Advertisment

ଦେଖନ୍ତୁ ଏହି ୫ ଫିଲ୍ମ; ମନରେ ଭରିଯିବ ଦେଶପ୍ରେମ

ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବାରୁ ସମସ୍ତେ ମାତୃଭୂମି ପ୍ରତି ସମ୍ମାନ ଜଣାଇଛନ୍ତି। ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ଏହି ବୀରମାନଙ୍କୁ ନେଇ ଅନେକ ଦମଦାର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଆସନ୍ତୁ ଏହି ୫ ଟି ଶ୍ରେଷ୍ଠ ଚଳଚ୍ଚିତ୍ର ଉପରେ ନଜର ପକେଇ ନେବା।

author-image
Pramod Behera
Watch these 5 patriotic films on 75th independence day

Watch these 5 patriotic films on 75th independence day

ଆଜି ସମଗ୍ର ଦେଶରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଗତ ୭୫ ବର୍ଷ ମଧ୍ୟରେ ଅନେକ ସିନେ ନିର୍ମାତା ଏପରି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଯାହା ଆମ ଦେଶର ଦୌନ୍ଦର୍ଯ୍ୟ, ବୀରତ୍ୱ ଏବଂ ଦେଶର ସ୍ୱାଧୀନତା ଓ ଦେଶଭକ୍ତିର ସଂଘର୍ଷର କଥା କୁହେ। ଏହି ସ୍ୱାଧୀନତା ଦିବସ ଅବସରରେ ଦେଶଭକ୍ତିରେ ପରିପୂର୍ଣ୍ଣ ଏହି ଶ୍ରେଷ୍ଠ ୫ଟି ଚଳଚ୍ଚିତ୍ର ଦେଖିପାରିବେ, ଯାହା ଭାରତର ସ୍ୱାଧୀନତା ସଂଗ୍ରାମର ଦରଦର କଥାକୁ ଆପଣଙ୍କ ସାମ୍ନାକୁ ଆଣିବାରେ ସକ୍ଷମ।

Advertisment

ଲଗାନ୍:

ଆଶୁତୋଷ ଗୋୱାରିକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ଏହା ଭାରତରେ ନିର୍ମିତ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଦେଶ ସ୍ୱାଧୀନର ପୂର୍ବ କଥା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଆମୀର ଖାନ ଏବଂ ଗ୍ରେସି ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ସେହିସବୁ ଗ୍ରାମବାସୀଙ୍କୁ ନେଇ ଗତି କରେ ଯେଉଁମାନଙ୍କ ଉପରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଟ୍ୟାକ୍ସର ବୋଝ ଲଦିଦିଆଯାଇଥିଲା। ଏନେଇ ଟିକସ ଛାଡ ପାଇବାକୁ ଗ୍ରାମବାସୀ ବ୍ରିଟିଶ ବିପକ୍ଷରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଏହି ଫିଲ୍ମରେ ଦେଖାଯାଏ।

ଦ ଲିଜେଣ୍ଡ୍ ଅଫ୍ ଭଗତ ସିଂ:

୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଭବତ ସିଂହଙ୍କ ଜୀବନୀ ଉପରେ ଆଧାରିତ, ଯିଏ ବ୍ରିଟିଶ ରାଜ ବିରୋଧରେ ଭାରତୀୟ ସ୍ୱାଧୀନତା ପାଇଁ ଲଢିଥିଲେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ଅଜୟଙ୍କୁ ଦ୍ୱିତୀୟ ଜାତୀୟ ପୁରସ୍କାର ଦିଆଯାଇଥିଲା।

Advertisment

ମଙ୍ଗଲ ପାଣ୍ଡେ - ଦି ରାଇଜିଂ :

ଐତିହାସିକ ତଥ୍ୟ ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟି ଭାରତର ସ୍ୱାଧୀନତା ପାଇଁ ଲଢିଥିବା ଭାରତୀୟ ସୈନିକ ମଙ୍ଗଲ ପାଣ୍ଡେଙ୍କ ଜୀବନୀ ଉପରେ ଆଧାରିତ। କେତନ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଆମିର ଖାନ, ଅମିଶା ପଟେଲ ଏବଂ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ୨୦୦୫ରେ ଏହା ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିମିୟର୍ ହୋଇଥିଲା ଏବଂ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ହୋଇଥିଲା।

ଗାନ୍ଧୀ:

୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଥିଲା, ଯିଏ ବ୍ରିଟିଶ ସରକାର ବିରୋଧରେ ଅହିଂସା ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲା। ରିଚାର୍ଡ ଆଟେନ୍‌ବରୋଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବେନ୍ କିଙ୍ଗ୍ସଲେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟିକୁ ୫୫ତମ ଏକାଡେମୀ ପୁରସ୍କାରରେ ୧୧ଟି ନାମାଙ୍କନ ମିଳିଥିଲା। ​​

ମଣିକର୍ଣ୍ଣିକା:

ଦ କ୍ୱିନ୍ ଅଫ୍ ଝାନ୍‌ସୀ - ରାନୀ ଲକ୍ଷ୍ମୀ ବାଇଙ୍କ ଜୀବନୀ ଉପରେ ଆଧାର କରି ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ବକ୍ସ ଅଫିସ୍‌ରେ ହିଟ୍ ମଧ୍ୟ ହୋଇଥିଲା। ୨୦୧୯ରେ ମୁକ୍ତିଲାଭ କରିଥିବା ଏହି ପିରିୟଡ ଡ୍ରାମାରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଝାନ୍‌ସୀ ରାଣୀଙ୍କ ଯୁଦ୍ଧକୁ ଚିତ୍ରିତ କରାଯାଇଛି।

Bollywood Independence Day August 15 Azadi Ka Amrit Mahotsav
Advertisment
Advertisment