• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ମାଟ୍ରିକ୍ ବିଜ୍ଞାନ ପ୍ରଶ୍ନପତ୍ରରେ ଦେଖାଦେଇଛି ତ୍ରୁଟି। ଆଜି ଛାତ୍ରଛାତ୍ରୀ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥିଲେ । ହେଲେ ବିଜ୍ଞାନ C- ସେଟରେ ୪ ମାର୍କ କମ୍ ଥିବା ସୂଚନା ମିଳିଛି । ତ୍ରୁଟି ସାମ୍ନାକୁ ଆସିଥିବା ବେଳେ ଏହାକୁ ସ୍ବୀକାର କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ପରୀକ୍ଷାର୍ଥୀଙ୍କର ଯେମିତି କୌଣସି କ୍ଷତି ନ ହେବ ସେ ନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବ ବୋଲି ବି ସେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

ସେ ଆହୁରି କହିଛନ୍ତି, ମାଟ୍ରିକ୍‌ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ କୌଣସି ପିଲାଙ୍କର କିଛି କ୍ଷତି ହେବନି। ମୂଲ୍ୟାୟନ କମିଟି ଏନେଇ ବିଚାର କରି ନିଷ୍ପତ୍ତି ନେବ। C-ସେଟ୍‌ ପ୍ରଶ୍ନରେ ଏକ ମାର୍କ ପ୍ରଶ୍ନ ମିସ୍‌ପ୍ରିଣ୍ଟ ହୋଇଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଦେଉଛନ୍ତି। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍‌ କୋର୍ଡ ବ୍ୟବସ୍ଥା କରାଯାଇଛି ।  ୬ ତାରିଖରେ ମାଟ୍ରିକ ପରୀକ୍ଷା ସରିବ।

ଅଧିକ ପଢ଼ନ୍ତୁ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

 

  • Reported by:
  • GAUTAM PANDA

OTV is now on Whatsapp

Join and get latest news update delivered to you via whatsapp

Join Now