• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍‌ କରାଯାଇଛି । ଏହାସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।

ଗତ ଡିସେମ୍ବରରୁ ଅଟୋନମସ୍ ପାହ୍ୟା ଶେଷ ହୋଇଥିଲେ ମଧ୍ୟ ଏହାର ନବୀକରଣ ପାଇଁ କଲେଜ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍ ଆକ୍ରିଡିସନ କାମ ସଂପୂର୍ଣ୍ଣ କରାଯାଇନାହିଁ ।

ଗଭର୍ଣ୍ଣିଂ ବଡି ପୁନଃଗଠନ ପାଇଁ ମଧ୍ୟ କଲେଜରୁ ପ୍ରସ୍ତାବ ମିଳିନାହିଁ । ଏହିସବୁ ଅବହେଳା ପାଇଁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ଏହାପରେ ତୁରନ୍ତ ସ୍ପଷ୍ଟୀକରଣ ରଖିବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ପ୍ରିନ୍ସପାଲ କହିଛନ୍ତି, ନାକ୍ ପାଇଁ କାମ ଚାଲିଛି । ଆମେ ଉଚ୍ଚ ଶିକ୍ଷା ବିଭାଗକୁ ଉତ୍ତର ଦେବୁ । 

  • Reported by:
  • JAGDISH DAS