Advertisment

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Thousands of devotees offer shradha to forefathers on occasion of mahalaya

Thousands of devotees offer shradha to forefathers on occasion of mahalaya

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି। ଆଶ୍ୱୀନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତାମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। 

Advertisment

ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ। ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ପୁନପୁନ ନଦୀ କୂଳରେ ପିଣ୍ଡଦାନ...

ପବିତ୍ର ମହାଳୟା ଅବସରରେ ପିତୃପକ୍ଷରେ ଲୋକେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଲାଗି ମୋକ୍ଷଦ୍ୱାର ଭାବେ ପରିଚିତ ବିହାରର ଗୟାକୁ ଆସିଥାନ୍ତି। ଆଦି ଗଙ୍ଗା ପୁନପୁନ ନଦୀ କୂଳରେ ପିଣ୍ଡଦାନ କରାଯାଏ। ପୌରାଣିକ ମାନ୍ୟତା ଅନୁସାରେ, ପୁନପୁନ ନଦୀକୁ ପିତୃ ତର୍ପଣର ପ୍ରଥମ ବେଦୀ ଭାବେ ଗ୍ରହଣ କରାଯାଏ। ଏଠାରେ ଗୟାସୁର ଦାନବର ଚରଣ ଥିବା କୁହାଯାଏ। ଭଗବାନ ଶ୍ରୀରାମ ପ୍ରଥମେ ପୁନପୁନ ନଦୀ କୂଳରେ ପିଣ୍ଡ ଦେବା ପରେ ଫଲ୍‌ଗୁ ନଦୀ କୂଳରେ ପିଣ୍ଡ ବାଢ଼ି ଥିଲେ ବୋଲି କୁହାଯାଏ।

Advertisment

ନିଜ ପିତାମାତାଙ୍କୁ ପିଣ୍ଡଦାନ କରିଥିଲେ ଭଗବାନ ପର୍ଶୁରାମ...

ନର୍ମଦା ନଦୀ କୂଳରେ ଥିବା ତୁରନାଲ ଗାଁରେ ଭଗବାନ ପର୍ଶୁରାମ ନିଜ ପିତାମାତାଙ୍କୁ ପିଣ୍ଡଦାନ କରିଥିଲେ। କିମ୍ବଦନ୍ତୀରେ ଏହା ଉଲ୍ଲେଖ ରହିଛି। ନେମାବରଠାରୁ କିଛି ଦୂରରେ ନର୍ମଦା ନଦୀ କୂଳରେ ତୁରନାଲ ଗାଁ ଅବସ୍ଥିତ।

ବ୍ରହ୍ମାଣ୍ଡର ସର୍ବପ୍ରଥମ ପିଣ୍ଡଦାନ ନର୍ମଦା ନଦୀ କୂଳରେ ହୋଇଥିଲା...

କୁହାଯାଏ, ବ୍ରହ୍ମାଣ୍ଡର ସର୍ବପ୍ରଥମ ପିଣ୍ଡଦାନ ସ୍ୱୟଂ ପୂର୍ବପୁରୁଷମାନେ ନର୍ମଦା ନଦୀ କୂଳରେ କରିଥିଲେ। ଏଠାରେ ଥିବା ତ୍ରିଶୁଳଭେଦ ଘାଟକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ଯାଇଥାନ୍ତି। ଏହି ସ୍ଥାନରେ ଭଗବାନ ମହାଦେବ ତାଙ୍କ ତ୍ରିଶୁଳ ନିର୍ମାଣ କରାଇଥିଲେ ବୋଲି କୁହାଯାଏ। ଏହି ତୀର୍ଥରେ ଶ୍ରାଦ୍ଧକର୍ମ କରିଥିବା ବ୍ୟକ୍ତିଙ୍କୁ ଅଧିକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। 

Mahalaya
Advertisment
Advertisment