Advertisment

Career Tips : ନେଟ୍‌ୱାର୍କ ଇଞ୍ଜିନିୟର ହେବାକୁ ଚାହୁଛନ୍ତି କି; ଜାଣନ୍ତୁ କେଉଁ କୋର୍ସ କରିବାକୁ ହେବ

ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍‌ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
how to became network engineer what qualifications needs

how to became network engineer what qualifications needs

ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଏମିତି ବଢିଚାଲିଛି ଆଉ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି, ଶ୍ୱାସ ନେବା ପାଇଁ ନିର୍ମଳ ବାୟୁ ଯେତିକି ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି।

Advertisment

ଇଞ୍ଜିନିୟର୍ସ ହେଉଛି ସେହି ବୃତ୍ତି ଯାହା ଆମର ସମସ୍ତ ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ହୋଇଥାଏ। ସେ ସବୁ ମଧ୍ୟରେ ଆଜିକାଲି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ନେଟୱାର୍କ ଇଞ୍ଜିନିୟର। ଆଜିକାଲି ନେଟ୍‌ୱାର୍କ ଇଞ୍ଜିନିୟରିଂର ଚାହିଦା ଦିନକୁ ଦିନ ବଢୁଛି। ଆପଣ ଯଦି ଏକ ନେଟୱାର୍କ ଇଞ୍ଜିନିୟର ହେବାକୁ ଚାହାନ୍ତି ତେବେ କ’ଣ କରିବାକୁ ହେବ ଜାଣି ନିଅନ୍ତୁ।

କୁଶଳୀ ଇଞ୍ଜିନିୟରମାନଙ୍କ ପାଇଁ ଆଇଟି ଇଣ୍ଡଷ୍ଟ୍ରିରେ ସର୍ବଦା ଏକ ଚାହିଦା ରହିଥାଏ, ଯେଉଁମାନେ ଡାଟା ସୁରକ୍ଷା ପାଇଁ ସର୍ବୋତ୍ତମ ଉପାୟ ସୃଷ୍ଟି କରିପାରନ୍ତି। ଆପଣ ଯଦି ସୂଚନା ସୁରକ୍ଷା ପାଇଁ ଆଗ୍ରହୀ ଏବଂ ଏଥିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ତେବେ ଆପଣ ମଧ୍ୟ ଜଣେ ନେଟ୍‌ୱାର୍କ ଇଞ୍ଜିନିୟର ହୋଇପାରିବେ। ଏଥିପାଇଁ କେଉଁ ପାଠ ପଢିବାକୁ ହେବ ଆସନ୍ତୁ ଜାଣିବା।

Advertisment

ଜଣେ ନେଟ୍‌ୱାର୍କ ଇଞ୍ଜିନିୟରର ଦାୟିତ୍ୱ ହେଉଛି ପ୍ରୋଜେକ୍ଟ ପ୍ଲାନ୍ କରିବା ଏବଂ ନିର୍ମାଣ ସହିତ ଏକାଧିକ ନେଟ୍‌ୱାର୍କକୁ ଦକ୍ଷତାର ସହିତ ପରିଚାଳନା କରିବା। ସେମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ନେଟ୍‌ୱାର୍କ ପ୍ରଭାବୀ ଢଙ୍ଗରେ ଯେପରି କାମ କରୁଛି। ଏକ ସଂସ୍ଥାର କମ୍ପ୍ୟୁଟର ସିଷ୍ଟମର ଡାଟା ଏବଂ ସୂଚନା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ନେଟ୍‌ୱାର୍କ ଇଞ୍ଜିନିୟରମାନେ ମଧ୍ୟ ଦାୟୀ ହୋଇଥାନ୍ତି।

ନେଟ୍‌ୱାର୍କ ଇଞ୍ଜିନିୟର ମୁଖ୍ୟତଃ ଉଚ୍ଚମାନର ନେଟ୍‌ୱର୍କ ସଂଯୋଗ ଯୋଗାଇବା ଉପରେ ଧ୍ୟାନ ଦେଇଥାନ୍ତି। ସେମାନଙ୍କୁ ନୂଆ ବୈଷୟିକ ଉଦ୍ଭାବନ ସହିତ ଅପଡେଟ୍ ରଖିବାକୁ ହୁଏ। ଜଣେ ନେଟ୍‌ୱାର୍କ ଇଞ୍ଜିନିୟର ହେବାକୁ ହେଲେ ସୂଚନା ସୁରକ୍ଷା, ସାଇବର ସୁରକ୍ଷା, କମ୍ପ୍ୟୁଟର ଇଞ୍ଜିନିୟରିଂ ଏବଂ ନେଟ୍‌ୱାର୍କରେ ସ୍ନାତକ କରିବାକୁ ହୋଇଥାଏ। ଏଥିପାଇଁ ଆପଣ ଏହି ୯ଟି ପାଠ୍ୟକ୍ରମ ମଧ୍ୟରୁ ଯେକୌଣସିଟି କରିପାରିବେ।

  • ବ୍ୟାଚ୍‌ଲର ଅଫ୍ ଇନ୍‌ଫର୍‌ମେସନ୍ ଟେକ୍ନୋଲୋଜୀ(Network and Cybersecurity Systems)
  • ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ(Computer and Network ) (Honours)
  • ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ (Telecommunications Engineering) (Honours).
  • BSc (Hons) Computer Networks with a Foundation Year
  • ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ(Computer and Network Engineering) (Honours) / Bachelor of Computer Science
  • ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ (Network and Software Engineering) (Honours)
  • ବ୍ୟାଚ୍‌ଲର ଅଫ୍ ସାଇନ୍ସ (Physics) / ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ (Telecommunications Engineering)(Honours)
  • BSc (Honours) Computer Networks
  • BSc (Honours) Computer Networks with Foundation Year.

ଗ୍ରାଜୁଏସନ୍ ସମୟରେ ପ୍ରକୃତ ଦୁନିଆର ଅନୁଭବ ନେବା ଜରୁରୀ। ଡିଗ୍ରୀ ହାସଲ କରିବାବେଳେ, ଆଇଟି ଦୁନିଆରେ ନେଟ୍‌ୱାର୍କ ସୁରକ୍ଷାର ବ୍ୟବହାରିକ କାର୍ଯ୍ୟଗୁଡ଼ିକୁ ବୁଝିବାରେ ଅଭିଜ୍ଞତା ହାସଲ କରିବା ମଧ୍ୟ ବାଧ୍ୟତାମୂଳକ। ଯଥାସମ୍ଭବ ଇଣ୍ଟର୍ନସିପ୍ କରନ୍ତୁ। ଏକ୍ସପୋଜର ପାଇଁ ନିଜକୁ ବାସ୍ତବ ଦୁନିଆ ସହ ଜଡିତ କରନ୍ତୁ। ଆପଣଙ୍କର ସାମର୍ଥ୍ୟକୁ ଖୋଜନ୍ତୁ। ଏସବୁ ଆପଣଙ୍କୁ ଏକ ନେଟୱାର୍କ ଇଞ୍ଜିନିୟର ହେବାକୁ ସାହାଯ୍ୟ କରିବ।

ଗ୍ରାଜୁଏସନ୍ ପରେ, ଆପଣ ମାଷ୍ଟର ଡିଗ୍ରୀ ମଧ୍ୟ କରିପାରିବେ। ଡିଗ୍ରୀ ସମାପ୍ତ କରିବା ପରେ ନେଟ୍‌ୱାର୍କ ଟେକ୍ନିସିଆନ୍, ନେଟ୍‌ୱାର୍କ ଆଡ୍‌ମିନିଷ୍ଟ୍ରେଟର୍, ନେଟ୍‌ୱାର୍କ ଆନାଲିଷ୍ଟ, ନେଟ୍‌ୱାର୍କ ମ୍ୟାନେଜର୍, ନେଟ୍‌ୱାର୍କ ସଲ୍ୟୁସନ୍ ଆର୍କିଟେକ୍ଟ,, କ୍ଲାଉଡ୍ ନେଟ୍‌ୱାର୍କିଙ୍ଗ୍ ଆର୍କିଟେକ୍ଟ,, ନେଟୱାର୍କିଂ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ସ୍ପେଶାଲିଷ୍ଟ, ଓୟାର୍‌ଲେସ୍ ଏବଂ ମୋବିଲିଟି ସ୍ପେଶାଲିଷ୍ଟ, ମୋବିଲିଟି ସଲ୍ୟୁସନ୍ ଆର୍କିଟେକ୍ଟ, ଟେଲିକମ୍ ପ୍ରୋଜେକ୍ଟ ମ୍ୟାନେଜର, ଡାଟା ସେଣ୍ଟର ନେଟ୍‌ୱାର୍କିଙ୍ଗ ସ୍ପେଶାଲିଷ୍ଟ, ହାର୍ଡୱେୟାର ଏବଂ ନେଟୱାର୍କିଂ ଇଞ୍ଜିନିୟର ଆଦି କ୍ଷେତ୍ରରେ ଚାକିରିର ଅନେକ ସୁଯୋଗ ରହିଛି।

Networking Market Career Tips
Advertisment
Advertisment