନ୍ଧିଜୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
Advertisment
Mahatma Gandhi Mahatma Gandhi Non Violence Gandhi Jayanti
Advertisment
Advertisment