Advertisment

ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ଡେଡ୍; ହନୁମାନ ଚାଳିସା ପଢିଲେ ଏହସାନ କୁରେଶୀ

ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ତାଙ୍କ ବ୍ରେନ୍ ଡେଡ୍ ହୋଇଥିବା ଡାକ୍ତର କହିଛନ୍ତି। କୌଣସି ଔଷଧ କାମ ଦେଉନି। ତାଙ୍କ ବନ୍ଧୁ ଏହସାନ କୁରେଶୀ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Friends and family pray for raju srivastava

Friends and family pray for raju srivastava

ବାରମ୍ବାର ଖବର ଆସୁଛି ଯେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମାଗତ ଭାବରେ ଖରାପ ହେଉଛି। ଗୁରୁବାର ଦିନ ଡାକ୍ତର ତାଙ୍କର ବ୍ରେନ୍ ଡେଡ୍ ହେବା ଘୋଷଣା କରିଥିଲେ। ତାଙ୍କର ଅବସ୍ଥା ବାବଦରେ କେତେକ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର କହିଥିଲେ ଯେ ତାଙ୍କ ଉପରେ ଔଷଧର କୌଣସି ପ୍ରଭାବ ପଡିବ ନାହିଁ। ଏହା ପରେ ତାଙ୍କର ବନ୍ଧୁ, ପରିବାର ଏବଂ ସମ୍ପର୍କୀୟମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ଓ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Advertisment

ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ବନ୍ଧୁ ତଥା ସହକର୍ମୀ ଏହସାନ କୁରେଶୀ କହିଛନ୍ତି ଯେ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି। କିନ୍ତୁ ବର୍ତ୍ତମାନ ଡାକ୍ତରମାନେ ସେମାନଙ୍କର ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ବ୍ରେନ୍ ଡେଡ୍ ବୋଲି କହିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କ ପାଇଁ କୌଣସି ଔଷଧ କାମ କରୁନାହିଁ। ଏହି ପରିସ୍ଥିତିରେ କେବଳ ଏକ ଚମତ୍କାର ହିଁ ସାହାଯ୍ୟ କରିପାରିବ।

ସେ କହିଛନ୍ତି ଯେ ଆମେ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରୁଛୁ, କେବଳ ହନୁମାନ ଚାଳିସା ପାଠ କରୁଛୁ। ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠୁଥିବା ବେଳେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

Advertisment

ଏକ ସାକ୍ଷାତକାରରେ ଏହସାନ କୁରେଶି କହିଛନ୍ତି, "ମୁଁ ତାଙ୍କୁ ଓଶିୱାରା ପୋଲିସ ଷ୍ଟେସନ୍‌ ସମ୍ମୁଖ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲି। ମାରିଗୋଲ୍ଡ ବିଲଡିଂରେ ତାଙ୍କର ଏକ କାର୍ଯ୍ୟାଳୟ ଅଛି। ଯେତେବେଳେ ସେ ଲକ୍ଷ୍ନୋକୁ ଆସୁଥିଲେ, ସେ ସାଙ୍ଗମାନଙ୍କ ସହ କଫି ପିଉଥିଲେ। ମୁଁ, ସୁନୀଲ ପାଲ ତାଙ୍କୁ ଭେଟି ଫିଲ୍ମ ପାଇଁ ସବ୍‌ସିଡି ପାଇଁ କିପରି ଆବେଦନ କରାଯିବ ସେ ବିଷୟରେ କଥା ହେଇଥିଲୁ।

ସେ ଆହୁରି ମଧ୍ୟ ଶେୟାର କରିଛନ୍ତି, "ରାଜୁଙ୍କ ଝିଅ (ଅନ୍ତରା) ବିବାହ କରିବାକୁ ଥିଲା ଏବଂ ତାଙ୍କ ପୁଅ ବହୁତ ଛୋଟ। ଆମେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। ଯିଏ ଜଗତକୁ ହସାଇ ପାରୁଥିଲେ ଆଜି ସାରା ଦୁନିଆ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି। ଆମେ ସମସ୍ତେ ଚିନ୍ତିତ। ଆମେ କେବଳ ରାଜୁ ଭାଇ ସୁସ୍ଥ ହେବାକୁ ଚାହୁଁଛୁ।"

ପ୍ରକାଶଥାଉ ଯେ ଅଗଷ୍ଟ ୧୦ରେ ଦିଲ୍ଲୀରେ ବ୍ୟାୟାମ କରୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ମଝିରେ ଥରେ ତାଙ୍କ ଅବସ୍ଥା ସୁଧୁରିବା ଖବର ଆସିଥିଲା, କିନ୍ତୁ ହଠାତ ବୁଧବାର ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା ଏବଂ ଡାକ୍ତରମାନେ ତାଙ୍କ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ।

Bollywood
Advertisment
Advertisment