Advertisment

ଧିମା ଗତିରେ ଚାଲୁଛି 'ଲାଲ ସିଂହ ଚଡ୍‌ଢା'

ସମସ୍ତ ବିରୋଧ ପରେ ମଧ୍ୟ ପର୍‌ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Laal Singh Chaddha box office collection day 5

Laal Singh Chaddha box office collection day 5

ବକ୍ସ ଅଫିସ୍‌ରେ ଆମିର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍‌ଢା' ମନ୍ଥର ଗତିରେ ବଢୁଛି। ସମସ୍ତ ବିରୋଧ ପରେ ମଧ୍ୟ ପର୍‌ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।

Advertisment

ତେବେ ତୃତୀୟ ଏବଂ ଚତୁର୍ଥ ଦିନରେ ଫିଲ୍ମର ରୋଜଗାରରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା। ଆମିରଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲା ଏବଂ ସେ ଫିଲ୍ମର ପ୍ରମୋଶନକୁ ମଧ୍ୟ ଜୋରଦାର୍ କରିଥିଲେ। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ପଞ୍ଚମ ଦିନର ଆୟ ମଧ୍ୟ ସାମ୍ନାକୁ ଆସିଛି।

ଆମିର ଖାନଙ୍କ ଫିଲ୍ମ ଗୁରୁବାର ପ୍ରଥମ ଦିନରେ ୧୧.୭ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ପ୍ରାୟ ୭.୨୬ କୋଟି, ତୃତୀୟ ଦିନରେ ୯ କୋଟି ଏବଂ ଚତୁର୍ଥ ଦିନରେ ପ୍ରାୟ ୪୦ କୋଟି ବ୍ୟବସାୟ କରିଥିଲା। ସେହିପରି, ଚଳଚ୍ଚିତ୍ର ଚତୁର୍ଥ ଦିନରେ ୩୭.୯୬ କୋଟି ଟଙ୍କା ସଂଗ୍ରହ କରିଥିଲା। ପଞ୍ଚମ ଦିନରେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ୮ ରୁ ୯ କୋଟି ବ୍ୟବସାୟ କରିଛି।

Advertisment

ତେବେ ଅନୁମାନ କରାଯାଉଥିଲା ଯେ, ଅଗଷ୍ଟ ୧୫ ଅବସରରେ ଫିଲ୍ମର ରୋଜଗାରରେ ଉନ୍ନତି ହେବ ବୋଲି। କିନ୍ତୁ ସେପରି କିଛି ହେଲା ନାହିଁ। ଜାତୀୟ ଛୁଟି ସତ୍ତ୍ୱେ ବହୁତ କମ୍ ଲୋକ ଫିଲ୍ମ ଦେଖିବା ପାଇଁ ସିନେମା ହଲ୍‌କୁ ଆସିଥିଲେ। ଏନେଇ ଅଗଷ୍ଟ ୧୫ ରେ ଫିଲ୍ମଟି ଅଧିକ ଲାଭ କରି ପାରିଲା ନାହିଁ। ମୋଟ ବ୍ୟବସାୟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଫିଲ୍ମଟି ପ୍ରାୟ ୪୫ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି।

ତେବେ ମେଟ୍ରୋ ସହରଗୁଡ଼ିକରେ ଏହି ଫିଲ୍ମ ଖୁବ ଭଲ ପ୍ରଦର୍ଶନ କରିଛି। ବଡ ସହରରେ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଆସୁଛି। ଫିଲ୍ମର ଚତୁର୍ଥ ଦିନରେ ଚେନ୍ନାଇରେ ଜବରଦସ୍ତ ଅଗ୍ରୀମ ବୁକିଂ ହୋଇଥିଲା ଏବଂ ୮୦ ପ୍ରତିଶତ ସିଟ୍ ବୁକ୍ କରାଯାଇଥିଲା।

ସେହିପରି ଦିଲ୍ଲୀରେ ୫୦ ପ୍ରତିଶତ ଆଡଭାନ୍ସ ବୁକିଂ କରାଯାଇଥିଲା। ଏହି ସଂଖ୍ୟା ହାଇଦ୍ରାବାଦରେ ୪୫ ପ୍ରତିଶତ, ମୁମ୍ବାଇ ଏବଂ ବାଙ୍ଗାଲୋରରେ ୩୦-୩୦ ପ୍ରତିଶତ ଥିଲା। ପ୍ରକାଶଥାଉ ଯେ ‘ଲାଲ ସିଂହ ଚଡ୍‌ଢା’ ସହିତ ଦୀର୍ଘ 4 ବର୍ଷ ପରେ ଆମିର ଖାନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଫିଲ୍ମରେ କରୀନା କପୁର ତାଙ୍କ ସହ ନଜର ଆସିଛନ୍ତି।

Bollywood Aamir Khan Lal Singh Chaddha
Advertisment
Advertisment