ଆପଣଙ୍କ ମନରେ ନିଶ୍ଚିତ ଭାବେ, ପୁରା ଘଟଣା ସମ୍ପର୍କରେ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିବ । ତେବେ ଘଟଣାଟି ହେଲା ଗୋଟିଏ ଚୋର ଜଣଙ୍କ ଘରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା ।
ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ ! ସ୍ତ୍ରୀକୁ କିରୋସିନି ଢାଳି ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି।
ଯୁବକଙ୍କୁ ବୀଭତ୍ସ ହତ୍ୟା । ବାଲେଶ୍ୱର ଟାଉନ୍ ଥାନା ନିକଟରେ ଯୁବକଙ୍କୁ ବୀଭତ୍ସ ହତ୍ୟା ହୋଇଥିବା ସୂଚନା । ସାମାନ୍ୟ ବଚସାକୁ ନେଇ ମୁଣ୍ଡକୁ ଶାବଳରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।
ଏବେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀଙ୍କୁ ୫ଦିନିଆ ରିମାଣ୍ଡରେ। ନିରଂଜନଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା, ଫୋକସରେ ମେମୋରି ଚିପ୍ । ସେପଟେ ସାମ୍ନାକୁ ଆସିଲା ଶର୍ମିଷ୍ଠା ଫେରାର ପୂର୍ବର ଭିଡିଓ।
୨ ମିନିଟ୍ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।
୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍ ପୋର୍ଟାଲ୍ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକ ଓରଫ୍ ରାଜ୍କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ ।
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ୍ ।
ମୟୂରଭଂଜ ଯଶୀପୁର ବଡଶିଆଳିନଇଁ ଗାଁ ଜଙ୍ଗଲରୁ ଦରପୋଡା ମୃତଦେହ ମିଳିବା ଘଟଣାରୁ ହଟିଛି ପରଦା । ଉଦ୍ଧାର ହୋଇଥିବା ଦରପୋଡା ମୃତଦେହଟି କେନ୍ଦୁଝର ଟାଉନଥାନା ରାଙ୍କି ଗାଁର ସତ୍ୟବ୍ରତ ସ୍ୱାଇଁଙ୍କ ପୁଅ ଆଦିତ୍ୟ ସ୍ୱାଇଁଙ୍କର ବୋଲି ଜଣାପଡିଛି ।
ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ
ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି?
ବାଲେଶ୍ୱର ଜିଲ୍ଲା ସୋରରେ ୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼ । ବିଜୟ ଶୋଭାଯାତ୍ରା ସାରି ଘରକୁ ଫେରିବାବେଳେ ଭୁଜାଲି ମାଡ଼ ହୋଇଥିବା ସୂଚନା ମିଳିଛି । ତାଳନଗର ଗାଁର ପ୍ରଫୁଲ୍ଲ ଦାସ ଓ ଶରତ ଦାସଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି ।
ଦିନେ ଚେହେରା ଦେଖାଇ ଚର୍ଚ୍ଚାକୁ ଆସିଥିଲେ ମାଡ଼ାମ ଶର୍ମିଷ୍ଠା । ଆଉ ଏବେ ଲାଜ ସରମରେ ଜଡ଼ସଡ଼ । କ୍ୟାମେରା ଆଗରେ ମୁହଁ ଦେଖାଉବାକୁ ଆଉ ସାହସ ନାହିଁ ।
ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ ।
ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତେବେ କ’ଣ ଥିଲା ପୂରା ଘଟଣା ଆସନ୍ତୁ ଏହି ୨୦ଟି ପଏଣ୍ଟରେ ଜାଣିବା।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ର ମିଳିତ ଟିମ୍ ଗିରଫ କରିଛି।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି।
କାନ୍ଥରୁ ବାହାଘର ଚିତା ଲିଭିନି। ବରଷେ ବି ସଂସାର କରିନାହାନ୍ତି। ସାତ ଜନ୍ମ ପାଇଁ ସାଥୀ ହେବାର ନେଇଥିବା ଶପଥ ପାଇଁ ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ। ଭେଣ୍ଡିଆ ପୁଅକୁ ହରାଇ ପାଗିଳି ହେଲାଣି ମାଆ...ବାକ୍ ଶୂନ୍ୟ ହୋଇଯାଇଛି ବଡ଼ ଭାଇ। ଦୁଆର ମୁହଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ଭାଉଜ। ଯେଉଁ ଘରକୁ ବର-କନ୍ୟା ବେଶରେ ଏକା ସାଙ୍ଗରେ ଆସିଥିଲେ ଆଜି ସେହି ଗାଁ ମଶାଣୀକୁ ଏକା ସାଙ୍ଗରେ ବାହୁଡ଼ିଗଲେ...ଦେଖନ୍ତୁ ସେହି ହୃଦୟ ବିଦାରକ ଘଟଣା
ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି।
କାହିଁକି ଓ କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ?
କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ୍। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା।