ବଲିଉଡର ଭଏସ୍ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିଛି। ପୋଲିସ୍ ସୂଚନା ଅନୁସାରେ, କେକେଙ୍କ ମୁଣ୍ଡ ଏବଂ ଓଠରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।
ୟାରୋଁ ପାଲ୍ ପଲ୍ ପରି ସୁପରହିଟ୍ ଗୀତରୁ କ୍ୟାରିଅର୍ ଆରମ୍ଭ କରିଥିବା କେ.କେ ମଙ୍ଗଳବାର ଦିନ ଏକ କନସର୍ଟ ପାଇଁ କୋଲକାତାର ବିବେକାନନ୍ଦ କଲେଜରେ ପହଞ୍ଚିଥିଲେ
ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ ।
ହୋଟେଲକୁ ଯାଆ-ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ଏହିଭଳି ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ ମିକାଙ୍କୁ ରଖାଯାଇଛି ।
ବସିର ଜଣେ ସୁନାମଧନ୍ୟ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର । ଶ୍ରୋତାଙ୍କ ମନରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେରଳର ଆଲାପୁଜାଠାରେ ଶନିବାର ରାତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।
ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....। ମୋ ଗୀତ ଯିଏ ଶୁଣିଲା ସିଏ ରାସ୍ତା ଉପରେ ଝୁମିଲା....ନଟିନଟି ମୋ ଷ୍ଟାଇଲ୍। ଫିଲ୍ମ ଆସ୍ତିକ ନାସ୍ତିକରେ ଏମିତି ଧମାଲ କରୁଛନ୍ତି ଅଭିନେତ୍ରୀ, ଦେଖନ୍ତୁ ତା’ର କିଛି ଝଲକ୍
ରିଲିଜ୍ ହୋଇଛି ଆମୀର ଖାନ୍ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଟ୍ରେଲର। ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା। ଆମୀରଙ୍କ ସହ ପୁଣି ଥରେ ନଜର ଆସିବେ ହିଟ୍ ଯୋଡ଼ି କରିନା।
ବେକରେ ମୋଟା ସୁନା ଚେନ୍। ହାତରେ ମୋଟା ବ୍ରେସ୍ଲେଟ୍। ଆଉ ଘଣ୍ଟା ବି ପୂରା ସୁନା...ଚୋର ୟାଙ୍କ ପଛରେ ପଡ଼ିବ କି ନାହିଁ ଆପଣ ଥରେ ଭାବନ୍ତୁ। ଭୁବନେଶ୍ୱରରେ ପକୋଡ଼ା ବିକି ମାଲେମାଲ୍ ...ଏତେ ଧନୀ ହେବା ପରେ ଓଟ ଅଣ୍ଡା ପାଇଁ ଫସିଲେ ଅଭିନେତା ପିଣ୍ଟୁ ନନ୍ଦ, ଦେଖନ୍ତୁ ଏଇ ଭିଡ଼ିଓ
ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...
‘KGF 2’ରେ ୟଶ୍ଙ୍କ ଆକ୍ସନ ଓ ଦମ୍ଦାର୍ ଡାଇଲଗ୍ ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ, ଏହାର ପାର୍ଟ-୩ ରିଲିଜ୍କୁ ଦର୍ଶକ ଚାହିଁଛନ୍ତି। ଏହାର ପାର୍ଟ-୩ ରିଲିଜ୍ ନେଇ କିଛିଦିନ ପୂର୍ବେ ‘KGF’ ମେକର୍ସ ଘୋଷଣା କରିଥିଲେ।
ବର୍ତ୍ତମାନ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍ ନିଜର ମତ ରଖିଛନ୍ତି। ସାଉଥ୍ ଫିଲ୍ମ କରିବା ଦ୍ୱାରା ତାଙ୍କର କ’ଣ ଲାଭ ହୁଏ ସେ କହିଛନ୍ତି।
ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।
ସାମ୍ନାକୁ ଆସିଲା ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା ଖବର। ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଲା। ଅଧିକ ଖବର ନେଇ ପୋଲିସ ତଦନ୍ତ ଚାଲିଛି।
'ତାରକ ମେହେଟ୍ଟା କା ଉଲ୍ଟା ଚଷ୍ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଏବେ ସେ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି
କିଙ୍ଗଖାନଙ୍କ ଘରେ ୪୦ ଲକ୍ଷର ଟିଭି, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ, କହିଲେ କିଛି ଏମିତି...
ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…
ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଯିଏ ଅଧିକ ହାଇଲାଇଟ ଥାଏ, ଯିଏ ଉପରେ ଥାଏ, ତାକୁ ତଳକୁ କରିବା ପାଇଁ ତା ପଛରେ ବହୁତ ଲୋକ ଗୋଡ଼ାନ୍ତି।
ବିବାଦ ଆରମ୍ଭ ହେବାର ଦିନ କେଇଟାରେ ଦର୍ଶକମାନେ ଶୁଣିଲେ ହ୍ୟୁମାନଙ୍କ କଣ୍ଠରୁ ଜଗନ୍ନାଥ ଭଜନ
ବଲିଉଡ୍ ବନାମ ସାଉଥ୍ ସିନେମା ବିବାଦ କମିବାର ନା ଧରୁନି। କିଚ୍ଚା ସୁଦୀପ ଓ ଅଜୟ ଦେବଗନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗରେ ଅନେକ ସେଲିବ୍ରେଟି ମତ ଦେଉଛନ୍ତି। ଏବେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା ଆସିଛି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି ।
ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ।
ନକଲି ବାପା-ମାଆଙ୍କୁ ନେଇ ଏବେ ଚର୍ଚ୍ଚାରେ ଧନୁଷ। ମଦୁରୈର ଜଣେ ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ତାଙ୍କର ଜନ୍ମକଲା ପୁଅ। କିନ୍ତୁ ଏହି କଥାକୁ ସ୍ୱୀକାର କରି ନାହାନ୍ତି ଧନୁଷ।
ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀତକାର ଜାପାନୀ ଥାନାରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ଗତକାଲି ହ୍ୟୁମାନ ମୁହଁ ଖୋଲିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଛନ୍ତି।
ପଶୁ ଓ ମଣିଷର ଭଲ ପାଇବା ଅନନ୍ୟ। ଏହାର ପ୍ରମାଣ ରିଏଲ୍ ଲାଇଫ୍ ହେଉ ବା ରିଲ୍ ଲାଇଫ୍ ସବୁଥିରେ ଦେଖାଯାଇଛି। ତେବେ ଏ ସମ୍ବନ୍ଧୀୟ ଫିଲ୍ମ ଏବେ କମି କମି ଆସୁଥିବା ବେଳେ ସାମ୍ନାକୁ ଆସୁଛି ‘୭୭୭ ଚାର୍ଲି’।