Advertisment

‘ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ’ରେ ସାମିଲ ହେଲେ ଆମିର, ଉଡେଇଲେ ତ୍ରିରଙ୍ଗା

ନିଜ ଫିଲ୍ମକୁ ନେଇ ବିବାଦରେ ଫଶିଥିବା ଆମିର 'ହର ଘର ତ୍ରିରଙ୍ଗା ଅଭିଯାନ'ରେ ସାମିଲ୍ ହୋଇ ତାଙ୍କ ମୁମ୍ବାଇସ୍ଥିତ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ସାରା ଦେଶରେ ପାଳନ କରାଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aamir Khan become part of har ghar tiranga abhiyan

Aamir Khan become part of har ghar tiranga abhiyan

ଆମିର ଖାନ ଆଜିକାଲି ତାଙ୍କ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା' କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବିବାଦ ଥମିବାର ନାଁ ଧରୁନି। ଏହି ଫିଲ୍ମ ରିଲିଜ୍ ହେବା ପରେ ଆମିର ଖାନ 'ହର ଘର ତ୍ରିରଙ୍ଗା ଅଭିଯାନ'ରେ ସାମିଲ୍ ହୋଇ ତାଙ୍କ ମୁମ୍ବାଇସ୍ଥିତ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ସ୍ୱାଧୀନତାର ୭୫ତମ ବର୍ଷ ପୂରଣ ନେଇ ‘ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳନ କରାଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗା ଉଡାଇବାକୁ ନିବେଦନ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ, ‘ହର ଘର ତ୍ରିରଙ୍ଗା ଅଭିଯାନ’ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ଅଂଶଗ୍ରହଣ କରି ବଲିଉଡ୍‌ ଅଭିନେତା ଆମିର ଖାନ ତାଙ୍କ ଘରର ବାଲକୋନୀରେ ଦେଶର ପତାକା ଉତ୍ତୋଳନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମିର ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଝିଅ ଇରା ଖାନଙ୍କ ସହ ବାଲକୋନୀରେ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା।

ପ୍ରକାଶଥାଉ ଯେ ଆମିର ଖାନ ଆସାମରେ ୭୫ ତମ ସ୍ୱାଧୀନତା ଦିବସକୁ ପାଳନ କରିବାର ଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱା ତାଙ୍କୁ ଡାକିଥିଲେ କିନ୍ତୁ ତାଙ୍କ ଅନୁରୋଧ କ୍ରମେ ଆମିର ତାଙ୍କ ପ୍ରସ୍ତାବିତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ସ୍ୱାଧୀନତା ଦିବସ ପାଳନରୁ ଲୋକଙ୍କ ଦୃଷ୍ଟିକୁ ନ ହଟେଇବା ନେଇ ମୁଖ୍ୟମନ୍ତ୍ରୀ ଆମିରଙ୍କୁ ତାଙ୍କ ଗସ୍ତକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତେବେ ଅଗଷ୍ଟ ୧୫ ପରେ ଆସିବାକୁ ସେ ଅଭିନେତାଙ୍କୁ ଅନୁରୋଧ କରିଛନ୍ତି।

Advertisment

ତେବେ ଗୁରୁବାର ପ୍ରାୟ ଚାରି ବର୍ଷ ପରେ ଆମିର ଖାନ ପରଦାରେ ନଜର ଆସିଛନ୍ତି। ୧୯୯୪ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଟମ୍‌ ହେସ୍କଙ୍କ 'ହଲିଉଡ୍‌ ଫିଲ୍ମ' ଫରେଷ୍ଟ୍‌ ଗମ୍ପ୍‌'ର ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି 'ଲାଲ୍‌ ସିଂହ ଚଡ୍‌ଢା'। ଏହି ଫିଲ୍ମର ସ୍କ୍ରିନ୍ ସ୍କ୍ରିପ୍ଟ ଅତୁଲ କୁଲକର୍ଣ୍ଣି ଲେଖିଥିବାବେଳେ ଫରେଷ୍ଟ୍‌ ଗମ୍ପ୍‌ର ସ୍କ୍ରିନ୍‌ପ୍ଲେ ଏରିକ୍ ରାଥ୍‌ ଲେଖିଛନ୍ତି।

Aamir Khan Lal Singh Chaddha Bollywood
Advertisment
Advertisment