• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ନିଜ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଚାଲିଥିବା ଖବର ବା ଚର୍ଚ୍ଚାକୁ ସେ ଭୁଲ ଏବଂ ଗୁଜବ ବୋଲି କହିଛନ୍ତି । ଏଭଳି ଗୁଜବକୁ ଆଦୌ ବିଶ୍ୱାସ ନକରିବାକୁ ଯୁଜବେନ୍ଦ୍ର ଅପିଲ କରିଛନ୍ତି । ଏହାପୂର୍ବରୁ ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ଧନଶ୍ରୀ ଇନଷ୍ଟାଗ୍ରାମରେ ନିଜର ସର୍‌ନେମ୍‌ ବଦଳାଇ ଦେଇଛନ୍ତି । ତା’ପରେ ଚହଲ ନିଜ ଇନଷ୍ଟା ଷ୍ଟୋରୀରେ ଏମିତି କିଛି ଲେଖିଦେଲେ ଯେ, ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାର କଥା ଚିନ୍ତା କରିବାକୁ ଲାଗିଲେ । ଏମିତିକି ଲୋକେ କେତେ କ’ଣ କହିଗଲେ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଲେ ।

ହରିୟାଣାର ୩୨ ବର୍ଷିୟ ଯୁଜବେନ୍ଦ୍ର ଚହଲଙ୍କ ପୋଷ୍ଟ କରିବାର ସମୟ ଏବଂ ଧନଶ୍ରୀଙ୍କ ସର୍‌ନେମ୍‌ ବଦଳାଇବା ସମୟ, ପାଖାପାଖି ସମାନ ଥିଲା । ଏମିତିକି ଉଭୟଙ୍କ ସମୟ ମେଳ ଖାଉଥିଲା । ଏଭଳି ପରିସ୍ଥିତିରେ ଏପରି କିଛି ପ୍ରଶଂସକ ଥିଲେ, ଯେଉଁମାନେ ଭଲ ଖବରର ଆଶା କରୁଥିଲେ । ଧନଶ୍ରୀଙ୍କ ସର୍‌ନେମ୍‌ ବଦଳିବା ପରେ ଚହଲ ବୁଧବାର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଏକ ଚା କିମ୍ବା କଫି କପ୍ ରହିଥିଲା । ଏହାସହ ଏଥିରେ ଲେଖାଥିଲା ଯେ, 'ନିଉ ଲାଇଫ୍‌ ଲୋଡିଂ...' ।

ଏହି ସମୟରେ, କିଛି ଲୋକ ଅନୁଭବ କରିବାକୁ ଲାଗିଲେ ଯେ ଚାହଲ ଏବଂ ଧନଶ୍ରୀଙ୍କ ସମ୍ପର୍କରେ ସବୁ ଠିକ୍ ନାହିଁ । କାରଣ ସେତେବେଳକୁ ଧନଶ୍ରୀ, ଚହଲ ସର୍‌ନେମ୍‌କୁ ହଟାଇ ଦେଇଥିଲେ । କିନ୍ତୁ ଏବେ ଖୋଦ୍‌ ଚହଲ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ସେ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଆଉ ସେଥିରେ ଲେଖିଛନ୍ତି, 'ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଆମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଖବର ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଦୟାକରି ଏସବୁକୁ ବନ୍ଦ କରନ୍ତୁ । ଆପଣ ସମସ୍ତଙ୍କୁ ବହୁତ ସାରା ଭଲ ପାଇବା । '୨୦୧୬ରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଚାହଲ ଏବେ ସୁଦ୍ଧା ୬୭ଟି ଦିନିକିଆ ଓ ୬୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଛନ୍ତି । ସେ ଦିନିକିଆରେ ୧୧୮ଟି ୱିକେଟ୍ ଏବଂ ଟି-୨୦ ଇଣ୍ଟରନାସନାଲରେ ୭୯ଟି ୱିକେଟ୍ ମଧ୍ୟ ନେଇସାରିଛନ୍ତି ।