Advertisment

ଭଉଣୀ ପାଇଁ ଭାଇର ସଂଘର୍ଷ, ଥରୁଟିଏ ଦେଖିଲେ ଲୁହ ଆସିଯିବ !

ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।

author-image
Prasanjit Ray
ଅଦ୍ୟତନ ହୋଇଛି
Akshay Kumar's Raksha Bandhan

Akshay Kumar's Raksha Bandhan

ଆରମ୍ଭ ହୁଏ ଦିଲ୍ଲୀର ଚାନ୍ଦିନୀଚୌକରୁ। ଚାଟ୍ ବିକ୍ରି କରୁଥିବା ଲାଲା କେଦାରନାଥଙ୍କଠୁ। ୟେ ଏମିତି ସେମିତି ଚାଟ୍ ନୁହେଁ...ୟାକୁ ଖାଇଲେ ଗର୍ଭବତୀଙ୍କ ପୁଅ ଜନ୍ମ ହୋଇଥାଏ। ତେଣୁ ଏହି ଦୋକାନ ଆଗରେ ଲାଗେ ଲମ୍ବା ଲାଇନ୍। ହେଲେ ଦୁନିଆ ସାରା ଲୋକଙ୍କୁ ପୁଅ ହେବାକୁ ମନ୍ତ୍ର ବାଣ୍ଟୁଥିବା ଲୋକର ଘରେ ୪ଟି ଭଉଣୀ। ଆଉ ଏମାନଙ୍କୁ ବାହା ହେବାକୁ ମିଳୁନାହାନ୍ତି ବର।ଏତିକିରେ ହିରୋର ସମସ୍ୟା ସରିନି। ମଲା ବେଳେ ମାଆଙ୍କୁ ହିରୋ ଦେଇଛନ୍ତି ପ୍ରତିଶ୍ରୁତି। ୪ ଭଉଣୀଙ୍କୁ ବିବାହ କରାଇବା ପରେ ବି ନିଜେ ବାହା ହେବେ। ବାସ୍ ସରିଲା କଥା...କାରଣ ଲାଲା କେଦାରନାଥଙ୍କ ଭଲ ପାଉଥିବା ଝିଅଟି ବର୍ଷ ବର୍ଷ ଧରି ଲାଲାକୁ ଅପେକ୍ଷା କରେ। କେମିତି ୪ ଭଉଣୀଙ୍କ ବିବାହ ହେଉଛି, ତାହା ବି ଫିଲ୍ମର କାହାଣୀ।

Advertisment

ପ୍ରଥମ ଘଣ୍ଟା ଆପଣ କେବଳ ହସିବେ। ଅକ୍ଷୟଙ୍କ ଚିରାଚରିତ୍ର ଷ୍ଟାଇଲ୍ ଓ କମିକ୍ ଟାଇମିଂ ଆପଣଙ୍କୁ ପସନ୍ଦ ଆସିବ। ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ। ଅକ୍ଷୟଙ୍କ ସହ ଅଭିନୟ କରିଥିବା ୪ ଜଣ ଭଉଣୀ ୪ ପ୍ରକାରର। ସମାଜରେ ଯେପରି କଳା, ଗୋରା, ମୋଟାକୁ ନେଇ ଭେଦଭାଦ ରହିଛି ତାକୁ ବେଶ୍ ଚାଲାକ୍ ଢଙ୍ଗରେ ସ୍କ୍ରିନ୍‌ରେ ପରିବେଷଣ କରାଯାଇଛି। 

ଅକ୍ଷୟ ଭଉଣୀଙ୍କୁ କହୁଥିବା କିଛି କଥା ଆପଣଙ୍କୁ ଖଟକି ପାରେ କିନ୍ତୁ ନିରାଟ ସତ ଏସବୁ। ସିନେମାରେ ଡାଉରୀ ଅବା ଯୌତୁକ ପ୍ରଥାକୁ ନେଇ ଏକ ବଡ଼ ମେସେଜ୍ ଦେବାକୁ ଚେଷ୍ଟା କରାଯାଇଛି। ନିର୍ଦ୍ଦେଶକ ଆନନ୍ଦ ଲାଲ୍ ଏହାକୁ ଏତେ ସୁନ୍ଦର ଭାବେ ପରିବେଷଣ କରିଛନ୍ତି ଯାହା ଆପଣଙ୍କୁ କନ୍ଦାଇପାରେ ା ଅକ୍ଷୟ ସବୁବେଳେ ଚରିତ୍ରକୁ କଣ୍ଟ୍ରୋଲ କରନ୍ତି କିନ୍ତୁ ଏଠି କଥା ଟିକିଏ ଅଲଗା। ଅକ୍ଷୟଙ୍କୁ ଇମୋସନାଲ୍ ସିନ୍ ଦର୍ଶକଙ୍କ ହୃଦୟକୁ ଛୁଇଁଛି। କିଛି ଫିଲ୍ମ ଥାଏ ଷ୍ଟାର, ରେଟିଂ ଆଉ ରିଭ୍ୟୁ ଉପରେ। ସେହିଭଳି ସିନେମା ହେଉଛି ରକ୍ଷା ବନ୍ଧନ। ସିନେମା ଦେଖନ୍ତୁ ଆଉ ଯୌତୁକ ଭଳି କୁପ୍ରଥାକୁ ସମାଜରୁ ଉପାଡ଼ି ଫୋପାଡ଼ନ୍ତୁ।  

Advertisment
Bollywood Akshay Kumar Raksha Bandhan
Advertisment
Advertisment