/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743043821.jpg)
Ex CM Naveen Patnaik
ନବୀନଙ୍କ ପାଇଁ ଲାଗିଛି ସବୁ ନାଟ ! କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । ଗୃହ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗକୁ ମୁଦ୍ଦା କରିଛି କଂଗ୍ରେସ । ଆଉ ସରକାରଙ୍କ ନିକଟରେ ଏସିଏସଟି ସଂରକ୍ଷଣକୁ ନେଇ ଗର୍ଜିଛି ବିଜେଡି । ଦୁଇ ଦଳର ବିଧାୟକ ଗୃହକୁ ହଟ୍ଟଗୋଳ କରି ବାରମ୍ବାର ମଳୁଲତବି କରାଉଛନ୍ତି । ଫଳରେ ବିଧାନସଭା ଚାଲିପାରୁନି । ନାକେଦମ୍ ହେଉଛନ୍ତି ସରକାର । କିନ୍ତୁ ବିରୋଧୀ ଦଳ ନେତା ଏଯାଏଁ ଥରୁଟିଏ ନିଜର ମନ୍ତବ୍ୟ ରଖିଲେନି ।
ବିଜେଡି ବିଧାୟକ ସରକାରଙ୍କୁ ଘେରିଲେ, ହାଲ୍ଳା ବୋଲ୍ କଲେ, ଲଣ୍ଠନ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ । ହେଲେ ନବୀନଙ୍କର ନଥିଲା କୌଣସି ରିଆକସନ୍ । କି ଏଯାଏଁ ନବୀନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କେବଳ ବିଜେଡିର ବିଧାୟକମାନେ ରଖିଚାଲିଛନ୍ତି ନିଜ ମତ ।
ଅଧିକ ପଢ଼ନ୍ତୁ; ବିରୋଧୀ କଂଗ୍ରେସର ପୋଲ୍ ଖୋଲିଦେଲେ ଆଇନମନ୍ତ୍ରୀ
ସପ୍ତାହରୁ ଅଧିକ ହେବ ବିଧାନସଭା ଚାଲିପାରୁନି । ବିଜେଡିର ବି ଡ୍ରାମା କମୁନି । ଆଉ କଂଗ୍ରେସର ହ୍ୟାଙ୍ଗଓଭର ବଢ଼ି ବଢ଼ି ଯାଉଛି । ଗୃହ ଭିତରେ ଘଣ୍ଟ ତୂରୀ ବଜାଇ ଆଉ କଳା ରଙ୍ଗର ପୋଷାକ ପିନ୍ଧି ହାଇ ଡ୍ରାମା କରିବା ପରେ ବାଚସ୍ପତି ମାରିଛନ୍ତି ନିଲମ୍ବନ ଛାଟ । ଆଉ ତା’ ପରେ ବିଧାନସଭା ଆଗରେ ଚାଲିଛି ବିଜେଡି କଂଗ୍ରେସର ବାଦି ପାଲା । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ଦୁଇ ଦଳ ନିଜ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଲୋଡ଼ି ପାରିଥାଆନ୍ତେ । ହେଲେ ଥରେ ବି ସେମାନେ ତା’ କଲେ ନାହିଁ । ଆମେ ପ୍ରସ୍ତୁତ ଅଛୁ ଅଲୋଚନା ପାଇଁ ।
ତେବେ ବିଜେଡି କଂଗ୍ରେସର ଏହି ରାଜନୀତି ଭିତରେ ଚାଲିପାରୁନି ଗୃହ । ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ହୋଇପାରୁନି ଆଲୋଚନା । କଂଗ୍ରେସ ଓ ବିଜେଡି ନିଜ ଜିଦ୍ରେ ଅଟଳ ରହିଥିବାବେଳେ ଆଗକୁ ଶାସକ ବିଜେପି କ’ଣ ପଦକ୍ଷେପ ନେଉଛି ତା’ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)