• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସବୁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟ ପତ୍ର ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ ।

୨୦୨୦ ଶିକ୍ଷାନୀତି ଅନୁଯାୟୀ, ସବୁ ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ ।

୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ। ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା ବାବଦରେ ବିସ୍ତୃତ ତଥ୍ୟ ଜଣାପଡ଼ିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ APAAR ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ । 

ଏହି ଆଇଡି ପାଇଁ ଅଭିଭାବକଙ୍କ ସହମତିର ଆବଶ୍ୟକତା ଜରୁରୀ । ରାଜ୍ୟର ସ୍କୁଲ୍‌ ଶିକ୍ଷା ବିଭାଗ APAAR ଆଇଡି ବନାଇବା ଲାଗି ଶିକ୍ଷା ସଂସ୍ଥା ଗୁଡ଼ିକ ସହ ଆଲୋଚନା କରିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ ଡକାଇବା ଲାଗି କୁହାଯାଇଛି ।