Advertisment

‘ରଶ୍ମିରେଖା ମୋତେ ଡାକୁଛି, ମୁଁ ତା’ ପାଖକୁ ଯିବି’

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ନିଜ ବେଡ୍ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି।

author-image
Rajalaxmi Sahoo
Odia TV Actress Rashmirekhas Boyfriend Commits Suicide

Odia TV Actress Rashmirekhas Boyfriend Commits Suicide

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବେକରେ ଲୁଗା ଲଗାଇ ସନ୍ତୋଷ ଜୀବନ ହାରିଛନ୍ତି। ପରିବାର ଲୋକଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ତାଙ୍କ ବାପା ମା’ଙ୍କ ସହ ରହୁଥିଲେ। ଖବର ପାଇ ଉଦିତନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ମା’ କହିଛନ୍ତି, ‘ରଶ୍ମିରେଖାର ମୃତ୍ୟୁ ପରେ ସେ ତାକୁ ବହୁତ ଝୁରୁ ଥିଲା। ସେ ଭାରି ବ୍ୟତିବ୍ୟସ୍ତ ଥିଲା। ସବୁବେଳେ ମରି ଯିବି ମରି ଯିବି ବୋଲି କହୁଥିଲା। ତଥାପି ଆମେ ତାକୁ ବୁଝାଇ ଶୁଝାଇ ରଖିଥିଲୁ। ଉଭୟ(ରଶ୍ମିରେଖା ଓ ସନ୍ତୋଷ) ଏକାଠି ଭୁବନେଶ୍ୱରରେ ରହୁଥିଲେ। ପୂର୍ବରୁ ମଧ୍ୟ ସେ(ସନ୍ତୋଷ) ଆତ୍ମହତ୍ୟା ଉଦ୍ୟମ କରିଥିଲା। ଛାତ ଉପରକୁ ଯାଇ ତଳକୁ ଡେଇଁ ପଡ଼ିବି ବୋଲି କହିଥିଲା। ହେଲେ ସେଦିନ ମୁଁ ତାକୁ ବୁଝାଇ ଶୁଝାଇ ଘରକୁ ଆଣିଥିଲି।’

ସନ୍ତୋଷଙ୍କ ମା’ ଆହୁରି କହିଛନ୍ତି, ‘ଗତକାଲି ସେ ଚାଓମିନ୍‌ ଓ ମଞ୍ଚୁରିଆନ୍‌ ଖାଇଥିଲା। ଏପରିକି ସେ ମୋ ସହ ମ୍ୟାଗି ମଧ୍ୟ ଖାଇଥିଲା। ସବୁ ଭଲ ଥିଲା ହେଲେ ହଠାତ୍‌ କ’ଣ ହେଲା କେଜାଣେ ଆମେ କିଛିବି ଜାଣିପାରିଲୁ ନାହିଁ। ବାରମ୍ବାର କହୁଥିଲା ମୋତେ ଏକାକୀ ଛାଡ଼। ମୁଁ ମରିବି। ଏହାପରେ ସନ୍ତୋଷ ତା ବାପାକୁ ଧକ୍କା ମାରି କବାଟ ବନ୍ଦ କରି ଦେଲା। ମୁଁ ଝରକା ବାଟେ ଦେଖିଲା ବେଳକୁ ମୋ ପୁଅ ଆଉ ନାହିଁ। ମାତ୍ର ୩ ସେକେଣ୍ଡରେ ସେ ଆତ୍ମହତ୍ୟା କରିଦେଲା। ମୋ ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦାୟୀ କରୁନି। ସବୁବେଳେ ଖାଲି କହୁଥିଲା ମୁଁ ସେ ଝିଅ(ରଶ୍ମିରେଖା) ବିନା ରହିପାରିବିନି। ସେ ଝିଅ ମୋତେ ଡାକୁଛି ମୁଁ ତା’ପାଖକୁ ଯିବି। ଏମିତି ସବୁବେଳେ କହି ସେ ଝିଅକୁ ଝୁରୁଥିଲା’।

Advertisment

ସୂଚନାଥାଉ କି, କିଛି ଦିନ ପୂର୍ବେ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଜେରାର ସମ୍ମୁଖୀନ ହୋଇଥିଲେ। ଜୁନ୍ ୧୯ରେ ରଶ୍ମିରେଖା ଭୁବନେଶ୍ୱର ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ।  

Odia Actress Santosh Patra Actress Rashmi Rekha Ojha Odia Actress Found Dead
Advertisment
Advertisment