ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ।
ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...
ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା‘ ଜଗତଜନନୀ । ମା’ଙ୍କୁ ବିଦାୟ ଦେବା ବେଳେ ଭକ୍ତଙ୍କ ଆଖି ଛଳଛଳ । ସରିଲା ମା’ଙ୍କ ନବଦିନାତ୍ମକ ଲୀଳା।
ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।
ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ
ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।
ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
କେଉଁଠି ତିଆରି ହୋଇଛି ଗାଁର ପରିବେଶ ତ ଆଉ କେଉଁଠି ଅଷ୍ଟଧାତୁରେ ନିର୍ମିତ ୧୧ ଫୁଟ ଉଚ୍ଚତାର ମାଆଙ୍କ ମୂର୍ତ୍ତି ।
ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।
ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।
କୋଲକାତା ସହରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଦୂରଦର୍ଶନ ଓ ପ୍ରସାର ଭାରତୀ ଭଳି ଥିମ୍ରେ ନିର୍ମାଣ ହୋଇଛି ମଣ୍ଡପ।
ସବୁ ବର୍ଷ ଭଳି ଏ ବର୍ଷ ବି ଟୁଇନ ସିଟିର ବିଭିନ୍ନ ପୂଜା ପେଣ୍ଡାଲରେ ତୋରଣକୁ ନେଇ ପ୍ରତିଯୋଗିତା ଓ ପରୀକ୍ଷା ନିରୀକ୍ଷା।
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାଷ୍ମମୀ ପୂଜା । ଦୂର୍ଗତିନାସିନୀ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଲାଗି ସଜେଇ ହୋଇଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ। ଦୂର୍ଗା ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।
ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀର ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।
ହସ ହସ ଦିଶିଲାଣି ଧରା। କାଶତଣ୍ଡୀ ଫୁଲରେ ସଜେଇ ହେଲାଣି ପ୍ରକୃତି । ତା ସାଙ୍ଗକୁ ପୂଜା ମଣ୍ଡପରେ ଲାଗିଲାଣି ଭିଡ। ଆଲୋକ ତୋରଣରେ ହସୁଛି ରାସ୍ତାଘାଟ। ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ଆଖି ଟାଣି ନେଉଛି। ସବୁଠି ଶୁଭିଲାଣି ମା’ଙ୍କ ଆଗମନୀର ପଦଧ୍ୱନୀ। ଆସୁଛନ୍ତି ମା‘। ଜଗଜ୍ଜନନୀ ମା’ ଦୁର୍ଗା।
ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ପରିବେଶ..ଆଜି ପୀଠରେ ମା’ଙ୍କର ମହାନବମୀ ଥିବା ବେଳେ ମଣ୍ଡପରେ ମହାଷ୍ଟମୀ । ତେବେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ତପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ରୀତିନୀତିରେ ପୂଜା ପାଉଛନ୍ତି ।
ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ଆଳତି ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ।
ସେହିପରି ଆସନ୍ତାକାଲି ୧୩ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ ଯାହାକୁ ଏହି ଦିନ କନ୍ୟାଙ୍କୁ ପ୍ରଦାନ କରାଯାଇଥାଏ।
ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…
ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।
ରାତି ପାହିଲେ ମା’ଙ୍କ ଅଷ୍ଟମୀ ପୂଜା । ଦୁଇବର୍ଷ ପରେ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସୁଉଚ୍ଚ ତୋରଣକୁ ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ । କରୋନାର କଳାବାଦଲ ଉଠିଯିବା ପରେ ଏବେ ଉତ୍ସବମୁଖର ହୋଇଉଠିଛି ସମସ୍ତ ପୂଜା ମଣ୍ତପ ।
ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା(Durga Puja ) ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।