ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।
ଆରପାରିରେ ରାଜୁ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଆଖି ବୁଜିଛନ୍ତି । ଭାରତୀୟ ଦର୍ଶକ ମାନଙ୍କୁ ହସରେ ଭିଜାଇଥିବା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ ମନେପଡିବେ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କଳାକାରଙ୍କ ଶୋକ, କାଲି ଅନ୍ତିମ ସଂସ୍କାର
ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।
ଆଉ ଦେଖିବାକୁ ମିଳିବନି ରାଜୁ ଶ୍ରୀବାସ୍ତଙ୍କ କମେଡି। କମେଡି କିଙ୍ଗ୍ ହେବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଦିନେ ଅଭାବ ଅସୁବିଧାରେ ଥାଇ ମୁମ୍ବାଇ ରାସ୍ତାରେ ଚଳାଉଥିଲେ ଅଟୋ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ମାସେରୁ ଅଧିକ ଦିନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଆଜି ସକାଳେ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗ ହୋଇଛି। ହାର୍ଟ ଆଟାକ୍ ଆସିବା ଯୋଗୁ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର।
ଡାକ୍ତରୀ ଟିମ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ଆଶା ଓ ଭରସା ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ।
ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି।
ଚିକିତ୍ସା ଚାଲୁଥିଲେ ସୁଦ୍ଧା ରାଜୁ ଶ୍ରୀବାସ୍ତବଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ।