Advertisment

ସ୍ୱାଧୀନତା ଦିବସ ପାଳିବାକୁ ହାତରେ ତ୍ରିରଙ୍ଗା ଧରି ଦୌଡିଲେ ଅନିଲ୍ କପୁର୍‌

ଅନିଲ୍ କପୁର୍ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍‌ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Anil Kapoor running with tiranga on 75th independence day

Anil Kapoor running with tiranga on 75th independence day

ବଲିଉଡ୍‌ର ଚିର ସବୁଜ ଅଭିନେତା ଅନିଲ କପୁର ନିଜର ଦୃଢ ଅଭିନୟ ତଥା ଫିଟ୍‌ନେସ୍‌ ପାଇଁ ବେଶ ଜଣାଶୁଣା। ୬୫ ବର୍ଷ ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଆଜି ସ୍ୱାଧୀନତା ଦିବସ ଅବସରରେ ସେ ନିଜେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍‌ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।

Advertisment

ଅନୀଲ କପୁର ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି। ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଭାରତର ସ୍ୱାଧୀନତାର ୭୫ ବର୍ଷ !!! ମୁଣ୍ଡକୁ ଟେକି ଆଗକୁ ଚାଲ! ଜୟ ହିନ୍ଦ୍‌।”

ଫିଲ୍ମ 'ତାଲ୍‌' ୨୩ ବର୍ଷ ପୂରା କରିଥିବାରୁ ଅନିଲ କପୁର ନିକଟରେ ଏକ ଥ୍ରୋବ୍ୟାକ୍ ଫଟୋ ଶେୟାର କରିଥିଲେ। ସେ ଲେଖିଥିଲେ ଯେ ଏହି ଆଇକନିକ ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ମୁଁ ନିର୍ମାତାଙ୍କ ପାଖରେ ସର୍ବଦା କୃତଜ୍ଞ ରହିବି। ତାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅକ୍ଷୟ ଖାନ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Advertisment

ଅନିଲ କପୁର ଖୁବ୍ ଶୀଘ୍ର ଅଜା ହେବାକୁ ଯାଉଛନ୍ତି। ତାଙ୍କ ଝିଅ ସୋନମ କପୁର ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ନିକଟରେ ସୋନମଙ୍କୁ କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରନ୍ ୮' ରେ ଦେଖିବାକୁ ମିଳିଥିଲା।

ଅନିଲ କପୁରଙ୍କ କାମର ବିଷୟରେ କଥା ହେଲ, 'ଜୁଗ୍ ଜୁଗ୍ ଜିୟୋ'ରେ ଅଭିନୟ କରିବା ପରେ ତାଙ୍କୁ ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ' ଫାଇଟର୍'ରେ ଦେଖିବାକୁ ମିଳିବ। ତାଙ୍କ ପାଖରେ 'ନୋ ଏଣ୍ଟ୍ରି ମେ ଏଣ୍ଟ୍ରି' ମଧ୍ୟ ଅଛି। ତାଙ୍କୁ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ 'ଏନିମଲ୍'ରେ ମଧ୍ୟ ଦେଖିବାକୁ ମିଳିବ।

Bollywood Anil Kapoor Independence Day Azadi Ka Amrit Mahotsav
Advertisment
Advertisment