Advertisment

ଭଲ ରୋଜଗାର କରୁଛି 'ଲାଲ୍‌ ସିଂହ ଚଡ୍‌ଢା'

ଆମିର୍‌ଙ୍କ ପାଇଁ ଖୁସି ଖବର। ଭାରତରେ 'ଲାଲ୍‌ ସିଂହ ଚଡ୍‌ଢା'ର ରୋଜଗାର ଧିରେ ଧିରେ ବଢୁଛି। ନିଜ ଦେଶରେ ଆମିରଙ୍କ ଏହି ଫିଲ୍ମକୁ ଘୋର ବିରୋଧ କରାଯାଉଥିବା ବେଳେ ବିଦେଶରେ କିନ୍ତୁ ଦମଦାର ଚାଲୁଛି। ଆସନ୍ତୁ ଜାଣିବା କେଉଁଠି କେତେ ରୋଜଗାର କଲାଣି।

author-image
Pramod Behera
Laal Singh Chaddha worldwide box office collection

Laal Singh Chaddha worldwide box office collection

ଚଳିତ ବର୍ଷର ବହୁ ଚର୍ଚ୍ଚିତ ତଥା ଦବରଦସ୍ତ ପ୍ରଚାରିତ ଆମିର ଖାନଙ୍କ ଅଭିନୀତ 'ଲାଲ୍‌ ସିଂହ ଚଡ୍‌ଢା' ଗତ ଅଗଷ୍ଟ ୧୧ ଗୁରୁବାର ଦିନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଆମିର ଖାନ, କରୀନା କପୁର ଖାନ ଏବଂ ନାଗା ଚୈତନ୍ୟଙ୍କ ଅଭିନୟରେ ସୁସଜ୍ଜିତ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଅନେକ ବିବାଦରେ ରହିଛି।

Advertisment

ଏହାରି ଭିତରେ ଆମିରଙ୍କ ପାଇଁ ଖୁସି ଖବର ଯେ ବିଦେଶରେ ଏହା ଖୁବ ଭଲ ଚାଲିଛି। କିନ୍ତୁ ଅଦୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଭାରତୀୟ ଲୋକେ ଖୁବ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରୁ ବୟକଟ୍‌ର ପ୍ରଚାର ଏତେ ପ୍ରଭାବ ପଡିଲା ଯେ ଅନେକ ସ୍ଥାନରେ ଫିଲ୍ମ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ଘରୋଇ ବକ୍ସ ଅଫିସରେ ବିଫଳତା ସତ୍ତ୍ୱେ ଆମିର ଖାନଙ୍କ ଫିଲ୍ମ ବିଦେଶ ବଜାରରେ ନିଜର ପ୍ରାଧାନ୍ୟ ଦେଖାଉଛି।

ନିଜ ଦେଶରେ ଆମିର ଖାନଙ୍କ ଅଭିନୀତ ‘ଲାଲ୍ ସିଂହ ଚଡ୍‌ଢା’କୁ ବିରୋଧ କରାଯାଉଥିବା ବେଳେ ବିଦେଶରେ ଏହା ଖୁବ ଭଲ ରୋଜଗାର କରୁଛି। ‘ଲାଲ୍ ସିଂହ ଚଡ୍‌ଢା’ ବିଦେଶର ସବୁ ସ୍ଥାନରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଆମେରିକାର ନାମ ଏହି ତାଲିକାର ଶୀର୍ଷରେ ଅଛି। ଏଠାରେ ଫିଲ୍ମ ଖୁବ ଭଲ ରୋଜଗାର କରୁଛି।

Advertisment

ଆମେରିକାରେ ‘ଲାଲ୍ ସିଂହ ଚଡ୍‌ଢା’ ଏପର୍ଯ୍ୟନ୍ତ ୬.୧୩ କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ସେହିପରି ଆମିରଙ୍କ ଫିଲ୍ମ କାନାଡାରେ ୪.୨୮ କୋଟି ଟଙ୍କା ଆୟ କରିଥିବାବେଳେ ଅଷ୍ଟ୍ରେଲିଆରେ ୩.୦୩ କୋଟି ଟଙ୍କା ସଂଗ୍ରହ କରିଛି।

ଏହା ସହିତ ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟେନ୍‌ ଏବଂ ନ୍ୟୁଜିଲ୍ୟାଣ୍ଡରେ ୨.୯ କୋଟି ଟଙ୍କା ଏବଂ ୫୧.୪୧ ଲକ୍ଷ ଟଙ୍କା ବ୍ୟବସାୟ କରିଛି। ଚାରି ବର୍ଷ ପରେ ‘ଲାଲ୍ ସିଂହ ଚଡ୍‌ଢା’ ମାଧ୍ୟରେ ବଡ ପରଦାକୁ ଫେରିଥିବା ଆମିର ଖାନ ତାଙ୍କ ଭାରତୀୟ ପ୍ରଶଂସକଙ୍କ ଠାରୁ ବହୁତ ଆଶା କରିଥିଲେ, କିନ୍ତୁ ଏହି ଚଳଚ୍ଚିତ୍ରଟି ସ୍ୱଦେଶୀ ବକ୍ସ ଅଫିସ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି।

ଏଭଳି ପରିସ୍ଥିତିରେ ବିଦେଶରେ ଏଭଳି ପ୍ରଦର୍ଶନ ‘ଲାଲ୍ ସିଂହ ଚଡ୍‌ଢା’ର ମୋଟ ରୋଜଗାକୁ ବୃଦ୍ଧି କରିପାରିବ। କେବଳ ଏତିକି ନୁହେଁ, ବିଦେଶୀ ବକ୍ସ ଅଫିସ୍‌ରେ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାକୁ ବିଚାରକୁ ନେଇ ସମାଲୋଚକମାନେ ଦାବି କରୁଛନ୍ତି ଯେ ଫିଲ୍ମର ବ୍ୟବସାୟ ନିଶ୍ଚିତ ଭାବରେ ଆଗକୁ ବଢିବ।

ତେବେ ଭାରତରେ ଏହି ଫିଲ୍ମକୁ ନେଇ ସମୀକ୍ଷକମାନଙ୍କ୍ ମିଶ୍ରିତ ପ୍ରତିକ୍ରିୟା ଆସୁଥିବା ବେଳେ ଏହାର ରୋଜଗାର ମଧ୍ୟ ଧିରେ ଧିରେ ବଢୁଛି। ପ୍ରଥମ ଦୁଇ ଦିନ ମାନ୍ଦା ରୋଜଗାର ପରେ ତୃତୀୟ ଓ ଚତୁର୍ଥ ଦିନ ଭଲ ରୋଜଗାର କରିଛି ଏହି ଫିଲ୍ମ। ଜଣାଯାଉଛି ଯେ ସପ୍ତାହ ଶେଷକୁ ଭଲ ଫାଇଦା ମିଳିପାରେ।

Aamir Khan Lal Singh Chaddha Bollywood
Advertisment
Advertisment