• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିପିକା ଚିଖଲିଆ । ଆପଣ ସମସ୍ତେ ଏହି ନାଁ ସହ ପ୍ରାୟ ଜଡ଼ିତ । କାରଣ ସାରା ଭାରତବାସୀଙ୍କ ପାଇଁ ଏ ହେଉଛନ୍ତି ମାତା ସୀତା । ଆଜ୍ଞା ସତ ସତିକା ମାତା ସୀତା ନୁହଁନ୍ତି । ୯୦ ଦଶକର ବହୁଚର୍ଚ୍ଚିତ, ବହୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ, ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ଦିପିକା ଚିଖଲିଆ ସୀତା ଭାବେ ଅଭିନୟ କରିଥିଲେ । ଆଉ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଆଖିରେ ମାତା ସୀତା କହିଲେ ତାଙ୍କରୀ ଚେହେରା ହିଁ ମେନରେ ଆଙ୍କି ହୋଇଯାଏ ।

ତେବେ ହଠାତ୍ ସେ ଏବଂ ଖୁବ୍‌ ଚର୍ଚ୍ଚାରେ । ସୋସିଆଲ ମିଡିଆ ଖୋଲିବା ମାତ୍ରେ ଏବେ କେବଳ ତାଙ୍କରି ଫଟୋ । ୟୁଜର୍ସମାନେ ତାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି ।ଏଥିପାଇଁ ସା ନିଜେ ହିଁ ଦାୟୀ । ତାଙ୍କର ସବୁଠୁ ବଡ଼ ଭୁଲ ହେଲ, ଭାରତର ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ତାଙ୍କ କହିବାନୁଯାୟୀ ଏହି ପୋଷ୍ଟ ଭୁଲରେ ହୋଇଯାଇଥିଲା ।

ସୋସିଆଲ ମିଡିଆ ଚଲାଇବା ଆଜି କାଲି ଏକ ସୌକ ହୋଇଗଲାଣି । ନୀତିଦିନିଆ ଖାଦ୍ୟାପନୀୟ ଭଳି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା କିମ୍ବା କିଛି ନା କିଛି ନିଜ ଉପରେ ଅପ୍‌ଡେଟ୍‌ ଦେବା ଏବେ ସତେ ଯେମିତି ଲୋକଙ୍କ ସୌକ ପାଲଟିଛି । ଅବଶ୍ୟ ଏଭଳି ଟ୍ୱିଟ୍ କାରିବାର କିଛି ସମୟ ପରେ ସେ ପୋଷ୍ଟ ଡିଲିଟ୍‌ କରିଥିଲେ । ହେଲେ ୟୁଜର୍ସମାନେ ପୋଷ୍ଟର ସ୍କ୍ରିନ୍‌ ସଟ୍‌ ରଖି ତାଙ୍କୁ ଜବରଦସ୍ତ ଟ୍ରୋଲ କରିଥିଲେ ।

Dipika ChikhliaDipika Chikhlia

ଦିପିକା ଅଗଷ୍ଟ ୧୫ ତାରିଖ ଦିନ ହାତରେ ତ୍ରିରଙ୍ଗା ଧରି ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ସେ ସାଲ୍ୟୁଟ୍‌ କରୁଥିବା ମଧ୍ୟ ଦେଖାଯାଇଛି । ଆଉ ଏହି ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌କୁ ଟାଗ୍‌ କରିବା ପାଇଁ ସେ ଚେଷ୍ଟା କରିଥିଲେ । ହେଲେ ଭୁଲ ବସତଃ ତାହା ପାକ୍‌ ପିଏମ୍‌ଓକୁ ତାହା ଟାଗ୍‌ ହୋଇଯାଇଥିଲା । ଆଉ ତାପରେ ସେ ସୋସିଆଲ ମିଡିଆରେ ଟ୍ରୋଲରଙ୍କ ଶିକାର ହୋଇଥିଲେ ।

ତେବେ ତାଙ୍କର ଏହି ପୋଷ୍ଟ ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପାକିସ୍ତାନ ପିଏମ୍‌ଓକୁ ଟାଗ କରିଥିବାରୁ ତାଙ୍କୁ ୟୁଜର୍ସମାନେ କହିଛନ୍ତି ‘ସୀତା ହୋଇ ରାବଣକୁ ଶୁଭେଚ୍ଛା ଜଣାଉଛ ।’ ଆଉ କେହି କେହି ୟୁଜର କହିଛନ୍ତି, ‘ହେ ପ୍ରଭୁ କାହାଁ ହେ ଆପ୍‌ ? ଅବ୍‌ ତୋ ଅବତାର ଲେନା ହି ହୋଗା’ ।

ସେହିଭଳି ଆଉ ଜଣେ ଲେଖିଛନ୍ତି, ‘ହେ ଭଗବାନ ମାତା ସୀତାଙ୍କୁ କ’ଣ ହୋଇଯାଇଛି । ସେ ରାବଣଙ୍କ ସଲାମ କରୁଛନ୍ତି ।’ ଜଣେ ୟୁଜର ସିଧା ସଳଖ କହିଛନ୍ତି, ‘ୟାଙ୍କୁ ବନ୍ଦି କରିଦିଆ ଯାଉ’ ।