• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସୋନୁ ସୁଦ ଦେଶର ସବୁଠାରୁ ଲୋକପ୍ରିୟ ଅଭିନେତା ହୋଇଯାଇଛନ୍ତି। କରୋନା ମହାମାରୀ ସମୟରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଲୋକମାନେ ତାଙ୍କୁ ଭଗବାନ ବୋଲି ମାନିନେଇଛନ୍ତି। ହଜାର ହଜାର ଲୋକ ତାଙ୍କୁ ପୂଜା ମଧ୍ୟ କରୁଛନ୍ତି। ସେ ପ୍ରବାସୀ ଶ୍ରମିକ, ମଜୁରିଆ ଏବଂ ଲୋକଙ୍କୁ ଅନେକ ପ୍ରକାସ ସାହାଯ୍ୟ କରିଛନ୍ତି। ସେମାନଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ଆଶ୍ରୟ ଦେବା ଓ ହଜାର ହଜାର ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପର୍ଯ୍ୟନ୍ତ ସବୁକିଛି କରିଛନ୍ତି।

ଆଜି ବି ଶହ ଶହ ଲୋକ ସାହାଯ୍ୟ ପାଇଁ ମୁମ୍ବାଇସ୍ଥ ସୋନୁ ସୁଦଙ୍କ ଘରକୁ ଆସୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ଘର ବାହାରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସୋନୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି।

ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ ସପ୍ତାହରେ ଅତି କମରେ ୧୫୦ ରୁ ୨୦୦ ଲୋକ ତାଙ୍କ ଘରକୁ ଆସୁଥିବା ବେଳେ ଶନିବାର ଏବଂ ରବିବାର ଦିନ ଏହି ସଂଖ୍ୟା ୫୦୦ ରୁ ୭୦୦ ହୋଇଯାଏ। ଦେଶର ବିଭିନ୍ନ ସ୍ଥାନରୁ ଲୋକ ତାଙ୍କ ପାଖକୁ ଆସିଥାନ୍ତି। ସୋନୁ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ସାହାଯ୍ୟ ପାଇଁ ସେ ପ୍ରାୟ ୩୦ ହଜାରରୁ ୪୦ ହଜାର ଅନୁରୋଧ ପାଇଥାନ୍ତି।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଏଭଳି ପରିସ୍ଥିତି ତାଙ୍କ ଆଖପାଖ ଅଞ୍ଚଳ କିମ୍ବା ନିକଟରେ ସୁରକ୍ଷା ସମସ୍ୟା ସୃଷ୍ଟି କରେ ନା ନାହିଁ? ଏହାର ଉତ୍ତରରେ ସୋନୁ ସୁଦ ଅସହମତ ହୋଇ କହିଛନ୍ତି ଯେ ତାଙ୍କ ପଡ଼ୋଶୀମାନେ ମଧ୍ୟ ତାଙ୍କୁ ବହୁତ ସହଯୋଗ କରନ୍ତି। ସେ କହିଛନ୍ତି, “ବିଲ୍‌ଡିଂର ଲୋକମାନେ ମଧ୍ୟ ଏଥିରେ ଅଭ୍ୟସ୍ତ। ସେମାନେ ମଧ୍ୟ ବହୁତ ସହଯୋଗ କରନ୍ତି। ସେମାନେ ଜାଣନ୍ତି ଯେ ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅସହାୟ ଲୋକଙ୍କ ଜୀବନ ବଦଳିପାରେ। ସେମାନେ ସମର୍ଥନ କରନ୍ତି।"

ଯେତେବେଳେ ପଚରାଯାଇଥିଲା ଯେ ସାରା ଦେଶର ଲୋକମାନଙ୍କ ଠାରୁ ଆସୁଥିବା ଦୁଃଖଦ ଓ ଯନ୍ତ୍ରଣାଦାୟକ ବାର୍ତ୍ତା ପଢିବା ପରେ ଏହା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି କି? ଏହାର ଉତ୍ତରରେ ସୋନୁ କହିଛନ୍ତି ଯେ ଏହା ତାଙ୍କ ଉପରେ ଏକ ଦାୟିତ୍ୱର ଭାବନା ତିଆରି କରେ।

ସେ କହିଛନ୍ତି, “ଏହା ମୋ କାନ୍ଧରେ ଏକ ଅତିରିକ୍ତ ଦାୟିତ୍ୱ ଦେଇଥାଏ ଯେ ସେମାନେ ବହୁତ ଆଶା ନେଇ ଆସୁଛନ୍ତି। ତେଣୁ ମୋତେ ଏହା ନିଶ୍ଚିତ କରିବାକୁ ପଡେ ଯେ ଏହା ଠିକ୍ ଏବଂ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ।”

OTV is now on Whatsapp

Join and get latest news update delivered to you via whatsapp

Join Now