Advertisment

ଫ୍ଲପ୍‌ ହୋଇଯିବ କି ଆମୀର ଖାନ୍‌ଙ୍କ ‘ଲାଲ ସିଂହ ଚଢ଼ା’ ! ଖାଲି ପଡ଼ୁଛି ହଲ, ବିକ୍ରି ହେଉନି ଟିକେଟ

ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି ।

author-image
Satyendu Shekher Mishra
Lal Singh Chaddha

Lal Singh Chaddha

ପ୍ଲପ୍ ହେଇଯିବ କି ଲାଲ୍ ସିଂହ ଚଢ଼ା ? ଆମୀର ଖାନଙ୍କ ଏହି ସିନେମାକୁ ପଡ଼ିଛି ଏବେ ବୟକଟ୍ ମାଡ଼ । କାରଣ ବିବାଦ ଭିତରେ ରିଲିଜ୍ ହୋଇଥିବା ଏହି ସିନେମା ଏବେ ଆଶାନୁରୂପ ବ୍ୟବସାୟ କରିପାରିନି । ୧୮୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଲାଲ୍ ସିଂହ ଚଢ଼ା ଗତ ଦୁଇ ଦିନରେ ମାତ୍ର ୨୦ କୋଟି ଟଙ୍କା ଆୟ କରିଛି ।

Advertisment

ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି । ଆମୀରଙ୍କ ଗତ ଫିଲ୍ମ ଠଗସ୍ ଅଫ୍ ହିନ୍ଦୁସ୍ଥାନକୁ ଲୋକେ ଏତେଟା ପସନ୍ଦ କରିନଥିଲେ । ତଥାପି ଏହା ପ୍ରଥମ ଦିନରେ ୫୨ କୋଟି, ଦ୍ୱିତୀୟ ଦିନରେ ୨୯ କୋଟି ଟଙ୍କା ଇନକମ୍ କରିଥିଲା ।

ତେବେ ଲାଲ୍‌ ସିଂହ ଚଢ଼ାର ଏଭଳି ସ୍ଥିତି କେବଳ ବୟକଟ୍ ପାଇଁ ନା ବଲିଉଡ୍ ପ୍ରତି ଲୋକଙ୍କ ଆଗ୍ରହ କମିବାର ପ୍ରଭାବ ? କାରଣ ଲାଲ୍ ସିଂହ ଚଢ଼ା ସହ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନର ଆୟ ବି ବହୁତ କମ । ପ୍ରଥମ ଦିନରେ ୮ କୋଟି ୨୦ ଲକ୍ଷ ଓ ଦ୍ୱିତୟ ଦିନରେ ମାତ୍ର ସାଢ଼େ ୫ କୋଟି ଟଙ୍କା ବେପାର କରିଛି ରକ୍ଷା ବନ୍ଧନ ।

Advertisment

ଏହି ଫିଲ୍ମରେ ତିନିଟି ଲୁକ୍ସରେ ନଜର ଆସିଛନ୍ତି mr perfectionist । ରିଲିଜ୍ ହୋଇଛି ଆମୀର ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ । ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା । ଆମୀରଙ୍କ ସହ ପୁଣି ଥରେ ନଜର ଆସିଛନ୍ତି ହିଟ୍ ଯୋଡ଼ି କରିନା । ତା’ସହ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଛନ୍ତି ଯାଉଛନ୍ତି ତେଲୁଗୁ ଷ୍ଟାର୍‌ ନାଗା ଚୈତନ୍ୟ। ଓସ୍କାର ବିଜେତା ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପରର ଏ ହେଉଛି ଅଫିସିଆଲ୍ ରିମେକ୍।

ସ୍ୱପ୍ନ ଦେଖିବା ଆଉ ପୂରଣ ହେବା, ନିଜ ଭାଗ୍ୟକୁ ପରିବର୍ତ୍ତନ କରିବା। ଅନେକ ଅସମାହିତ ପ୍ରଶ୍ନ ଆଉ ତାକୁ ଖୋଜିବାକୁ ଯାଇ କ’ଣ ସବୁ ଘଟୁଛି ତା’ ଜୀବନରେ, ଏହା ହି ‘ଲାଲ୍ ସିଂହ ଚଢ଼ା’ର କାହାଣୀ। ତିନିଟି ଲୁକସ୍ ଗୋଟିଏ ଫିଲ୍ମରେ। ସେ ଆମୀର ଖାନ୍ ତେଣୁ ତାଙ୍କ ଫିଲ୍ମ ବି ଅନ୍ୟଠୁ ଭିନ୍ନ। ଲାଲ୍ ସିଂହ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍‌ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ୍‌ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।

ପରେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ ଯୁଦ୍ଧ ଲଢ଼ିଛି। ଖାଲି ଯୁଦ୍ଧ ନୁହେଁ ରାଷ୍ଟ୍ରପତିଙ୍କ ପାଖରୁ ମେଡେଲ୍ ବି ପାଇଛି। ହେଲେ ସେ ପ୍ରେମରେ ବିଫଳ। ମିଷ୍ଟର ପର୍‌ଫେକ୍ସନିଷ୍ଟ ଏହି ସିନେମାରେ ଇମୋସନାଲ୍ ଫୁଲ୍। 

Aamir Khan Laal Singh Chaddha
Advertisment
Advertisment