Advertisment

Age Eligibility Confusion: ଗୋଟିଏ ରାଜ୍ୟରେ ଦୁଇଟି ନିୟମ; କ୍ଲାସ ୱାନ୍ ପଢିବାକୁ ଥିବା ପିଲାଙ୍କ ବାପା-ମାଆଙ୍କୁ ଟେନସନ୍

RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Age Eligibility Confusion

Age Eligibility Confusion

ଅଭିଭାବକଙ୍କୁ ଟେନସନ୍ ଦେଲାଣି ଆରଟିଇ ମାଧ୍ୟମରେ ପ୍ରଥମ ଶ୍ରେଣୀରେ ପିଲାଙ୍କ ନାଁ ଲେଖା। ପାରଦର୍ଶୀ ପୋର୍ଟାଲରେ ବାଟ ଓଗାଳିଛି ବୟସ ଦ୍ବନ୍ଦ୍ବ। ସେପ୍ଟେମ୍ବର ୧ ସୁଦ୍ଧା ଯେଉଁ ପିଲାଙ୍କ ବୟସ ୬ବର୍ଷରୁ ଅଧିକ ହେଉଥିବ ସେମାନେ ହିଁ ପୋର୍ଟାଲରେ ଆବେଦନ କରି ପାରୁଛନ୍ତି। ହେଲେ ମାର୍ଚ୍ଚ ୩୧ରୁ ସେପଟେମ୍ବର ୧ ଭିତରେ ଯେଉଁ ପିଲାଙ୍କ ବୟସ ୬ବର୍ଷ ଛୁଇଁବାକୁ ଯାଉଛି ଯାଉଛି କିମ୍ବା ୬ବର୍ଷ ପାର୍ କରୁଛି ସେମାନଙ୍କୁ ଆଉ ଅନଲାଇନ୍ ରେଜିଷ୍ଟ୍ରେସନ ଅନୁମତି ମିଳୁନାହିଁ। ଯାହାକୁ ନେଇ ଅଭିଭାବକ ନିରାଶ ହୋଇଥିବାବେଳେ କଡ଼ା ଆପତ୍ତି ଉଠାଇଛି ରାଜ୍ୟ ଅଭିଭାବକ ମହାସଂଘ। ତେବେ ଏନେଇ ଗଣଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିନାହିଁ।

Advertisment

RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ । ଯେଉଁଠି କେନ୍ଦ୍ର ସରକାରଙ୍କ ସ୍କୁଲ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଆବେଦନ ପାଇଁ ପିଲାଙ୍କ ବୟସ ୬ରୁ ୮ ବର୍ଷ ଧାର୍ଯ୍ୟ ହୋଇଛି। ସେଠି କିନ୍ତୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ବିଚିତ୍ର ନୀତି। ଏଠି ରାଇଟ୍ ଟୁ ଏଜୁକେସନରେ ଆବେଦନ ପାଇଁ ବୟସ ରହିଛି ୬ ବର୍ଷ। ସାଧାରଣତଃ ମାର୍ଚ୍ଚ ୩୧ ୨୦୨୫ ସୁଦ୍ଧା ଯେଉଁ ପିଲାଙ୍କ ବୟସ ୬ବର୍ଷ ପାର୍ କରିଥିବ ସେମାନେ ପ୍ରଥମ ଶ୍ରେଣୀରେ ପଢ଼ିବା ଲାଗି ଆବେଦନ ଯୋଗ୍ୟ। ହେଲେ ରାଜ୍ୟ ସରକାର ଏହାକୁ ସେପଟେମ୍ବର ୧କୁ ବିଜ୍ଞପ୍ତିରେ ଧାର୍ଯ୍ୟ କରିଥିବାରୁ ଏହାଦ୍ବାରା ୬ବର୍ଷ ଅତିକ୍ରାନ୍ତ କରିଥିବା ଅନେକ ପିଲା ଆବେଦନରୁ ବଞ୍ଚିତ ହୋଇଛନ୍ତି। କେବଳ ଯେଉଁ ପିଲା ସେପଟେମ୍ବର ୧ ସୁଦ୍ଧା ୬ବର୍ଷ ପାର କରିଛନ୍ତି ସେମାନେ ହିଁ ପୋର୍ଟାଲରେ ଆବେଦନ କରିବାକୁ ସକ୍ଷମ ହେଉଛନ୍ତି। ଅର୍ଥାତ୍ ମାର୍ଚ୍ଚ ୩୧ରୁ ସେପଟେମ୍ବର ୧- ୨୦୨୫ ସୁଦ୍ଧା ୬ବର୍ଷ ଛୁଇଁଥିବା କିମ୍ବା ତାକୁ ପାର୍ କରିଥିବା ପିଲା ପ୍ରଥମ ଶ୍ରେଣୀ ପଢ଼ିପାରିବେ ନାହିଁ। ଅନଲାଇନ୍ ଆବେଦନ କରିବାକୁ ଆସି କେମିତି ନିରାଶ ଅଭିଭାବକ । ରାଜଧାନୀର ଜନସେବା କେନ୍ଦ୍ରର ଦେଖିବାକୁ ମିଳିଛି। ଏଭଳି ଘଟଣା କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଦେଖିବାକୁ ମିଳିଲାଣି।

ଅଧିକ ପଢ଼ନ୍ତୁକେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?

ସରକାରଙ୍କ ଏଭଳି ବିଚିତ୍ର ବ୍ୟବସ୍ଥା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ଅଭିଭାବକ ମହାସଙ୍ଘ। ସଂଘ ଅଭିଯୋଗ କରିଛି ରାଜ୍ୟ ସରକାର RTE ପାରଦର୍ଶୀ ପୋର୍ଟାଲରେ ଆବେଦନ ପାଇଁ କେବଳ ୬ ବର୍ଷରୁ ଊର୍ଦ୍ଧ୍ୱ ଲେଖି ଲକ୍ଷ ଲକ୍ଷ ଅଭିଭାବକଙ୍କ ମନରେ ବିରାଟ ଦ୍ୱନ୍ଦ୍ବ ସୃଷ୍ଟି କରଛନ୍ତି। ତା’ସହ ଘରୋଇ ଶିକ୍ଷାନୁଷ୍ଠାନକୁ ପରୋକ୍ଷରେ ଅହେତୁକ ଅନୁକମ୍ପା ଦେଖାଇବାକୁ ଜାଣିଶୁଣି ଗଳାବାଟ ବି ସୃଷ୍ଟି କରିଛନ୍ତି। ଏଥିସହ ସଂଘ ପ୍ରଶ୍ନ କରିଛି- ରାଜ୍ୟରେ ଏବେ ପାଖାପାଖି ୭ ହଜାର ଘରୋଇ ଶିକ୍ଷାନୁଷ୍ଠାନ ଥିବାବେଳେ ପାରଦର୍ଶୀ ପୋର୍ଟାଲରେ ଆଜି ସୁଦ୍ଧା ମାତ୍ର ୨୮୮୯ ସ୍କୁଲ ପଞ୍ଜିକରଣ କରିଛନ୍ତି କାହିଁକି। ତେବେ ଏନେଇ ଗଣଶିକ୍ଷା ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment

ଗୋଟିଏ ପଟେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ସରକାର ସଂକଳ୍ପବଦ୍ଧ ବୋଲି କହୁଥିବାବେଳେ ୨୦୨୫-୨୬ ଶକ୍ଷାବର୍ଷରୁ ଏନ୍ ଇପି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ବି ହୋଇଛି ନିଷ୍ପତ୍ତି। ହେଲେ ଘରେ ପଶୁ ପଶୁ ଚାଳ ବାଜିବା ନ୍ୟାୟରେ ପ୍ରଥମ ଶ୍ରେଣୀରେ ନାଁ ଲେଖା ବୟସକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଡୁଆରେ ପକାଇଛି। ଆଗକୁ ସରକାର ଦିଗରେ କେତେ ଯତ୍ନବାନ ହେଉଛନ୍ତି, ତା ଉପରେ ରହିଛି ନଜର।

ଅଧିକ ପଢ଼ନ୍ତୁସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...

Parents Education
Advertisment
Advertisment