Advertisment

ଶତ ଚେଷ୍ଟା ସତ୍ତ୍ୱେ ବିଭାଜନକୁ ଅଟକାଇ ପାରି ନ ଥିଲେ ଗାନ୍ଧୀ

ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାପୁ ନାମରେ ଘରେ ଘରେ, ପ୍ରତିଟି ହୃଦୟରେ ସେ ପରିଚିତ। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଗୁଜୁରାଟର ପୋର ବନ୍ଦରରେ ଅକ୍ଟୋବର ୨ ତାରିଖ ୧୮୬୯ରେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।

author-image
Minati Mishra
ଅଦ୍ୟତନ ହୋଇଛି
today is mahatma gandhi birth anniversary

today is mahatma gandhi birth anniversary

ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାପୁ ନାମରେ ଘରେ ଘରେ, ପ୍ରତିଟି ହୃଦୟରେ ସେ ପରିଚିତ। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଗୁଜୁରାଟର ପୋର ବନ୍ଦରରେ ଅକ୍ଟୋବର ୨ ତାରିଖ ୧୮୬୯ରେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।

Advertisment

ଗାନ୍ଧୀ ଲଣ୍ଡନରେ ଲ’ କରିବା ପରେ ଭାରତ ଫେରିଥିଲେ। ୨୨ ବର୍ଷ ବୟସରେ ସେ ତ ଓକିଲାତି ଆରମ୍ଭ କରିଥିଲେ। କିନ୍ତୁ ଦୁଇବର୍ଷ ପରେ ବି ସେ ସଫଳତାର ସହ ଆଇନ ବ୍ୟବସାୟ କରିପାରି ନ ଥିଲେ। ଶେଷରେ ୧୮୯୩ରେ ସେ ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲେ ଓକିଲାତି ଅଭ୍ୟାସ ପାଇଁ। ସେଠାରେ ସେ ଦୀର୍ଘ ୨୧ ବର୍ଷ କଟାଇଥିଲେ। ୧୯୧୫ ମସିହାରେ ଗାନ୍ଧିଜୀ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳକୁ ତାଙ୍କୁ ବୟସ ୪୫ ବର୍ଷ। ଭାରତକୁ ଫେରି ସେ ଚାଷୀ, ଶ୍ରମିକଙ୍କୁ ସଂଗଠିତ କରି ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଇଂରେଜମାନଙ୍କ ନୀତି ବିରୋଧରେ ସ୍ୱର ଉଠାଇଥିଲେ।

୧୯୨୧ରେ ଇଣ୍ଡିଆନା ନାସନାଲ କଂଗ୍ରେସର ନେତୃତ୍ୱ ନେଇଥିଲେ ଗାନ୍ଧୀ। ସାରା ଦେଶରେ ଦାରିଦ୍ର ହଟାଇବା ପାଇଁ ଆହ୍ୱାନ ଦେଇଥିଲେ। ନାରୀ ସ୍ୱାଧୀନତା, ନାରୀ ଶିକ୍ଷା ଗୁରୁତ୍ୱ ଦେବା ତଥା ଅସ୍ପୃଶ୍ୟତା ଦୂର କରିବା ପାଇଁ ମଧ୍ୟ ସେ ଉଦ୍ୟମ ଆରମ୍ଭ କରିଥିଲେ। ଗାନ୍ଧୀଙ୍କର ସବୁଠାରୁ ବଡ ସଫଳତା ଥିଲା ସ୍ୱରାଜ। ତନ୍ତରେ ସୁତା କାଟି ଲୁଗାବୁଣି ପିନ୍ଧିବାକୁ ସେ ପରାମର୍ଶ ଦେଉଥିଲେ। କାରଣ ସେ ଜାଣିଥିଲେ, ଏହାଦ୍ୱାରା ନିଜ ଦେଶର ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରି ପାରିବ।

Advertisment

ଇଂରେଜମାନେ ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲୁଣ ଉପରେ ଟାକ୍ସ ବସାଇଥିଲେ ଗାନ୍ଧୀ ଏହାକୁ ବିରୋଧ କରିବା ସହ ଏମିତି ଆଇନକୁ ନ ମାନିବା ପାଇଁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏହା ବିରୋଧରେ ୧୯୩୦ ଦାଣ୍ଡି ଯାତ୍ରା କରି ୪୦୦ କିମି ପାଦରେ ଚାଲି ଚାଲି ଯାଇଥିଲେ। ୧୯୪୨ରେ ସେ ଇଂରେଜମାନଙ୍କ ବିରୋଧରେ ଭାରତ ଛାଡ ଆନ୍ଦୋଳନ ଡାକରା ଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନ ପାଇଁ ତାଙ୍କୁ ଅନେକବାର କାରାବରଣ କରିବାକୁ ପଡ଼ିଥିଲା। ତଥାପି ଗାନ୍ଧୀଙ୍କ ଅହିଂସା ନୀତି ଆଗରେ ହାର ମାନିଥିଲା ଇଂରେଜମାନଙ୍କ ବନ୍ଧୁକ।

ଗାନ୍ଧିଜୀ ଥିଲେ ଧର୍ମନିରପେକ୍ଷ। ହିନ୍ଦୁ-ମୁସ୍‌ଲିମ ନ୍ୟାୟରେ ଦେଶକୁ ୨ ଭାଗ କରିବାକୁ ଚାହୁଁ ନ ଥିଲେ। ଦେଶକୁ ବିଭାଜନ ନ କରିବା ପାଇଁ ଶତ ଚେଷ୍ଟା କରିଥିଲେ। ହେଲେ ସଫଳ ହୋଇ ପାରି  ନ ଥିଲେ।  ଶେଷରେ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଦେଶ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା। ସଂଖ୍ୟାବହୁଳ ହିନ୍ଦୁଙ୍କୁ ନେଇ ଭାରତ ଏବଂ ସଂଖ୍ୟାବହୁଳ ମୁସ୍‌ଲିମଙ୍କୁ ନେଇ ସୃଷ୍ଟି ହେଲା ପାକିସ୍ତାନ। ଏମିତି ଦେଶ ବିଭାଜନ ଗାନ୍ଧିଜୀଙ୍କୁ ଖୁବ ବାଧିଥିଲା । ଯେଉଁଦିନ ଦେଶ ସ୍ୱାଧୀନ ହେଲା ସେଦିନ ସେ ସ୍ୱାଧୀନତା ଉତ୍ସବରେ ଯୋଗ ଦେଇ ନ ଥିଲେ। ସେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରବାକୁ ଯାଇଥିଲେ। ସେ ସବୁବେଳେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସମର୍ଥନ କରୁଥିଲେ। ଅସହାୟଙ୍କ ପକ୍ଷ ନେଉଥିଲେ। ଶେଷରେ ୧୯୪୮ ଜାନୁଆରୀ ୩୦ ତାରିଖରେ ଏକ ପ୍ରାର୍ଥନା ସଭାରେ ଥିବାବେଳେ ନାଥୁରାମ ଗଡ୍‌ସେ ନାମକ ଜଣେ ହିନ୍ଦୁବାଦୀ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଆଜି ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସରେ ତାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

Mahatma Gandhi Father Of The Nation
Advertisment
Advertisment