/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664364854.jpg)
Special story
ମା ଦୁର୍ଗାଙ୍କୁ ଆବାହନ କଲେ ମହିଳା । ବର୍ଷ ବର୍ଷର ପରମ୍ପରା ଭାଙ୍ଗି କୋଲକାତାର ଏକ ପୂଜା ପେଣ୍ଡାଲରେ ପୁରୁଷ ନୁହେଁ ମହିଳାମାନେ ପୁରୋହିତ ସାଜିଛନ୍ତି । ମହିଳା ସଶକ୍ତିକରଣ ଥିମ୍ ଉପରେ ଆଧାରିତ ହୋଇଛି ପୂଜା ପେଣ୍ଡାଲ । ମା’ଙ୍କ ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାମ କରିବେ ନାରୀଶକ୍ତି । କୋଲକାତାର ପାଲ୍ୟ ଯୁବକ ବ୍ରିନ୍ଦା କମିଟି ପକ୍ଷରୁ ଏପରି ଅଭିନବ ପଦକ୍ଷେପ ନିଆଯାଇଥିବା ବେଳେ ନୂଆ ଉଦାହଣ ସୃଷ୍ଟି ହୋଇଛି ।
ପାଲ୍ୟ ଯୁବକ ବ୍ରିନ୍ଦା’ କମିଟି ଚଳିତ ଥର ନୂତନ ଚିନ୍ତାଧାରା ସହ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ମା’ଙ୍କ ସମସ୍ତ ଦାୟିତ୍ୱ ମହିଳାଙ୍କ ଉପରେ ନ୍ୟସ୍ତ ହୋଇଛି । ଏପରିକି ମହିଳାଙ୍କ ଏକ ଦଳ ମା’ଙ୍କ ପ୍ରତିମାକୁ ଧରି ପୂଜା ପେଣ୍ଡାଲରେ ପ୍ରବେଶ କରିଥିଲେ । ମହିଳାମାନେ ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧି ମା ଧନୁଚି ନୃତ୍ୟ ସହ ମା’ଙ୍କୁ ସ୍ୱାଗତ କରିଥିଲେ । ସଂପୃକ୍ତ ଦୁର୍ଗା ପୂଜା କମିଟିର ସଂପାଦକ କହିଛନ୍ତି, ପୂଜାପାଠ କରିବା ପାଇଁ ଚାରିଜଣ ମହିଳା ପୁରୋହିତ ଅଛନ୍ତି । ତେବେ ସହାୟକ କାମ ମଧ୍ୟ ମହିଳାମାନେ କରିଛନ୍ତି ।
ଏହା ବ୍ୟତୀତ ଦୁର୍ଗାପୂଜା ଅବସରରେ ପ୍ରାୟ ୧୨ ଜଣ ମହିଳା ୧୨ ଢ଼ାକି ଏବଂ 'ଧୁନୁଚି ନାଚ୍'ର ପ୍ରଦର୍ଶନ କରୁଛନ୍ତି । ଧୁନୁଚି ନୃତ୍ୟ ହେଉଛି ସନ୍ଧ୍ୟା ଆରତୀରେ ପରିବେଷଣ କରାଯାଉଥିବା ଏକ ନୃତ୍ୟ । ଏହାକୁ ଶକ୍ତି ନୃତ୍ୟ ମଧ୍ୟ କୁହାଯାଏ । ଧୁନୁଚି ଏକ ପ୍ରକାର ପାତ୍ର, ଯେଉଁଥିରେ ଜଳୁଥିବା କୋଇଲା, ନଡ଼ିଆ ଏବଂ ଧୂପକାଠି ରଖାଯାଏ । ମହିଳାମାନେ ଧୁନୁଚିକୁ ଧରି ହାତ ଏବଂ ପାଟିରେ ସନ୍ତୁଳନ ରଖି ପାରମ୍ପରିକ ଢ଼ଙ୍ଗରେ ନୃତ୍ୟ ପରିବେଷଣ କରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)