Advertisment

ଫ୍ଲପ୍ ହେଇନି 'ଲାଲ୍‌ ସିଂହ ଚଡ୍‌ଢା': ସୁପର୍‌ହିଟ୍ ହେବା ନେଇ ଏହି ସୁଯୋଗ ଅଛି

ଏବେ ବି ପ୍ଲପ୍ ହେଇନି ଆମିରଙ୍କ ଲାଲ୍‌ ସିଂହ ଚଡ୍‌ଢା'। ତାଙ୍କ ହାତରେ ଏମିତି ଏକ ସୁଯୋଗ ଅଛି ଯାହା ତାଙ୍କ ଫିଲ୍ମକୁ ସୁପର୍‌ହିଟ୍ କରିପାରିବ। ଏହି ସୁଯୋଗ ହିଁ ପୂର୍ବରୁ ତାଙ୍କର ଅନେକ ଫିଲ୍ମକୁ ସୁପର୍‌ହିଟ୍ କରିବାରେ ସହଯୋଗ କରିଛି। ଜାଣନ୍ତୁ ସେହି ସୁଯୋଗଟି କ’ଣ…

author-image
Pramod Behera
'Lal Singh Chadha' has a chance to become a superhit

'Lal Singh Chadha' has a chance to become a superhit

ବକ୍ସ ଅଫିସ୍‌ରେ ଆମିର ଖାନ୍‌ଙ୍କ 'ଲାଲ୍‌ ସିଂହ ଚଡ୍‌ଢା' ମୁକ୍ତିଲାଭ କରିଥିଲେ ବି ଆମିର ଯେଉଁ ପ୍ରକାର ଆଶା କରୁଥିଲେ ତାହା ପାଇ ନାହାନ୍ତି। ଅଗଷ୍ଟ ୧୧ରେ ରକ୍ଷା ବନ୍ଧନ ଦିନ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି।

Advertisment

ଚାରି ବର୍ଷ ପରେ ମୁକ୍ତିଲାଭ କରିଥିବା ଆମିରଙ୍କ ଏହି ଫିଲ୍ମ ବହୁ କଷ୍ଟରେ ୫୦ କୋଟି ଟଙ୍କା ଅତିକ୍ରମ କରିପାରିଛି। ଏତେ କମ୍ ରୋଜଗାର କରିଥିବାରୁ ଫିଲ୍ମ ଫ୍ଲପ୍ ହେବାର ଆଶଙ୍କା କରାଯାଉଛି। କିନ୍ତୁ ଏବେବି ଆମିରଙ୍କ ପାଖରେ ଏମିତି ଏକ ସୁଯୋଗ ରହିଛି ଯାହା ମାଧ୍ୟମରେ ଏହି ଫିଲ୍ମ ଏକ ସୁପର୍‌ହିଟ୍ ବୋଲି ପ୍ରମାଣିତ ହୋଇପାରେ।

ଦେଖିବାକୁ ଗଲେ ଚାଇନାରେ ଆମିରଙ୍କ ବହୁତ ପ୍ରଶଂସକ ଅଛନ୍ତି। ଚାଇନା ଲୋକମାନେ ତାଙ୍କ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚାରି ବର୍ଷ ପରେ ତାଙ୍କ ଚଳଚ୍ଚିତ୍ର ବଡ ପରଦାକୁ ଆସିଥିବାରୁ ସେମାନେ ଖୁବ ଖୁସି ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଚୀନ୍ ବକ୍ସ ଅଫିସ୍‌ରେ 'ଲାଲ୍‌ ସିଂହ ଚଡ୍‌ଢା' ଧମାଲ କରିବାର ସମ୍ଭାବନା ବହୁ ପରିମାଣରେ ବୃଦ୍ଧି ପାଇଛି। ପୂର୍ବରୁ ଚୀନ୍‌ର ବକ୍ସ ଅଫିସ୍‌ରେ ଆମିରଙ୍କ ଅନେକ ଫିଲ୍ମ ଭଲ ପ୍ରଦର୍ଶନ କରିସାରିଛି। ତେବେ କେଉଁସବୁ ଚଳଚ୍ଚିତ୍ରଗୁଡ଼ିକର ଚୀନ୍‌ରେ ଭଲ ରୋଜଗାର କରିଛି ଆସନ୍ତୁ ଜାଣିନେବା।

Advertisment

୩ ଇଡିଅଟ୍ସ:

ଫିଲ୍ମ ୩ ଇଡିଅଟ୍ସ କାରଣରୁ ଆମିର ଖାନ୍‌ ଚାଇନାର ପ୍ରତ୍ୟେକ ଘରେ ପରିଚୟ ପାଇଥିଲେ। ତାଙ୍କର ଏହି ଫିଲ୍ମ ପାଇରେସୀ ମାଧ୍ୟମରେ ଚୀନ୍‌ରେ ପହଞ୍ଚିଥିଲା। ଲୋକମାନେ ତାଙ୍କ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ। ପରେ ଏହା ବଡ ପରଦାରେ ମୁକ୍ତିଲାଭ କରିଥିଲା।​| ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୧୦୦ କୋଟି ରୋଜଗାର କରିଥିଲା। ଚାଇନାର ବକ୍ସ ଅଫିସ୍‌ରେ ଏହା ଭଲ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା।

ପି.କେ:

୩ ଇଡିଅଟ୍ସ ପରେ ମୁକ୍ତିଲାଭ କରିଥିବା ଆମିରଙ୍କ ଫିଲ୍ମ ପି.କେ ଭାରତୀୟ ବକ୍ସ ଅଫିସ୍‌ରେ ଅନେକ ରେକର୍ଡ ସୃଷ୍ଟି କରିଥିଲା। ଦେଶ ବ୍ୟତୀତ ଏହି ଫିଲ୍ମ ବିଦେଶରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ଆମିରଙ୍କ ଏହି ଚଳଚ୍ଚିତ୍ରକୁ ଚୀନ୍ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର ଚାଇନାର ବକ୍ସ ଅଫିସରେ ୧୨୮ କୋଟିରୁ ଅଧିକ ରୋଜଗାର କରିଥିଲା।

ଦଙ୍ଗଲ୍‌:

ଆମିର ଖାନଙ୍କ ‘ଦଙ୍ଗଲ’ କେବଳ ଭାରତରେ ନୁହେଁ ଚାଇନାରେ ମଧ୍ୟ ଦମଦାର ବ୍ୟବସାୟ କରିଥିଲା। ଏହା ଚାଇନାରେ ଭାରତର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର। ଏପର୍ଯ୍ୟନ୍ତ କେହି ଏହାର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହାଁନ୍ତି। ଏହି ଚଳଚ୍ଚିତ୍ର ଚାଇନା ପ୍ରେକ୍ଷାଳୟରୁ ୧,୩୦୦କୋଟିରୁ ଅଧିକ ରୋଜଗାର କରିଥିଲା।​ ଏପରି ରୋଜଗାର ହେତୁ ଆମିରଙ୍କ ଏହି ଚଳଚ୍ଚିତ୍ର ୨,୦୦୦ କୋଟି ବ୍ୟବସାୟ କରିବାରେ ସଫଳ ହୋଇଥିଲା।

ସିକ୍ରେଟ୍ ସୁପର୍‌ଷ୍ଟାର୍‌:

ଏହି ଚଳଚ୍ଚିତ୍ରରେ ଆମିରଙ୍କର ଏକ ଛୋଟ ଭୂମିକା ଥିଲା। ଏହା ସତ୍ତ୍ୱେ ଏହି ଚଳଚ୍ଚିତ୍ର ଚାଇନାରେ ବହୁତ ଭଲ ରୋଜଗାର କରିଥିଲା। ଜାୟରା ୱାସିମ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଚାଇନାର ବକ୍ସ ଅଫିସ୍‌ରେ ପ୍ରାୟ ୮୦୦କୋଟି ରୋଜଗାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଦୈତ ଚନ୍ଦନ। ସେ ମଧ୍ୟ ‘ଲାଲ୍‌ ସିଂହ ଚଡ୍‌ଢା’ର ନିର୍ଦ୍ଦେଶନା ଦେଇଛନ୍ତି।

Bollywood Aamir Khan Lal Singh Chaddha
Advertisment
Advertisment