• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛନ୍ତି ମାଆ । ସବୁଆଡ଼େ ମାଆଙ୍କ ଆବାହନ ପାଇଁ ସଜବାଜ । ଆଲୋକମାଳା, ବିରାଟ ତୋରଣ, ଡାଣ୍ଡିଆ ନାଚ, ଭୋଜି ଭାତ ଏମିତି କେତେ କ’ଣ ଚାଲିଛି । ପ୍ରତି ଘରେ ଚାଲିଛି ଉତ୍ସବ । ସହରଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ବାରି ହୋଇପଡ଼ୁଛି ଦଶହରା ମାହୋଲ । ମାଆଙ୍କ ସ୍ୱାଗତ ପାଇଁ ସମସ୍ତେ ତତ୍ପର । ତେବେ ଏହାରି ଭିତରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମାଆଙ୍କ ଆବାହନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା କରାଯାଇଛି । ବିରାଟକାୟ ତୋରଣ ବନ୍ଧା ସରିଛି । ମାଆଙ୍କୁ ସାଜସଜ୍ଜା ମଧ୍ୟ ସରିଛି ।

ତେବେ ଆପଣଙ୍କୁ ଆମେ ଆଜି ଏମିତି କିଛି କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ ଶୁଣିଥିବେ ବିଭିନ୍ନ ପୂଜା କମିଟି ମଧ୍ୟରେ ତୋରଣ ଓ ମୂର୍ତ୍ତିକୁ ନେଇ ପ୍ରତିଯୋଗୀତା ହୁଏ । କିଏ କେତେ ଭଲ ଆଉ ସୁନ୍ଦର କରିପାରୁଛି, କିଏ କେତେ ଦର୍ଶକ ବା ଭକ୍ତଙ୍କୁ ଆକୃଷ୍ଟ କରୁଛି ତା’ଉପରେ ପୂଜା କମିଟି ମାନେ ଗୁରୁତ୍ୱ ଦେଇଥାନ୍ତି । ଆଉ ଏହାରି ଭିତରେ ଖବର ଆସିଛି ବିଶାଖାପାଟଣାରେ ଏକ ପୂଜା କମିଟି ମାଆଙ୍କୁ ଟଙ୍କାରେ ସଜାଇଛି । ଯେଉଁଥିରେ ଲାଗିଛି ପ୍ରାୟ ୮ କୋଟି ଟଙ୍କା । ଖାଲି ସେତିକି ନୁହେଁ ମାଆଙ୍କୁ ଦୁଇ କୋଟି ଟଙ୍କାର ସୁନା ଅଳଙ୍କାର ପିନ୍ଧାଇଛି ଏହି ପୂଜା କମିଟି । 

ନବରାତ୍ରି ଉପଲକ୍ଷେ ବିଶାଖାପାଟଣାରେ ମାଆ କନ୍ୟକା ପରମେଶ୍ୱରୀ ମହାଲକ୍ଷ୍ମୀଙ୍କୁ ସୁନା ଓ ଟଙ୍କାରେ ସଜିତ କରାଯାଇଛି । ମାଆଙ୍କୁ ୨ କୋଟି ଟଙ୍କାର ସୁନା ଅଳଙ୍କାର ପିନ୍ଧା ଯାଇଥିବା ବେଳେ ୮ କୋଟି ଟଙ୍କାରେ ସଜାଯାଇଛି ମାଆଙ୍କ ମେଢ଼ ବା ତୋରଣ । ମାଆଙ୍କ ଚାରିପଟେ ଖେଲି ଟଙ୍କା ଆଉ ଟଙ୍କା । ମାଆଙ୍କ ପାଦ ତଳେ ରଖାଯାଇଛି ବିଡ଼ା ବିଡ଼ା ୫୦୦ ଆଉ ୨୦୦୦ ଟଙ୍କିଆ । ବିଶାଖାପାଟଣାରେ ବିଭିନ୍ନ ଦୁର୍ଗା ମନ୍ଦିରରେ ଚଳିତବର୍ଷ ନବରାତ୍ରିକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଏହି ଅବସରରେ ପୋର୍ଟ ନିକଟରେ ଥିବା ୧୪୦ ବର୍ଷର ସର୍ବପୁରାତନ କନ୍ୟକା ପରମେଶ୍ୱରୀ ମହାଲକ୍ଷ୍ମୀଙ୍କୁ ଧନଲକ୍ଷ୍ମୀ ବେଶରେ ଦେଖିବାକୁ ମିଳିଛି ।

ମାଆ ପିନ୍ଧିଥିବା ସମସ୍ତ ସୁନା ଓ ଟଙ୍କା ୨ ଶହ ଜଣ ଭକ୍ତ ପ୍ରଦାନ କରିଛନ୍ତି । ପୁରୁଣା ମାର୍କେଟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଏହି ମନ୍ଦିର ପାଇଁ ସ୍ଥାନୀୟ ବ୍ୟବସାୟୀମାନେ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଟଙ୍କା ଓ ସୁନା ସଂଗ୍ରହ କରିଥାନ୍ତି । ନବରାତ୍ରି ପରେ ସମସ୍ତ ଟଙ୍କା ଓ ସୁନା ପୁଣି ବ୍ୟବସାୟୀ ମାନଙ୍କୁ ଫେରାଇ ଦିଆଯାଇଥାଏ ।