Advertisment

ଆମିର୍ ଖାନ୍ ବଲିଉଡ୍‌ର ଲିଜେଣ୍ଡ୍, ଆମେ ତାଙ୍କୁ ବୟକଟ୍ କରିପାରିବୁ ନାହିଁ : ଏକତା କପୁର

ଆମିର ଖାନ୍‌ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍‌ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Ekta Kapoor supports film laal singh chaddha and said aamir khan

Ekta Kapoor supports film laal singh chaddha and said aamir khan

ବଲିଉଡ୍‌ର ପର୍‌ଫେକ୍ଟନିଷ୍ଟ କୁହାଯାଉଥିବା ଅଭିନେତା ଆମିର ଖାନ, କରୀନା କପୁର ଖାନ ଏବଂ ନାଗା ଚୈତନ୍ୟଙ୍କ ଫିଲ୍ମ 'ଲାଲ୍‌ ସିଂହ୍ ଚଡ୍‌ଢା' ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିଲା। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଥିଲା। ଦୁର୍ଭାଗ୍ୟବଶତଃ ଫିଲ୍ମ ରିଲିଜ ହେବା ମାତ୍ରେ ଏହା ବିବାଦ ଭିତରକୁ ଚାଲିଯାଇଥିଲା। ଫିଲ୍ମ ଏବଂ ବଲିଉଡ୍‌କୁ ନେଇ ସୋସିଆଲ ମିଡିଆରେ 'ବୟକଟ୍‌ ଆମିର ଖାନ୍‌', 'ବୟକଟ୍ ଲାଲ୍‌ ସିଂହ ଚଡ୍‌ଢା' ଏବଂ 'ବୟକଟ୍‌ ବଲିଉଡ୍‌'ର ଧାରା ଆରମ୍ଭ ହୋଇଗଲା।

Advertisment

ତେବେ ବଲିଉଡ୍‌ ତାରକାମାନେ ଆମିର ଖାନ ଏବଂ ତାଙ୍କ ଚଳଚ୍ଚିତ୍ରକୁ ନିରନ୍ତର ସମର୍ଥନ କରୁଛନ୍ତି ଏବଂ ସାମାଜିକ 'ବୟକଟ୍‌ ଟ୍ରେଣ୍ଡ୍‌'କୁ ମଧ୍ୟ ନିନ୍ଦା କରୁଛନ୍ତି। ବର୍ତ୍ତମାନ ଏକତା କପୁରଙ୍କ ନାଁ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଏକତା କପୁର ବୟକଟ୍‌ ଟ୍ରେଣ୍ଡ୍‌ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନିକଟରେ ଏକତା କପୁର ଏକ ସାକ୍ଷାତକାରରେ 'ବୟକଟ୍ ଟ୍ରେଣ୍ଡସ୍' ଉପରେ ଖୋଲାଖୋଲି ଭାବେ କହିଛନ୍ତି। ବାର୍ତ୍ତାଳାପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ କହିଛନ୍ତି ଯେ, ସବୁଠାରୁ ଭଲ ବ୍ୟବସାୟ ଦେଇଥିବା ଲୋକଙ୍କୁ ଆମେ ବୟକଟ୍ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଇଣ୍ଡଷ୍ଟ୍ରିର ସମସ୍ତ ଖାନ (ଶାହାରୁଖ ଖାନ, ସଲମାନ ଖାନ, ଆମୀର ଖାନ) ଏବଂ ବିଶେଷକରି ଆମିର ଖାନ ଜଣେ କିମ୍ବଦନ୍ତୀ। ଆମେ ସେମାନଙ୍କୁ ବୟକଟ୍ କରିପାରିବୁ ନାହିଁ। ଆମିର ଖାନଙ୍କୁ କଦାପି ବହିଷ୍କାର କରାଯାଇପାରିବ ନାହିଁ।

Advertisment

ପ୍ରକାଶଥାଉ ଯେ ନିକଟରେ ହ୍ରିତିକ ରୋଶନ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା' ଦେଖି ଏହାକୁ ଖୁବ୍ ପ୍ରଶଂସା କରିଥିଲେ, କିନ୍ତୁ ତାଙ୍କର ଏହି କଥା ନେଟିଜେନ୍‌ମାନଙ୍କୁ ପସନ୍ଦ ଆସି ନଥିଲା। ଆମିର ଖାନଙ୍କ ପରି ସେ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବା ଆରମ୍ଭ କରିଥିଲେ। ନେଟିଜେନନ୍ସ ହ୍ରିତିକଙ୍କ ଉପରେ ଏତେ ଖପ୍ପା ହୋଇଗଲେ ଯେ ସେମାନେ ହ୍ରିତିକଙ୍କ ଆଗାମୀ ଫିଲ୍ମ 'ବିକ୍ରମ ବେଧା'କୁ ମଧ୍ୟ ବୟକଟ୍ କରିବା ଆରମ୍ଭ କରିଛନ୍ତି।

ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା'କୁ ସମର୍ଥନ କରି ହ୍ରିତିକ ଶନିବାର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ, “ଏବେ ଏବେ ‘ଲାଲ୍‌ ସିଂହ ଚଡ୍‌ଢା’ ଦେଖିଲି। ମୁଁ ଏହି ଫିଲ୍ମର ହୃଦୟକୁ ଅନୁଭବ କଲି। ପ୍ଲସ୍ ଏବଂ ମାଇନସ୍ ଗୋଟିଏ ପଟରେ, ଏହା ଏକ ଭଲ ଫିଲ୍ମ। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ। ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ। ଏହା ସୁନ୍ଦର। ବହୁତ ସୁନ୍ଦର।”

Bollywood Aamir Khan Ekta Kapoor Lal Singh Chaddha
Advertisment
Advertisment