Advertisment

ସେକ୍ସ ଲାଇଫ୍‌ ପାଇଁ ପୁରୁଷର ଆବଶ୍ୟକତା କରେ ନାହିଁ ମହିଳା : କନିଷ୍କ ସୋନୀ

ସେକ୍ସ ଲାଇଫ୍‌କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପବିତ୍ର ରିସ୍ତା ଫେମ୍ କନିଷ୍କ ସୋନୀ। ସେ ଏବେ ନିଜକୁ ନିଜେ ବିବାହ କରିଥିବା ବେଳେ ଜଣେ ମହିଳା ସେକ୍ସ ପାଇଁ ପୁରୁଷର ଆବଶ୍ୟକତା କରେ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ତାଙ୍କୁ ଦମଦାର ଟ୍ରୋଲ୍ କରାଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Pavitra Rista fame kanishka soni marries herself

Pavitra Rista fame kanishka soni marries herself

ପ୍ରତିଦିନ ମନୋରଞ୍ଜନ ଶିଳ୍ପ ସହ ଜଡିତ ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏବେ ସେମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ଚକିତ କରିଛି। ଏହି କଥା ‘ପବିତ୍ର ରିସ୍ତା’ ଓ 'ଦିୟା ଅର୍‌ ବାତି ହମ୍' ଅଭିନେତ୍ରୀ କନିଷ୍କ ସୋନୀଙ୍କ ସହ ଜଡିତ, ଯିଏ ନିଜକୁ ନିଜେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେ ଏହି ଖବର ଶେୟାର କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

କେବଳ ଏତିକି ନୁହେଁ, ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ୍‌ କରାଯାଉଛି। ଟ୍ରୋଲ୍‌ର ଜବାବ ଦେବାକୁ ଯାଇ କନିଷ୍କ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।

ଭିଡିଓ ଶେୟାର କରି ସେ କହିଛନ୍ତି, “ମୁଁ ଦେଖିବାକୁ ପାଇଲି ଯେ ମୁଁ ନିଜକୁ ନିଜେ ବିବାହକୁ ନେଇ କରିଥିବା ମୋର ପୋଷ୍ଟ୍‌ରେ କିଛି ଅଦ୍ଭୁତ କମେଣ୍ଟ ଆସିଛି। ମୁଁ ଏହି ବିବାହ କରିବାକୁ ଦୃଢ ନିଷ୍ପତ୍ତି ନେଇଛି। ଅନେକ ଲୋକ ମତେ କହିଛନ୍ତି ଯେ ମୁଁ ବିଜ୍ଞାନକୁ ଅଣଦେଖା କରିଛି। ସେ ମୋ ସେକ୍ସ ଲାଇଫ୍‌ ବିଷୟରେ କହିଛନ୍ତି। ତେବେ ମୁଁ କହୁଛି ଯେ ଯଦି ବିଜ୍ଞାନ ଓ ଟେକ୍ନୋଲୋଜୀ ଆଗେଇଛି, ସେକ୍ସ ପାଇଁ ମହିଳାର କୌଣସି ପୁରୁଷର ଆବଶ୍ୟକ ନାହିଁ।”

Advertisment

ତାଙ୍କ ଏଭଳି ବିବାହକୁ ନେଇ ସେ କହିଛନ୍ତି ଯେ “ମୁଁ ଗୁଜୁରାଟର ଏକ ରକ୍ଷଣଶୀଳ ପରିବାରରୁ ଆସିଛି। ବିବାହ ମୋ ଜୀବନର ମଧ୍ୟ ଏକ ଲକ୍ଷ୍ୟ  ଥିଲା। କିନ୍ତୁ ମୁଁ ସେମିତି କୌଣସି ପୁରୁଷ ପାଇଲି ନାହିଁ ଯିଏ ନିଜ କଥାକୁ ରଖିପାରୁଥିବ। ମୁଁ ଦେଖିଲି ସେମାନେ ନିଜ କଥା ରଖନ୍ତି ନାହିଁ। ଏହା ହିଁ ହେଉଛି କାରଣ, ମୁଁ  ନିଷ୍ପତ୍ତି କଲି ମୋର ସାରା ଜୀବନ ବିନା ପୁରୁଷରେ ରହିଯିବି। ମୁଁ କୌଣସି ପୁରୁଷ ଦରକାର କରେ ନାହିଁ, କାରଣ ମୁଁ ରୋଜଗାର କରୁଛି, ମୁଁ ସ୍ୱାଧୀନ, ମୁଁ ମୋ ନିଜର ସମସ୍ତ ସ୍ୱପ୍ନ ଓ ଆବଶ୍ୟକତା ପୂରଣ କରି ପାରିବି। ”

ଭାରତୀୟ ସଂସ୍କୃତିକୁ ନେଇ ମହାବଳୀ ହନୁମାନରେ ସେ କିପରି ଦେବୀ ଭଳି ଭୂମିକା ନିଭେଇଛନ୍ତି ସେ କଥା କହିଛନ୍ତି। ସେ କହିଛନ୍ତି ଯେ “ମୁଁ ମୋ ଭାରତୀୟ ସଂସ୍କୃତିରେ ବିଶ୍ୱାସ କରୁଥିବାରୁ ମୁଁ ଆଇଟମ ନମ୍ବରକୁ ପ୍ରତ୍ୟାଖ୍ୟାନ କରିଛି। ମୁ ସବୁବେଳେ ମୋ ଭାବମୂର୍ତ୍ତିକୁ ପ୍ରଥମ ଗୁରୁତ୍ୱ ଦେଇଛି। କିନ୍ତୁ ଲୋକେ ଏହାକୁ ଦେଖୁ ନାହାନ୍ତି। ଯେତେବେଳେ ମୁଁ ନିଜ ସହିତ ରହିବାକୁ ଓ ନିଜକୁ ଭଲ ପାଇବାକୁ ନିଷ୍ପତ୍ତି ନେଇଗଲି ଲୋକେ ଏଥିରେ ହସ୍ତକ୍ଷେପ କରିବାକୁ ଲାଗିଲେ। ୯୦ ପ୍ରତିଶତ ମହିଳା ବିବାହ କରି ଖୁସିରେ ନାହାନ୍ତି। ପୁରୁଷମାନଙ୍କ ପ୍ରତି ମୁଁ ମୋର ସବୁ ବିଶ୍ୱାସ ହରେଇଛି। ବିବାହ କେବଳ ସେକ୍ସ ପାଇଁ ନୁହେଁ।”

ଏହି ଫଟୋ ଏବଂ ଭିଡିଓଗୁଡିକରେ ଅଭିନେତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ନିଜକୁ କାହିଁକି ବିବାହ କଲେ? କେବଳ ଏତିକି ନୁହେଁ, ଅଭିନେତ୍ରୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ଏବଂ ଭିଡିଓରେ ଅଭିନେତ୍ରୀ ମଥାରେ ସିନ୍ଦୁର ପିନ୍ଧିଛନ୍ତି ଏବଂ ବେକରେ ମଙ୍ଗଲସୂତ୍ର ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋ-ଭିଡିଓ ସହିତ ଅଭିନେତ୍ରୀ ଏକ ଲମ୍ବା ଚଉଡା କ୍ୟାପ୍‌ସନ୍ ମଧ୍ୟ ଲେଖିଛନ୍ତି।

ଅଭିନେତ୍ରୀ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, “ମୁଁ ନିଜକୁ ବିବାହ କରିଛି କାରଣ ମୁଁ ମୋର ସମସ୍ତ ସ୍ୱପ୍ନକୁ ପୂରଣ କରିଛି ଏବଂ ମୁଁ ହିଁ ଏକମାତ୍ର ବ୍ୟକ୍ତି ଯାହାକୁ ମୁଁ ଭଲ ପାଉଛି। ବର୍ତ୍ତମାନ ମୋର ସମସ୍ତ ପ୍ରଶ୍ନର ଉତ୍ତର ହେଉଛି ମୁଁ କେବଳ ନିଜକୁ ଭଲ ପାଏ। ମୋର କୌଣସି ପୁରୁଷ ଦରକାର ନାହିଁ '।

କନିଷ୍କ ସୋନୀ ଆହୁରି ଲେଖିଛନ୍ତି ଯେ “ମୁଁ ସବୁବେଳେ ଖୁସି... ଏକାକୀ ଏବଂ ମୋ ଗିଟାର ସହିତ ଏକାନ୍ତରେ... ମୁଁ ଜଣେ ଦେବୀ, ମଜଭୁତ ଏବଂ ଶକ୍ତିଶାଳୀ, ଶିବ ଏବଂ ଶକ୍ତି ସବୁକିଛି ମୋ ଭିତରେ ଅଛି। ଧନ୍ୟବାଦ।” 'ଦିୟା ଔର; ବାତି ହମ୍'ରେ ନଜର ଆସିବାକୁ ଥିବା କନିଷ୍କ ସୋନୀ ପୂର୍ବରୁ ‘ପବିତ୍ର ରିସ୍ତା' ଏବଂ 'ଦେବୀ ଆଦି ପରାଶକ୍ତି' ଭଳି ଅନେକ ହିଟ୍ ସିରିଏଲ୍‌ରେ କାମ କରିଛନ୍ତି।

ପ୍ରକାଶଥାଉ ଯେ ନିକଟରେ ଏହିପରି ଅନେକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଯୁବତୀ ନିଜେ ନିଜକୁ ବିବାହ କରିଛନ୍ତି। ଏହି ଖବର ଶୁଣିବା ପରେ ଅନେକ ଲୋକ ନିଜର ମତ ଦେଇଥିଲେ।

Bollywood Pavitra Rishta
Advertisment
Advertisment