/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1627278607.jpg)
deadbody
ବାଲେଶ୍ୱରର ଏକ ଘରୋଇ କଲେଜ ଛାତରୁ ଡେଇଁ ଛାତ୍ରୀଙ୍କ ଅାତ୍ମହତ୍ୟା ଘଟଣାରେ ନୂଆ ମୋଡ଼ । ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ବାପା । କଲେଜ କର୍ତ୍ତପକ୍ଷ ଘଟଣାକୁ ଚପାଇ ଦେବାକୁ ତାଙ୍କୁ ୭ ଲକ୍ଷ ଟଙ୍କା ଦେଇିଥିଲେ । ହେଲେ ଛାତ୍ରୀଙ୍କ ବାପା ଏହି ଟଙ୍କାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଫେରାଇ ଦେଇଥିଲେ ।
ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ଗାଁର ସମ୍ପୃକ୍ତ ଛାତ୍ରୀ ହେଉଛନ୍ତି ସାବିତ୍ରୀ ବେହେରା । ବାଲେଶ୍ୱରର ଏକ ଘରୋଇ କଲେଜରେ ସେ ପଢୁଥିଲେ । ଗତ ମାସ ୧୮ ତାରିଖରେ କଲେଜ ଛାତରୁ ଝିଅ ଡେଇଁ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ କହିଥିଲେ । ଘଟଣାକୁ ଚପାଇଦେବାକୁ କଲେଜର ପ୍ରନ୍ସିପାଲ ୨ ଲକ୍ଷ ଟଙ୍କା ସହ ୫ ଲକ୍ଷ ଟଙ୍କାର ଚେକ୍ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ନ୍ୟାୟ ଦାବି କରିଛନ୍ତି ତାଙ୍କ ବାପା । ସେପଟେ କଲେଜ କର୍ତ୍ତୁପକ୍ଷ ମାମଲା ଚପାଇ ଦେବା ଘଟଣାକୁ ଖଣ୍ଡନ କରିଛନ୍ତି । ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)