ବିଦ୍ୟାଳୟଗୁଡ଼ିକ ସମୟ ସମୟରେ ଅଭିଭାବକ-ଶିକ୍ଷକ ମିଟିଙ୍ଗ(PTM) କରନ୍ତି। ଅଭିଭାବକମାନେ ପ୍ରାୟତଃ ଏହି PTM ରେ ଶିକ୍ଷକମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାକୁ ଭୁଲିଯାଆନ୍ତି। ତେବେ ପିଲାମାନଙ୍କର ସବଳତା ଏବଂ ଦୁର୍ବଳତା ଜାଣିବା ପାଇଁ, ଆପଣ PTM ରେ ଶିକ୍ଷକମାନଙ୍କୁ କିଛି ପ୍ରଶ୍ନ ପଚାରିପାରିବେ।
କଲେଜରେ ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି । ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ।
କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ।
ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ହେଲା ଛୁଟି ଘୋଷଣା।
ପ୍ରଶ୍ନପତ୍ର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବକୁ ଦୂର କରି ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
(ଡ.ପାର୍ଥଜିତ ଦାସ ଓ ପ୍ରତୀକ୍ଷା ମିଶ୍ରଙ୍କ ବିଶ୍ଳେଷଣ) ମୌଳିକ ଶିକ୍ଷା କହିଲେ, ଗୋଟେ ପିଲାର ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଓ ବିକାଶକୁ ବୁଝାଏ। ଯାହା ସାଧାରଣତଃ ତିନି ବର୍ଷର ଆଦ୍ୟଶୈଶବ ଶିକ୍ଷା ଓ ଦୁଇ ବର୍ଷର ପ୍ରାଥମିକ ଶିକ୍ଷା ଦ୍ୱାରା ପରିପୂର୍ଣ୍ଣ ହୁଏ। ଯେହେତୁ ଅନେକ ପିଲାଙ୍କ ପାଇଁ ଉପଯୁକ୍ତ ଶିକ୍ଷା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଇଥାଏ, ପିଲାମାନଙ୍କୁ ଏହି ମୌଳିକ ଦକ୍ଷତା ଗୁଡିକରେ ପାରଙ୍ଗମ ହେବା ପାଇଁ ତିନିବର୍ଷ ଲାଗିଥାଏ।
ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି।
ପ୍ରଫେସରଙ୍କ ପାଟିରୁ କଥା ସରୁ ସରୁ କ୍ଲାସ୍ରେ ଥିବା ସବୁ ଛାତ୍ରଛାତ୍ରୀ ଆଖି ପିଛୁଳାକେ ଟେବୁଲ ଉପରେ ମୁଣ୍ଡ ନୁଆଁଇ ଶୋଇପଡ଼ିଲେ ।
ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।
ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
୧୮ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ ।
ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।
T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ।
ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।
ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।
ପ୍ଲସ ଥ୍ରୀ ପାଠପଢା ଗତ ୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ସରିନି ନାମ ଲେଖା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଚାଲିଛି।
କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ।
ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା। ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା।
ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ।
ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ।
ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।