/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696679448.jpg)
Plus 2 Exam
ଯୁକ୍ତ ୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE । ପ୍ରଥମ ଥର ପାଇଁ +୨ ଛାତ୍ରଛାତ୍ରୀଙ୍କ ପାଇଁ କେଶ୍ଚିନ୍ ବ୍ୟାଙ୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର ଉପଲବ୍ଧ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନପତ୍ର ପ୍ରକାଶ କରାଯିବ । CHSE ୱେବସାଇଟ୍ chseodisha.nic.inରେ ପ୍ରଶ୍ନପତ୍ର ଉପଲବ୍ଧ ଅଛି । ଏନେଇ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛି CHSE ।
Advertisment
ଛାତ୍ରଛାତ୍ରୀମାନେ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ ବ୍ୟାଙ୍କ୍ ଜାରି କରାଯାଇଥାଏ । ଏହା ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୁଏ। ତେଣୁ ସିଏଚ୍ଏସ୍ଇ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)