Advertisment

‘ଲାଲ୍‌ ସିଂହ ଚଡ୍‌ଢା'କୁ ସପୋର୍ଟ କଲା ଓସ୍କାର୍‌

‘ଲାଲ୍‌ ସିଂହ ଚଡ୍‌ଢା'କୁ ନେଇ ଏବେ ଚାରିଆଡେ ବିବାଦ। ଅନେକ ଏହାକୁ ବୟକଟ୍ କରିଛନ୍ତି। ଏହାରି ଭିତରେ ଆମିର ଖାନ୍‌ଙ୍କୁ ମିଳିଛି ଆଶ୍ୱସ୍ତି। ଓସ୍କାର୍‌ ତରଫରୁ ଏହାକୁ ମିଳିଛି ସପୋର୍ଟ।

author-image
Pramod Behera
Aamir Khan and Kareena Kapoor strrer laal singh chaddha on Oscars official page

Aamir Khan and Kareena Kapoor strrer laal singh chaddha on Oscars official page

ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ଆମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ 'ଲାଲ୍‌ ସିଂହ ଚଡ୍‌ଢା' ମୁକ୍ତିଲାଭ କରିଛି। ସମାଲୋଚକମାନେ ଫିଲ୍ମ ବିଷୟରେ ଉତ୍କୃଷ୍ଟ ସମୀକ୍ଷା ମଧ୍ୟ କରିଛନ୍ତି। ୧୯୯୪ର ହଲିଉଡ୍‌ ଫିଲ୍ମ 'ଫରେଷ୍ଟ୍‌ ଗମ୍ପ'ର ଅଫିସିଆଲ୍ ହିନ୍ଦୀ ରିମେକ୍ ‘ଲାଲ ସିଂହ ଚଡ୍‌ଢା'କୁ ନେଇ ଆମିର ଟମ୍‌ ହ୍ୟାଙ୍କ୍’ଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିବାବେଳେ ସେହି ସମୟରେ ଓସ୍କାର୍‌ ଏହାକୁ ସପୋର୍ଟ କରି ଫିଲ୍ମକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମରେ ସ୍ଥାନ ଦେଇଛି। ଏକାଡେମୀ ଏକ କ୍ଲିପ୍ ଶେୟାର କରି 'ଫରେଷ୍ଟ ଗମ୍ପ୍‌'ର ଭାରତୀୟ ଗ୍ରହଣିୟତାକୁ ନେଇ କହିଛି।

Advertisment

ଏକାଡେମୀର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ 'ଲାଲ୍‌ ସିଂହ ଚଡ୍‌ଢା'ର ଶେୟାର ହୋଇଥିବା ଚମତ୍କାର କ୍ଲିପ୍ କହିଛି ଯେ ଓସ୍କାର ବିଜେତା ଚଳଚ୍ଚିତ୍ରର ଯାଦୁ କିପରି ଭାରତୀୟ ସଂସ୍କରଣରେ ଅଛି। ଏକାଡେମୀ ଲେଖିଛି ଯେ 'ରବର୍ଟ ଜେମେକିସ୍ ଏବଂ ଏରିକ୍ ରୋଥ୍‌ ସେମାନଙ୍କ ‘ଫରେଷ୍ଟ୍ ଗମ୍ପ୍’ କାହାଣୀରେ କହିଛନ୍ତି ଯେ ଜଣେ ସରଳତା ଏବଂ ଦୟାର ସହିତ ଜଣେ ବ୍ୟକ୍ତି କିପରି ଦୁନିଆକୁ ପରିବର୍ତ୍ତନ କରୁଛି ଏବଂ ତାକୁ ଅଦୈତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣି ଭାରତୀୟ ସଂକରଣରେ ‘ଲାଲ୍‌ ସିଂହ ଚଡ୍‌ଢା' କରିଛନ୍ତି। 'ଫରେଷ୍ଟ୍‌ ଗମ୍ପ୍‌'ରେ ଟମ୍‌ ହେକ୍ସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ 'ଲାଲ୍‌ ସିଂହ ଚଡ୍‌ଢା'ରେ ଆମିର ଖାନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏକାଡେମୀର ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଆହୁରି କୁହାଯାଇଛି ଯେ 'ଫରେଷ୍ଟ୍‌ ଗମ୍ପ' ୧୯୯୪ରେ ୧୩ଟି ଓସ୍କାର ନାମାଙ୍କନ ଗ୍ରହଣ କରିଥିଲା। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା, ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ସହିତ ୬ଟି ପୁରସ୍କାର ଜିତିବାରେ ସଫଳ ହୋଇଥିଲା। ଏହି କ୍ଲିପ୍‌ରେ ଦେଖାଯାଉଛି ଯେ ଆମିର ଖାନ ଏବଂ କରୀନା କପୁର ଖାନ ସେମାନଙ୍କ ଫିଲ୍ମରେ 'ଫରେଷ୍ଟ ଗମ୍ପ୍‌'ର ଅନେକ ଦୃଶ୍ୟ ରିକ୍ରିଏଟ୍ କରିଛନ୍ତି।

Advertisment

'ଫରେଷ୍ଟ୍‌ ଗମ୍ପ୍‌'ର ଅଫିସିଆଲ୍‌ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ଭିଡିଓ ଏବଂ ଫଟୋ ମଧ୍ୟ ଶେୟାର କରାଯାଇଛି। ଏହି ଫଟୋରେ ଉଭୟ ଚଳଚ୍ଚିତ୍ର ତୁଳନାତ୍ମକ ଭାବରେ ଦର୍ଶାଯାଇଛି। ୧୯୯୪ ଏବଂ ୨୦୨୨ ମସିହାରେ ଆସିଥିବା ଉଭୟ ଚଳଚ୍ଚିତ୍ରର ମୁଖ୍ୟ କଳାକାରଙ୍କ ଲୁକ୍ ଶେୟାର କରି ଫିଲ୍ମର ରିଲିଜ୍ ତାରିଖ ଦିଆଯାଇଛି।

ପ୍ରକାଶଥାଉ ଯେ ଆମିର ଖାନ ଏବଂ ଟମ୍‌ ହେକ୍ସ ଥରେ ଭେଟିଥିଲେ, ଯେଉଁଥିରେ ଟମ୍‌ ଆମିରଙ୍କୁ ଭାରତର ଜେମ୍ସ କାମେରୁନ ବୋଲି କହିଥିଲେ। ଟମ୍‌ ପୂର୍ବରୁ କହିସାରିଛନ୍ତି ଯେ ସେ ଆମିରଙ୍କ କାମ ସହିତ ସେ ପରିଚିତ। ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଆମିରଙ୍କ ଫିଲ୍ମ '୩ ଇଡିଅଟ୍ସ' କୁ ଅନେକ ଥର ଦେଖିଛନ୍ତି।

Oscar Aamir Khan Lal Singh Chaddha Bollywood
Advertisment
Advertisment