/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741244906.jpg)
Matric Result
ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ। ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଆଜି ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
ବୋର୍ଡ ସଭାପତି କହିଛନ୍ତି, ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ।
ବୋର୍ଡ ସଭାପତି ଆହୁରି କହିଛନ୍ତି, ସମସ୍ତଙ୍କ ସହଯୋଗରେ ଏଥର ଭଲରେ ସରିଥିଲା ପରୀକ୍ଷା। କୌଣସି ଅସୁବିଧା ହୋଇନାହିଁ। ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ପ୍ରଶ୍ନପତ୍ର ଭାଇରାଲ ପାଇଁ ଆମେ ଯେଉଁ ୱାଟର ମାର୍କ ଓ କ୍ୟୁଆର୍ କୋଡ୍ କରିଥିଲୁ, ତାର ଫଳ ପାଇଲୁ। ଏହା ଆମକୁ ଭଲ ସାହାଯ୍ୟ କଲା। AI କ୍ୟାମେରା ଦ୍ୱାରା ପରୀକ୍ଷାରେ ଅନିୟମିତତା ଧରାପଡ଼ିଲା।
C ସେଟ୍ରେ ପ୍ରଶ୍ନପତ୍ର ୪ମାର୍କ କମ୍ ନେଇ ବୋର୍ଡ ସଭାପତି କହିଛନ୍ତି, କମ୍ପ୍ୟୁଟରରେ ଭାଇରସ ଯୋଗୁ ଏପରି ହୋଇଥିଲା। ଏନେଇ ଫାର୍ମକୁ ଜଣାଇଛୁ। ଆଗାମୀ ଦିନରେ ଆମେ ସଜାଗ ରହିବୁ। ଏପରି ଅସୁବିଧା ହେବ ନାହିଁ।
ଅଧିକ ପଢ଼ନ୍ତୁ: ମାଟ୍ରିକ୍ ପ୍ରଶ୍ନପତ୍ରରେ ତ୍ରୁଟି: କମ୍ ରହିଛି ୪ ମାର୍କର ପ୍ରଶ୍ନ
ଆଜି ସରିଛି ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀମାନେ ଶେଷ ଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍ କୋର୍ଡ ବ୍ୟବସ୍ଥା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)