• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମ୍ନାକୁ ଆସିଲେ ଓଲିଉଡ୍‌ ସୁପରଷ୍ଟାର ବାବୁଶାନ୍‌ । କିଛି ଦିନର ବ୍ୟବଧାନ ପରେ ସାମ୍ନାକୁ ଆସିଲେ ବାବୁସାନ୍ । କହିଲେ ସେମିତି ଭୁଲ ଆଉ କେବେ ହେବନି । ପତ୍ନୀ ତୃପ୍ତିଙ୍କର କୌଣସି କ୍ଷତି ହେବାକୁ ଦେବେନି କହିଲେ ବାବୁଶାନ । ତାଙ୍କ ଭୁଲ ପାଇଁ ତୃପ୍ତିଙ୍କ ପରିବାର ଓ ନିଜେ ତୃପ୍ତି ଅନେକ କଷ୍ଟ ପାଇଛନ୍ତି । ତେଣୁ ଏଭଳି ଭୁଲ ଆଗକୁ ଆଉ କେବେ ବି ହେବ ନାହିଁ କହିଲେ । ଖାଲି ସେତିକି ନୁହେଁ ନିଜର ଭୁଲ ସ୍ୱୀକାର କରିବା ସହ ପୁରା ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କଲେ ଅଭିନେତା ବାବୁସାନ୍‌ । ତେବେ ଏକ ଭିଡିଓ ବାର୍ତ୍ତା ଜାରି କରି ବାବୁଶାନ୍‌ ଏଭଳି କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୂ ବାବୁଶାନ୍‌, ପ୍ରକୃତି ମିଶ୍ର ଓ ବାବୁଶାନ୍‌ଙ୍କ ପତ୍ନୀଙ୍କୁ ନେଇ ବିବାଦ ଉପୁଜିଥିଲା । ବାବୁଶାନ୍‌ ଓ ପ୍ରକୃତି ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ପତ୍ନୀ ତୃପ୍ତି ତାଙ୍କୁ ଅଟକାଇଥିଲେ । ସେଠାରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । 

ଓଡ଼ିଶାବାସୀ ଉଭୟ ବାବୁଶାନ୍ ଓ ପ୍ରକୃତିଙ୍କୁ ସମାଲୋଚନା କରିଥିଲେ । ଏମିତିକି ଘଟଣା ଦିନ ବାବୁଶାନ୍‌ ଚେନ୍ନାଇ ଯାଇଥିଲେ । ସେଠାରୁ ଫେରିବା ପରେ ଗଣମାଧ୍ୟମଠାରୁ ଦୂରରେ ରହିଥିଲେ ।  ତାଙ୍କୁ ଯାହା ବି ପ୍ରଶ୍ନ ପଚରାଯାଇଥିଲା ତାର ଉତ୍ତର ରଖିନଥିଲେ । କେବଳ ସେ କହିଥିଲେ ଯେ, ସମୟ ଆସିଲେ ସବୁ ସତ କହିବି । ଆଉ ଠିକ୍‌ ସମୟରେ କହିବି । କିନ୍ତୁ ଆଜି ୩୭ ସେକେଣ୍ଡର ଏକ ଭିଡିଓ ଜାରି କରି ବାବୁଶାନ ସେହି ଘଟଣାନେଇ ବିଶେଷ କିଛି କହିନଥିଲେ ମଧ୍ୟ, କେବଳ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ନିଜ ପତ୍ନୀଙ୍କ ପ୍ରତି କେବେ ବି ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ଦେଖନ୍ତୁ ପୁରା ଭିଡିଓ..