ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।
ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ
ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।
ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।
୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।
ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।
ଉଚ୍ଚ ଶିକ୍ଷିତ ହୋଇ ରୋଜଗାର ଆଶା ନ ରଖି ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍...
ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।
ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।
କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ...ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ...
ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।
ଜେନେରାଲ ଷ୍ଟ୍ରିମ୍ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ?
ଏଇଟା ସ୍କୁଲ ନା ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରି ନଥିବାରୁ ପାଦେ ପାଦେ ରହିଛି ବିପଦ
ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।
ସ୍କୁଲ୍ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।
ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।
ବର୍ଷକୁ ଆଉ ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ।
୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି ?
ଶ୍ରେଣୀଗୃହରେ ଟେକ୍ସଟ ବୁକ୍ ଶେଷ ଚାପ ହ୍ରାସ ପାଇବ । ଟେକ୍ସଟ ବୁକ୍କୁ ୨୦୨୪ରୁ ଉନ୍ନତ କରିବାକୁ ଘୋଷଣ ।
ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
ମାଟ୍ରିକ୍ ପରେ ପ୍ଲସ୍ ଟୁ । ନିର୍ବାଚନୀ ବର୍ଷର ଆରମ୍ଭ ଫେବ୍ରୁଆରୀରେ ହେବ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । ୬ ମାସ ଆଗରୁ ଟାଇମଲାଇନ୍ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ, ହେଲେ ଆନ୍ଦୋଳନରତ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ଚେତାବନୀକୁ ନେଇ ବଢୁଛି ଚିନ୍ତା