ବର୍ଷାରେ ଭିଜିବ ଏଥର ପାର୍ବଣ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅକ୍ଟୋବର ପହିଲାରୁ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।
Published: Satyendu Shekher Mishra
Last updated: 27 September 2022, 10:14 PM IST
ମ୍ୟାଲେରିଆ ହେଉଛି ଏମିତି ଏକ ସଂକ୍ରମଣ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ମ୍ୟାଲେରିଆର ଶିକାର ହୁଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆ ଯୋଗୁଁ ପ୍ରାଣ ମଧ୍ୟ ହରାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ କିଛି ଯୋଗ ଶିଖିବା।